ମହାକୁମ୍ଭରୁ ଫେମସ୍, ସେଲ୍ଫି ପାଇଁ ଜମୁଛି ଭିଡ଼… ସୁନ୍ଦର ଆଖି ପାଇଁ ହଲିଉଡ଼ ଆକ୍ଟ୍ରେସଙ୍କ ସହ କରାଯାଉଛି ତୁଳନା
ହର୍ଷ ରିଚାରିୟାଙ୍କ ପରେ ସୁନ୍ଦରୀ ମୋନାଲିସା। ସୁନ୍ଦର ଆଖି ପାଇଁ ଏଞ୍ଜେଲିନାଙ୍କ ସହ କରାଯାଉଛି ତୁଳନା। ସେଲ୍ଫି ଉଠାଇବାକୁ ଲୋକଙ୍କ ଭିଡ଼।
ଉତ୍ତର ପ୍ରଦେଶ: ସବୁଠାରୁ ସୁନ୍ଦରୀ ମାତା କୁହାଯାଉଥିବା ହର୍ଷ ରିଚାରିୟାଙ୍କ ପରେ,ଏବେ ଆଉ ଜଣେ ସୁନ୍ଦରୀ ମହାକୁମ୍ଭରେ ହେଉଛନ୍ତି ଭାଇରାଲ।
ତାଙ୍କ ସହ ସେଲ୍ଫି ଉଠାଇବାକୁ ଲାଗୁଛି ଲୋକଙ୍କ ଭିଡ଼। ଝିଅଟିର କାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ।
ପ୍ରୟାଗରାଜର ମହାକୁମ୍ଭ ମେଳାରେ ଭାଇରାଲ ହେଉଛି ଗୋଟେ ପରେ ଗୋଟେ ଚେହେରା। IIT ବାବା ଓ ସୁନ୍ଦରୀ ମାତା ହର୍ଷଙ୍କ ପରେ, ଏବେ ପୁଣି ଏକ ସୁନ୍ଦରୀ ଝିଅର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
ସେଲ୍ଫି ପାଇଁ ଭିଡ଼: ତାଙ୍କ ସହ ସେଲ୍ଫି ଉଠାଇବାକୁ ଲୋକଙ୍କ ଭିଡ଼ ଜମୁଛି। ସେ ଜଣେ ସେଲିବ୍ରିଟି ନ ହେଇ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ବିଶେଷ କରି ମୋନାଲିସା ନାମକ ଏହି ଝିଅଟି ନିଜର ସୁନ୍ଦର ଆଖି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ତାଙ୍କ ପେଶା କଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
କିଏ ଏହି ଭାଇରାଲ ଗାର୍ଲ: ମହାକୁମ୍ଭ ମେଳା ସୁନ୍ଦରୀ ମାତା ହର୍ଷ ରିଚାରିୟା ଓ IIT ବାବା ଅଭୟ ସିଂଙ୍କୁ ଅଧିକ ଭାଇରାଲ କରିଥିଲା। ଗୋଟେ ପରେ ଗୋଟେ ନ୍ୟୁଜରେ ଉଭୟଙ୍କ ଖବର ବାଜିଥିଲା।
ହେଲେ ଏବେ ଏମିତି ଏକ ଝିଅର ଭିଡିଓ ଭାଇରାଲ ହେଉଛି ଯାହାକୁ ଆଗରୁ କେହି କେବେ ଜାଣିନଥିଲେ। ହେଲେ ସେ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ପାଲଟିଛନ୍ତି।
ନାଁ ତାଙ୍କର ମୋନାଲିସା। ଯଦିଓ ସେ ହର୍ଷଙ୍କ ପରି ଜଣେ ସାଧୁ ନୁହଁନ୍ତି ତଥାପି ତାଙ୍କ ସୁନ୍ଦରତା ଲୋକଙ୍କୁ ତାଙ୍କ ଆଡ଼କୁ ଆକୃଷ୍ଟ କରିଛି। ପେଶାରେ ସେ ଜଣେ ମାଳି ବିକାଳୀ।
ନିଜ ପରିବାର ସହ ସେ ମହାକୁମ୍ଭରେ ମାଳି ବିକୁଛନ୍ତି। ହେଲେ ତାଙ୍କ ଆଖି ପାଇଁ ଏବେ ସେ ସବୁଠି ଚର୍ଚ୍ଚା ସାଉଁଟୁଛନ୍ତି।
ଏପରିକି ତାଙ୍କ ଆଖି ପାଇଁ ମୋନାଲିସାଙ୍କୁ ହଲିଉଡ ଆକ୍ଟର ଏଞ୍ଜେଲିନା ଜୋଲିଙ୍କ ସହ ତୁଳନା କରାଯାଇଛି।
ଭାଗ୍ୟ କେତେବେଳେ ବି ବଦଳିପାରେ : ପୂର୍ବରୁ ମୋନାଲିସା କିଏ ତାଙ୍କୁ କେହି ବି ଜାଣି ନ ଥିଲେ। ହେଲେ କୁମ୍ଭ ମେଳା ଏବେ ତାଙ୍କୁ ଭାଇରାଲ କରିଦେଲା।
ତେଣୁ ମୋନାଲିସା କହିଛନ୍ତି ଭାଗ୍ୟ କେତେବେଳେ ବି ବଦଳିପାରେ। କାହାକୁ କେଉଁଠି ବି ପରିଚୟ ଦେଇପାରେ। ସେଥିପାଇଁ ସମୟକୁ ଅପେକ୍ଷା କରିବାକୁ ପଡ଼େ।
କ’ଣ କରନ୍ତି ମୋନାଲିସା: ସେ କୌଣସି ବଡ଼ କାମ କରନ୍ତିନି। ବରଂ ରାସ୍ତା କଡ଼ରେ ବସି ରୁଦ୍ରାକ୍ଷ ମାଳି ବିକନ୍ତି। କିମ୍ଭମେଳାରେ ବି ସେ ମାଳି ବିକୁଛନ୍ତି। ହେଲେ ଏହି କୁମ୍ଭମେଳା ତାଙ୍କୁ ନୂଆ ପରିଚୟ ଦେଇଛି। ସାରା ଦେଶରେ ଏବେ ସୁନ୍ଦରୀ ଭାଇରାଲ ଗାର୍ଲ ଭାବରେ ଜଣାଶୁଣା।
View this post on Instagram