fbpx
BSKY
BJD SHG SKY
BJD MC SKY

(video)ଆଃ ! ଗେଲ ହେଉ ହେଉ ବାହାରିଗଲା…ଜିଅଁନ୍ତା ଚୋବାଇ ଦେଲା ସିଂହ, ଭିଡ଼ିଓ ଦେଖିଲେ ଛାନିଆ ହେଇଯିବେ

ନୂଆଦିଲ୍ଲୀ: ଜଙ୍ଗଲର ରାଜା ବୋଲି ସିଂହକୁ କୁହାଯାଏ । ତାଙ୍କୁ ଆମେ ଯେତେ ପିଞ୍ଜରାରେ ରଖିଲେ କଣ ହେବ ତାଙ୍କର ବୁଦ୍ଧି ଆଉ ଚତୁରତାପାଇଁ ତାଙ୍କ ସହିତ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ଯଦି ଆପଣ ବିଶ୍ୱାସ କରୁନାହାଁନ୍ତି ତେବେ ଟ୍ୱିଟରରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖନ୍ତୁ । ଏହି ଭିଡିଓରେ ସିଂହ ଏକ ପିଞ୍ଜରା ଭିତରେ ଅଛି । ତାଙ୍କୁ ବନ୍ଦୀ ଅବସ୍ଥାରେ ଦେଖି ଜଣେ ଯୁବକ ଅନୁଭବ କଲା ଯେ ତାଙ୍କ ଶକ୍ତି ହୁଏତ କାବୁରେ ଥାଇପାରେ । ଏହା ପରେ ଯୁବକ ଜଣକ ଏପରି କାର୍ଯ୍ୟ କରିଥିଲେ, ଯାହା ସିଂହକୁ କ୍ରୋଧିତ କରିଥିଲା।

ଆରମ୍ଭରେ, ଏହି ଭିଡିଓ ଦେଖିବା ପରେ ଜଣେ ହସନ୍ତି, କିନ୍ତୁ ପରେ ଯାହା ଘଟିଲା ତାହା ଆପଣଙ୍କୁ ଚକିତ କରିଦେବ ।

ଜଣେ ବ୍ୟକ୍ତି ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିବାକୁ ଆସିଥିଲେ। ଯୁବକ ଜଣକ ପିଞ୍ଜରା ଭିତରେ ସିଂହ କୁ ଆବଦ୍ଧ ଦେଖି ଏହାକୁ ଥଟ୍ଟା କରିବାକୁ ଚେଷ୍ଟା କରିଲେ । ଯୁବକଟିର ଏହି କାର୍ଯ୍ୟ ଯୋଗୁଁ ସିଂହ ବିରକ୍ତ ହୋଇଗଲେ । ଏହାପରେ ଯୁବକ ଜଣକ ଯେଉଁ ଆଙ୍ଗୁଠି ଦେଖାଉଥିଲେ ତାକୁ ନିଜ ପାଟିରେ ଚୋବାଇ ପକେଇଲେ । ଯୁବକ ଜଣକ ଅଙ୍ଗୁଳି କାଢ଼ିବାକୁ କରିବାକୁ ଚେଷ୍ଟା କଲା, କିନ୍ତୁ ସିଂହ ଉପରେ ଜିତି ପାରିଲା ନାହିଁ।

ଯୁବକଙ୍କ ଜଣକ ଥଟ୍ଟାରେ କରୁଥିବା ସମୟରେ ଏହା ଭାବିଲା ନାହିଁ ଯେ , ଏହା ତାଙ୍କ ଉପରେ କେତେ ଭାରୀ ହେବ। ଯାହା ପାଇଁ ସିଂହ ଯୁବକଙ୍କ ଆଙ୍ଗୁଠିକୁ ଚୋବାଇଲା। ଆଉ ଶୂନ୍ୟଟା ରେ ଯୁବକଙ୍କୁ ତାଙ୍କ ଆଙ୍ଗୁଠି ହରାଇବାକୁ ପଡିଲା। Extinction.animale ନାମକ ଟ୍ୱିଟର ହ୍ୟାଣ୍ଡେଲ ଏହି ଭିଡିଓ ସେୟାର କରିଛି । ତେବେ ଆପଣ ଯେବେ ମଧ୍ୟ ଏହି ଭଳି ଚିଡିୟାଖାନା ବୁଲି ଯାଉଛନ୍ତି ଭୁଲ୍ ରେ ଏଭଳି କିଛି କାମ କରନ୍ତୁ ନାହିଁ ।

Get real time updates directly on you device, subscribe now.