ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଏକ ହୃଦୟବିଦାରକ ଭିଡିଓ ଭାଇରାଲ୍ ହେଉଛି । ଭିଡିଓ ଦେଖି ସଭିଏଁ ଚକିତ ହୋଇଛନ୍ତି । କଲେଜ ପଡିଆରେ କ୍ରିକେଟ ଖେଳିବା ସମୟରେ ଜଣେ ଛାତ୍ରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଦ୍ରୁତ ଗତିରେ ଏହି ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି ।
ଛାତ୍ର ଜଣକ କ୍ରିକେଟ ଖେଳିବା ସମୟରେ ହଠାତ୍ ପଡିଆ ମଝିରେ ଟଳି ପଡୁଛନ୍ତି । ୨୧ ବର୍ଷୀୟ ଛାତ୍ର ଜଣକ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ଭିଡିଓରେ ଦେଖିପାରିବେ ଛାତ୍ର ଜଣକ ଖେଳିବା ସମୟରେ ହଠାତ୍ ପଡି ଯାଉଛନ୍ତି । କିଛି ସେକେଣ୍ଡରେ ହିଁ ତାଙ୍କ ମୃତ୍ୟୁ ହୋଇ ଯାଉଛି ।
ଛାତ୍ର ଜଣକ ହାଇଦ୍ରାବାଦ୍ର ଏକ କଲେଜରେ ପାଠ ପଢୁଥିଲେ ବୋଲି କୁହାଯାଉଛି । ୪ର୍ଥ ବର୍ଷର ଛାତ୍ର ଥିଲେ । ଘଟଣା ପରେ ତୁରନ୍ତ ତାଙ୍କ ସାଥି ଓ କଲେଜ କର୍ମଚାରୀ ତାଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲ ରିପୋର୍ଟରେ ମୃତ୍ୟୁର କାରଣ ହୃଦଘାତ ବୋଲି ଉଲ୍ଲେଖ କରାଯାଇଛି ।
ନିକଟରେ ଯୁବାଙ୍କ ନିକଟରେ ହୃଦଘାତର ବୃଦ୍ଧି ପାଉଥିବା ମାମଲା ଚିନ୍ତାର କାରଣ ପାଲଟିଛି । ଭିଡିଓ ଦେଖିବା ପରେ ଲୋକେ ଦୁଃଖରେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏହି ଲୋମ ଟାଙ୍କୁରା ଭିଡିଓଟି X ରେ @gharkekalesh ହ୍ୟାଣ୍ଡେଲରୁ ସେୟାର କରାଯାଇଛି।
Hyderabad: 4th Year Engineering student d!es of cardiac arrest while playing cricket in college.
pic.twitter.com/9kLhsPWxUa— Ghar Ke Kalesh (@gharkekalesh) April 7, 2025