Video: କଳଙ୍କିତ ହେଲା ପବିତ୍ର ସମ୍ପର୍କ, ଭଉଣୀକୁ ଗର୍ଭବତୀ କରି ମନ୍ଦିରରେ ଦେଲା ସିନ୍ଦୁର ଭାଇ

ରାକ୍ଷୀରେ ଲାଗିଲା କଳଙ୍କ। ଉଭୟଙ୍କ ପ୍ରେମରେ ପଡ଼ିଲେ ଭାଇ-ଭଉଣୀ। ଗର୍ଭବତୀ ହେବା ପରେ ମନ୍ଦିରରେ କଲେ ବିବାହ। ଭାଇରାଲ ହେଉଛି ଭିଡିଓ।

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଭାଇ ଓ ଭଉଣୀଙ୍କ ସମ୍ପର୍କକୁ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଏ। ରକ୍ତ ସମ୍ପର୍କକୁ ଛାଡନ୍ତୁ, ଯଦି ଅନ୍ୟ କୌଣସି ଝିଅ କୌଣସି ଅଜଣା ବ୍ୟକ୍ତିଙ୍କୁ ରାକ୍ଷୀ ବାନ୍ଧିଥାଏ, ତେବେ ତାକୁ ବି ଭଉଣୀର ମର୍ଯ୍ୟାଦା ଦିଆଯାଇଥାଏ।

କିନ୍ତୁ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଭାଇ ଓ ଭଉଣୀଙ୍କ ସମ୍ପର୍କକୁ ମାନନ୍ତିନି। କେତେବେଳେ ସମ୍ପର୍କୀୟ ଭାଇ ତାଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରନ୍ତି ତ କେତେବେଳେ ଝିଅ ସମ୍ପର୍କୀୟ ଭାଇଙ୍କ ସହ ସମ୍ପର୍କ ରଖିଥାଏ।

ବାହା ହେଲେ ଭାଇ ଭଉଣୀ: ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବାକୁ ଯାଉଛୁ ତାହା ଅଧିକ ଭୟଙ୍କର। ଏହି ଭାଇରାଲ ଭିଡିଓରେ ଦେଖାଯାଉଥିବା ନାବାଳିକା ଜଣକ କେବଳ ନିଜ ଭାଇକୁ ନେଇ ଗର୍ଭବତୀ ହୋଇନଥିଲେ ବରଂ ଉଭୟ ଭାଇ ଭଉଣୀ ପରସ୍ପରକୁ ବିବାହ କରିଥିବା ସେ ଦାବି କରିଛନ୍ତି।

ଭାଇରାଲ ହେଉଥିବା ଏହି ଭିଡିଓକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ @sunilbha965 ସେୟାର କରାଯାଇଛି। ଏହି ଭିଡିଓରେ ଜଣେ ଝିଅ ଦେଖିବାକୁ ମିଳୁଛି, ଯାହାର ମଥାରେ ସିନ୍ଦୂରରେ ଭରି ଯାଇଛି।

ଭଉଣୀ ଗର୍ଭରେ ଭାଇର ପିଲା: ଭିଡିଓରେ ଝିଅଟି ହଠାତ୍ କିଛି ଆରମ୍ଭ କରିଦିଏ। ସେ ବିନା ସଙ୍କୋଚରେ ସବୁ କଥା କହିପକାଉଛି। ଭିଡିଓରେ ଝିଅଟି ତା ପାଖରେ ଠିଆ ହୋଇଥିବା ପୁଅକୁ ଦେଖାଇ କହୁଛି, “ଏ ମୋ ଭାଇ ଏବଂ ମୁଁ ତାଙ୍କ ଭଉଣୀ।

ଆମେ ଦୁହେଁ ପରଷ୍ପରଙ୍କୁ ପ୍ରେମ କରୁ ଏବଂ ମୁଁ ତାଙ୍କ ସନ୍ତାନର ମା’ ହେବାକୁ ଯାଉଛି। ଝିଅଟି ଏତିକିରେ ଅଟକି ନଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଦୁହେଁ ଭଲ ପାଉ, ସେଥିପାଇଁ ଆମେ ବିବାହ କରିଥିଲୁ।

ଆମ ସମ୍ପର୍କକୁ କେହି ଭାଙ୍ଗିବାକୁ ଯାଉନାହାନ୍ତି।” ଏହି ସମୟରେ ପୁଅ ଚୁପ୍ ଚାପ୍ ଠିଆ ହୋଇଥିବା ବେଳେ ଝିଅଟି ସବୁ କଥା କହୁଛି। ତେବେ ଏହି ଭିଡିଓ ଟି କେଉଁଠିକାର, ସେଥିରେ ଦେଖାଯାଉଥିବା ଝିଅ ଓ ପୁଅର ନାମ କ’ଣ ତାହା ଜଣାପଡ଼ିନାହିଁ।

 

View this post on Instagram

 

A post shared by Sunil Bhai (@sunilbha965)