ଅଣାୟତ୍ତ ମୁର୍ସିଦାବାଦ୍, ୱକଫ୍ ପାଇଁ ପୋଲିସ ଖାଇଲା ମାଡ଼

ବଙ୍ଗାଲ ମୁର୍ସିଦାବାଦରେ ବିକ୍ଷୋଭ ଜାରି । ସାଧାରଣ ଲୋକଙ୍କ ଯାତାୟତ ବାଧାୟପ୍ରାପ୍ତ ।

କୋଲତାକା: ପଶ୍ଚିମବଙ୍ଗ ମୁର୍ସିଦାବାଦରେ ଶୁକ୍ରବାର ୱକଫ୍ ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ପ୍ରଦର୍ଶନକାରୀମାନେ ହିଂସ୍ର ଆଚରଣ ଦେଖାଇ ପୋଲିସ ଉପରକୁ ପଥର ମାଡ଼ କରିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ଗମନାଗମନ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଇନ ବିରୋଧରେ ପ୍ରଦର୍ଶନକାରୀମାନେ ରାସ୍ତା ଓ ରେଳଧାରଣାରେ ବସି ନାରାବାଜି କରୁଛନ୍ତି । ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହେବା କାରଣରୁ ୧୦ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି ।

ସୁତି ଓ ଶମଶେରଗଞ୍ଚରେ ଅବସ୍ଥା ଏବେ ସୁଧୁରିଛି । ପ୍ରଦଶର୍ନରେ ହିଂସା କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ବିକ୍ଷୋଭକାରୀମାନେ ରାସ୍ତାରେ ପୋଡ଼ାଜଳା କରିବା ସହ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି ।

ଏନଏଚ ୧୨ ଉପରେ ବସି ପ୍ରଥମେ କିଛି ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ସେମାନଙ୍କ ସହ ଆଉ କିଛି ସମର୍ଥକ ମିଶି ପ୍ରଦର୍ଶନ କରିବା ପରେ ଲୋକେ ଉଗ୍ର ହେବା ଆରମ୍ଭ କରିଥିଲେ । ସେହିପରି ମାଲଦାରେ ପ୍ରଦର୍ଶନକାରୀମାନେ ରେଳ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଆୟତ୍ତକୁ ଆସିଥିବା ଜଣାପଡ଼ିଛି । ସ୍ଥିତିକୁ ଦେଖି ଘଟଣା ସ୍ଥଳରେ ବିଏସଏଫ୍ ଯବାନଙ୍କୁ ନିଯୁକ୍ତ କରାଯାଉଛି ।