(Video) ‘ସ୍ତ୍ରୀ୨’ର ଗୀତ ‘ଆଇ ନେହିଁ’ରେ ଏପରି ଡ୍ୟାନ୍ସ କଲେ ଏହି କୁନି ଝିଅ, ଯାହାକୁ ଦେଖି ଶ୍ରଦ୍ଧା କପୁରଙ୍କର ଉଡିଯିବ ହୋସ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା ରାଜକୁମାର ରାଓଙ୍କର ଫିଲ୍ମ ‘ସ୍ତ୍ରୀ୨’ ୨୦୨୪ର ବ୍ଲକବଷ୍ଟର ଫିଲ୍ମ ହୋଇଛି। ଏହି ହରର କମେଡି ଫିଲ୍ମ ବକ୍ସ ଅଫିସରେ ବିପୁଳ ପରିମାଣରେ ରୋଜଗାର କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ଫିଲ୍ମ ‘ସ୍ତ୍ରୀ୨’ ପାଖାପାଖି ୬୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଲୋକେ କେବଳ ଫିଲ୍ମକୁ ପସନ୍ଦ କରିନାହାନ୍ତି, ଏହି ଫିଲ୍ମର ଗୀତ ମଧ୍ୟ ଫ୍ୟାନ୍ସଙ୍କ ମନରେ ଭିନ୍ନ ସ୍ଥାନ ସୃଷ୍ଟି କରିଛି। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଫିଲ୍ମର ଏକ ଗୀତରେ ଡ୍ୟାନ୍ସ କରୁଥିବା କୁନି ଝିଅର ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି।

ଫିଲ୍ମର ସୁପରହିଟ ଗୀତ ‘ଆଇ ନେହିଁ’ ରେ ଏକ ଡ୍ୟାନ୍ସ ଗ୍ରୁପର କୁନି କଳାକାର ନିଜର ଠୁମକାରେ ଲୋକଙ୍କ ହୃଦୟକୁ ଜିତିନେଇଛି। ଏହି ଛୋଟ ଶିଶୁ ଜଣକ ଏପରି ଡ୍ୟାନ୍ସ କରୁଛନ୍ତି, ଯାହାକୁ ଦେଖି ଆପଣଙ୍କ ହୋସ ଉଡିଯିବ। ଲୋକେ ଏହି ଭିଡିଓ ଦେଖି ଏଥିରେ ନାଚୁଥିବା କୁନି ଝିଅର ଅନେକ ପ୍ରଶଂସା କରୁଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶ୍ରଦ୍ଧା କପୁରଙ୍କ ଭଳି ଏହି କୁନି ଝିଅଟି ନିଜ ଠୁମକାରେ ଲୋକଙ୍କୁ ଦିୱାନା କରୁଛି। ଏହି ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ଅନେକ ଗୁଡିଏ ଲୋକଙ୍କର ଲାଇକ୍ସ ମିଳିସାରିଛି।

 

View this post on Instagram

 

A post shared by B Sheokhand (@barkat.arora)