fbpx

Video: ସମୁଦ୍ର ଲହଡ଼ିରେ ରୋମାନ୍ସ କରୁଥିଲେ ଦମ୍ପତି; ପ୍ରେମିକ ସାମ୍ନାରେ ଭାସିଗଲା ପ୍ରେମିକା…

ଓଡ଼ିଶା ଭାସ୍କର: କୁହାଯାଏ ପାଣି ହେଉଛି ଥଣ୍ଡା ନିଆଁ ଯିଏ ଏହାର ମାୟାଜାଲରେ ଥରେ ପଡେ ତାହାକୁ ସେଠୁ ବାହାରିବା ମୁସ୍କିଲ ହୋଇ ପଡେ। ଯଦିବା ଜଣକୁ ପହଁରିବା ଜଣାଥାଏ, ତଥାପି ତାହାକୁ ପାଣିର ତାଣ୍ଡବରୁ ରକ୍ଷା ପାଇବା କାଠିକର ପାଠ ହୋଇପଡେ। ଏହିକ୍ରମରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛିା

ଯେଉଁଥିରେ ଏକ କପଲ ସମୁଦ୍ରର ଢେଉ ମଧ୍ୟରେ ରୋମାନ୍ସ କରିବାକୁ ଦେଖିବାକୁ ମିଳୁଛି। ରୋମାନ୍ସରେ ଲିପ୍ତଥିବା ଏହି ଯୋଡିଙ୍କ ପାଇଁ କିଛି ସମୟ ପାଇଁ ତ ସବୁକିଛି ଠିକଠାକ ଚାଲିଥିଲ।। ମାତ୍ର ହଠାତ ଏହି ଯୋଡିଙ୍କ ପ୍ରେମମୟ ମୁହୂର୍ତ୍ତରେ ଘୋର ଅନ୍ଧକାର ଛାଇଗଲ।। ରୋମାନ୍ସ କରୁଥିବା ସମୟରେ ସମୁଦ୍ରର ଏକ ଶକ୍ତ ଲହଡି ପ୍ରେମିକକୁ ଶକ୍ତା ଦେଇ ଚାଲିଗଲ।।

ଲହଡିରେ ପ୍ରେମିକର ସାମ୍ନାରେ ହିଁ ତାଙ୍କ ପ୍ରେମିକା ଉଭାନ ହୋଇଗଲୋ ସମୁଦ୍ର ଢେଉ ଏତେ ତୀବ୍ରଥିଲା ଯେ ପ୍ରେମିକ ଚାହିଁକି ବି ନିଜର ପ୍ରେମିକାକୁ ବଞ୍ଚାଇ ପାରିଲେ ନାହିାଁ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଋଷରେ ଭାଇରାଲ ହୋଇଥିବା ଏହି ଭିଡିଓରେ ପ୍ରେମିକା ପାଇଁ ଲହଡି ମୃତ୍ୟୁ ହୋଇ ଆସିଥିଲ।। ଲହଡିରେ ମୃତ୍ୟୁବରଣ କରିଥିବା ଏହି ଝିଅକୁ ଏବେବି ଖୋଜା ଚାଲିଛିା ମାତ୍ର ସେ ମିଳି ନାହାନ୍ତିା

ଭାଇରାଲ ହୋଇଥିବା ଏହି ଭିଡିଓକୁ @CollinRugg ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛିା ଏବେଯାଏଁ ଏହି ଭିଡିଓଟିକୁ ପ୍ରାୟ ୧୦.୮ ମିଲିୟନ ଲୋକ ଦେଖି ସାରିଛନ୍ତିା ଭିଡିଓକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତିା ଜଣେ ୟୁଜର୍ସ ଲେଖିଛନ୍ତି ଆପଣ ଯେତେ ବଡ ଯୋଦ୍ଧା ହୋଇ ଥାଆନ୍ତୁ ନା କାହିଁକି, ପାଣିକୁ ହାଲୁକାରେ ନିଅନ୍ତୁ ନାହିାଁ ଆଉ ଜଣେ ୟୁଜର୍ସ ଲେଖିଛନ୍ତି ସତରେ ଯଦି ଏହି କପଲ ଭଲ ପାଉଥିଲେ, ଏମିତି ଜାଗାକୁ ଯିବା ଉଚିତ ନ ଥିଲ।।

 

Get real time updates directly on you device, subscribe now.