fbpx

ପୂରଣ ହେଲାନି ଆଶା: ଘରୋଇ ମଇଦାନରେ ଭାଙ୍ଗିରୁଜି ଚୁରମାର ହୋଇଗଲା “ବିରାଟ’ ସ୍ୱପ୍ନ

Advertisement

ନୂଆଦିଲ୍ଳୀ: ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚ ମେନ ଇନ ବ୍ଲୁ ପାଇଁ ବହୁତ ସ୍ପେଶଲ ଥିବା ବେଳେ ଦ୍ୱିତୀୟ ମ୍ୟଚ ତିଲା ବିରାଟ କୋହଲିଙ୍କ ପାଇଁ ଖୁବ ସ୍ପେଶଲ । ପ୍ରଥମ ମ୍ୟାଚରେ ଭାରତ ୧୦୦୦ ତମ ମ୍ୟାଚ ଖେଳୁତିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ବିରାଟ କୋହଲି ଘରୋଇ ମଇଦାନରେ ନିଜର ୧୦୦ ତମ ଦିନିକିଆ ମ୍ୟାଚ ଖେଳୁଛନ୍ତି । ଏଭଳି ଏକ ମ୍ୟାଚକୁ ସ୍ମରଣୀୟ ରଖିବା ପାଇଁ ସମସ୍ତ ଖେଳାଳିଙ୍କର ଥାଏ ଆଶା ଆଉ ସ୍ୱପ୍ନ । କିନ୍ତୁ ବିରାଟ କୋହଲିଙ୍କର ଏହି ସ୍ୱପ୍ନ ଆଜି ଧୂଳିସାତ ହୋଇ ଯାଇଛି । ଏକ ବିଶାଳ ସ୍କୋର କରି ସେ ଏହି ମ୍ୟାଚକୁ ସ୍ମରଣୀୟ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କର ଏହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି । ଦଳ ପାଇଁ ବଡ ସ୍କୋର ବନାଇବାରେ ପୁଣି ଥରେ ଫେଲ ମାରିଛନ୍ତି କିଙ୍ଗ କୋହଲି ।
Virat Kohli Named Captain of India ODI, T20I Teams; Yuvraj Singh Returns:  10 Points | Cricket NewsVirat Kohli has amazingly matured as captain: Kapil Dev - Sports News
ଦ୍ୱିତୀୟ ଦିନିକିଆରେ ଶାନ୍ତ ରହିଛି ରନ ମେସିନଙ୍କ ବ୍ୟାଟ । ମାତ୍ର ୧୮ ରନ କରି ପାଭିଲିୟନ ଫେରିଛନ୍ତି ବିରାଟ । ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ରୋହିତଙ୍କ ରୂପରେ ଦଳ ପ୍ରଥମ ୱିକେଟ ହରାଇଥିବା ବେଳେ ଏକ ବଡ ପାଳିର ଆଶା ନେଇ ମଇଦାନକୁ ଆସିଥିଲେ ନିଜର ୧୦୦ତମ ଘରୋଇ ଦିନିକିଆ ମ୍ୟାଚ ଖେଳୁଥିବା ବିରାଟ କୋହଲି । ସମସ୍ତେ ତାଙ୍କର ଏହି ସ୍ପେଶଲ ମ୍ୟାଚରେ ଏକ ବଡ ପାଳି ଆଶା କରୁଥିଲେ । କିନ୍ତୁ ୩୦ ବଲରେ ମାତ୍ର ୧୮ ରନ କରି ଅଡିୟନ ସ୍ମିଥଙ୍କ ଶିକାର ହୋଇ ପାଭିଲିୟନ ଫେରିଛନ୍ତି କୋହଲି । ଏହାପରେ ସୂର୍ଯ୍ୟକୁମାର ଯାଦବ ଏବଂ ୱାଶିଂଟନ ସୁନ୍ଦରଙ୍କ ଦମଦାର ବ୍ୟାଟିଂ ବଳରେ ଦଳ ୫୦ ଓଭରରେ ୨୩୭-୯ ରନ ସଂଗ୍ରହ କରି ପାରିଛି । ତେବେ ବିଜୟ ପାଇଁ ୱେଷ୍ଟ ଇଣ୍ଡିଜକୁ ୨୩୮ ରନର ଟାର୍ଗେଟ ଦେଇଛି ମେନ ଇନ ବ୍ଲୁ ।

Twitter Reactions: Virat Kohli's 41st ODI ton goes in vain as Australia  spoil MS Dhoni's homecoming | CricketTimes.comIndia vs West Indies 1st ODI Highlights: India beat West Indies by 6  wickets, go 1-0 up | Hindustan Times

Get real time updates directly on you device, subscribe now.