ମୋନାଲିସାଙ୍କ ଜଲବା, ରୂପ ଦେଖିଲେ ଉଡିଯାଉଛି ହୋସ

ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ମୋନାଲିସାଙ୍କ ନୂଆ ଗେଟଅପ

ମଧ୍ୟପ୍ରଦେଶ: ମୁହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାଙ୍କୁ ଦେଖିବାକୁ ମିଳିଛି ଏକ ନୂଆ ଗେଟଅପରେ। ଯେଉଁଥିରେ ସେ ଆମେରା ଡାଇମଣ୍ଡସ୍ ପାଇଁ ଏକ ଫଟୋସୁଟ୍ କରିଛନ୍ତି। ସେଥିରେ ସେ କଳା ବ୍ଲେଜର ଏବଂ ପ୍ୟାଣ୍ଟ ସହିତ ହୀରା ହାର, ଷ୍ଟଡ୍ ଏବଂ ମୁଦି ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଯାହାକୁ ଦେଖି ଲୋକେ ବେଶ ପ୍ରଶଂସା କରିଛନ୍ତି।

ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ମାଳ ବିକ୍ରି କରି ରାତାରାତି ଇଣ୍ଟରନେଟରେ ଭାଇରାଲ ହୋଇଥିବା ମଧ୍ୟପ୍ରଦେଶର ଜଣେ ସାଧାରଣ ଝିଅ ମୋନାଲିସା ଭୋଁସଲେ ଏବେ ନିଜ ପ୍ରତିଭା ଏବଂ ଆକର୍ଷଣୀୟତା ପାଇଁ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛନ୍ତି।

ଲୋକମାନେ ତାଙ୍କର ସୁନ୍ଦର ହସ, ନୀଳ ଆଖି ଏବଂ ଚତୁର ବୁଦ୍ଧିକୁ ବେଶ ପସନ୍ଦ କରୁଛନ୍ତି। ଏହି ସମୟରେ, ମୋନାଲିସାଙ୍କ ନୂଆ ଫଟୋସୁଟ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କ ପ୍ରଶଂସକମାନେ ତାଙ୍କର ନୂତନ ଲୁକ୍ ଦେଖି ପୁଣି ଥରେ ହୃଦୟ ହରାଇ ବସିଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ମୋନାଲିସା ଆମେରା ଡାଇମଣ୍ଡସ୍ ପାଇଁ ଏକ ଫଟୋସୁଟ୍ କରୁଥିବାର ଦେଖାଯାଉଛି। ଆମେରା ଡାଇମଣ୍ଡସ୍ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ମହାକୁମ୍ଭରେ ଭାଇରାଲ୍ ହୋଇଥିବା ମୋନାଲିସାଙ୍କର ନୂଆ ରୂପ।

ଏହି ଝିଅଟି ଏତେ ଭିଡ଼ ଭିତରେ ମଧ୍ୟ ଝଲସୁଥିଲା, ଆଉ ସେଥିପାଇଁ ତାକୁ ଏବେ ସାରା ବିଶ୍ୱ ଦେଖୁଛି। ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ଏହି ଭିଡିଓକୁ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି।

ଜଣେ ପ୍ରଶଂସକ କମେଣ୍ଟରେ ଲେଖିଛନ୍ତି, ଅଭିନନ୍ଦନ ସୁନ୍ଦରୀ, ତୁମେ ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣା। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ମୋର ବିଶ୍ୱାସ ଅଛି ଦିଦି, ଆପଣ ଏହା କରିପାରିବେ ଏବଂ ଅନ୍ୟଜଣେ କହିଛନ୍ତି, ଜଣେ ସାଧାରଣ ଝିଅ ଆଜି ସେଲିବ୍ରିଟି, ତାଙ୍କୁ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ।