(Video) ମୃତ୍ୟୁ ପାଖେ ଠିଆ ହୋଇଥିଲେ ସ୍ୱାମୀ-ସ୍ତ୍ରୀ, ହେଲେ ଯମ ନେଲାନି, ଦେଖନ୍ତୁ Gas Leakର ଭୟଙ୍କର ଭିଡିଓ

ଗ୍ୟାସ ଲିକର ଲାଇଭ୍ ଭିଡିଓ, ଦେଖନ୍ତୁ

ଓଡ଼ିଶା ଭାସ୍କର: ଘରେ ଗ୍ୟାସ୍ ଲିକ୍ ପରେ ଭୟଙ୍କର ନିଆଁ ଲାଗିବାର ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଜଣେ ପୁରୁଷ ଏବଂ ଜଣେ ମହିଳା ଦୁର୍ଘଟଣା ଘଟିବା ପୂର୍ବରୁ ସୁରକ୍ଷିତ ଭାବେ ବାହାରକୁ ବାହାରି ଯାଇଛନ୍ତି।

ଏହି ସମଗ୍ର ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି ଏବଂ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଭାଇରାଲ ହେଉଥିବାଭିଡିଓରେ ଦେଖିବାକୁ ମିଳିଛି ଯେ, ନିଆଁ ଲାଗିବାର କିଛି ସେକେଣ୍ଡ ପୂର୍ବରୁ ମହିଳା ଜଣକ ରୋଷେଇ ଘରୁ ଏଲପିଜି ସିଲିଣ୍ଡରର ପାଇପକୁ ଛାଡ଼ି ଘରୁ ବାହାରକୁ ଚାଲି ଯାଇଛନ୍ତି।

ଏହି ସିଲିଣ୍ଡର ପାଇପରୁ ଖୁବ ଜୋରରେ ଗ୍ୟାସ ଲିକ୍ ହେବାରେ ଲାଗିଛି। ସେ ସିଲିଣ୍ଡରକୁ ଛାଡ଼ି ଘରୁ ବାହାରକୁ ଚାଲିଯାଇଛନ୍ତି, ଏଥିରେ ସମଗ୍ର ଘର ଗ୍ୟାସରେ ଭରିଯାଇଛି।

ଏହାପରେ ସ୍ୱାମୀ-ସ୍ତ୍ରୀ ଘର ଭିତରକୁ ଆସି ଗ୍ୟାସ ଟାଙ୍କି ଉଠାଇବାକୁ ଚେଷ୍ଟା କରୁଛନ୍ତି। ଠିକ୍ ଏହି ସମୟରେ ରୋଷେଇ ଘରେ ଏକ ବଡ଼ ବ୍ଲାଷ୍ଟ ହୋଇଯାଇଛି। କିନ୍ତୁ ଆଶ୍ୱସ୍ତିକର ଘଟଣା ହେଉଛି, ଏହି ସମୟରେ ଘରର ସବୁ ଝରକା ଏବଂ କବାଟ ଖୋଲା ରହିଛି।

ଅଧିକାଂଶ ଗ୍ୟାସ ବାହାରକୁ ଚାଲିଯାଇଥିଲା। ଏଥିପାଇଁ ଏହି ଦୁଇଜଣଙ୍କର ଜୀବନ ବଞ୍ଚିଯାଇଛି। ଯଦି କବାଟ-ଝରକା ବନ୍ଦ ଥାଆନ୍ତା ତେବେ ଏମାନଙ୍କ ଜୀବନ ଚାଲିଯାଇଥାଆନ୍ତା।