fbpx

(Video): ‘ଏସା କିସି ଅନଜାନ ଲଡକି କେ ସାଥ ନା କରେ ସୈଣ୍ଡେଲ ପଡ ସକତି ହୈ’, ଝିଅ ସହ ପ୍ରାଙ୍କ କରୁଥିଲା ଯୁବକ, ଭିଡିଓ ଦେଖି ଲୋକେ କହିଲେ ଏମିତି

ଓଡିଶା ଭାସ୍କର: ଅଧୁନା ପ୍ରାୟ ସମସ୍ତେ ସୋସିଆଲ ମିଡିଆ ମାନିଆ । ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖନ୍ତି । କେଉଁ ଭିଡିଓ କାହାକୁ ପସନ୍ଦ ଅଟେ ତାହା କେବଳ ସେ ଦେଖୁଥିବା ଲୋକ ହିଁ କହିପାରିବ । ଏହିକ୍ରମରେ ଏମିତି ଏକ ଭିଡିଓ ଏବେ ଚର୍ଚ୍ଚା ସାଉଁଟୁଛି । ଏହି ଭିଡିଓରେ ଜଣେ ଯୁବକ ତାଙ୍କ ସାଙ୍ଗକୁ ଏକ ସରପ୍ରାଇଜ ଦେଉଛନ୍ତି । ଯାହାକୁ ଦେଖି ଲୋକଙ୍କ ହୋଶ ଉଡିଯାଉଛି ।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓକୁ ବିହାରର ଜଣେ ଯୁବକ ତିଆରି କରିଛନ୍ତି । ଯୁବକ ଜଣକ ନିଜ ହାତମୁଠାରେ କିଛି ଲୁଚାଇକି ରଖିଛନ୍ତି । ସିଧାସଳଖ ସେ ଆସି ତାଙ୍କ ସାଙ୍ଗ ପାଖକୁ ଯାଉଛନ୍ତି । ଯୁବତୀ ଜଣଙ୍କୁ ଯୁବକ ହାତ ବଢାଇବାକୁ କହୁଛନ୍ତି ଭିଡିଓରେ । ଖୁସିରେ ହାତ ବଢାଇବା ପରେ ଝିଅ ଜଣକ ହଠାତ ଚିତ୍କାର କରୁଛନ୍ତି । ତାଙ୍କୁ ସାପ ଭଳି କିଛି ଜିନିଷର ସାମ୍ନା କରିବାକୁ ପଡୁଛି । ସେ ଡରି ଯାଉଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓକୁ ଅନେକ ନାପସନ୍ଦ କରୁଛନ୍ତି ତ ଅନେକ ଦେଖିକି ଖୁସିବ୍ୟକ୍ତ କରୁଛନ୍ତି । ଅନେକ ଲୋକ ଏହି ଭିଡିଓକୁ ଦେଖି ପ୍ରାଙ୍କ କରି ଜାଣୁନ ବୋଲି ବି କଟାକ୍ଷ କରୁଛନ୍ତି । ଭିଡିଓକୁ ବିହାରର ଜଣେ ନିଜ ଇଷ୍ଟାଗ୍ରାମ  avdheshvlogs ରେ ସେୟାର କରିଛନ୍ତି । ଭିଡିଓ ତଳେ ଲେଖା ହୋଇଛି ‘କେସା ଲଗା ମେରା ପ୍ରାଙ୍କ’ । ଭିଡିଓର ବୈକଗ୍ରାଉଣ୍ଡରେ ଭୋଜପୁରୀ ଗୀତ ବାଜୁଛି । ଜଣେ ୟୁଜର୍ସ ଭିଡିଓକୁ ଦେଖି କହିଛନ୍ତି, ‘ଏସା କିସି ଅନଜାନ ଲଡକି କେ ସାଥ ନା କରେ ସୈଣ୍ଡେଲ ପଡ ସକତି ହୈ’ ।

 

View this post on Instagram

 

A post shared by Avdhesh Vlogs (@avdheshvlogs)

Get real time updates directly on you device, subscribe now.