fbpx

ପାକିସ୍ତାନରେ ବି ‘ବିରାଟ’ ଜଲୱା: ବାବର ନୁହେଁ, Champions Trophy ପୋଷ୍ଟରରେ କିଙ୍ଗ କୋହଲି!

ଆୟୋଜକ ପାକିସ୍ତାନ, ନମ୍ବର ୱାନ୍ କ୍ରିକେଟର ବାବର... କିନ୍ତୁ CT-2025ର ପୋଷ୍ଟର ବୟ କିଙ୍ଗ କୋହଲି

ନୂଆଦିଲ୍ଲୀ: ଆସନ୍ତାବର୍ଷ ଚମ୍ପିଆନ୍ସ ଟ୍ରଫିର ଅୟୋଜନ ଦାୟିତ୍ୱ ପାକିସ୍ତାନ କ୍ରିକେଟ ବୋର୍ଡ ହାତରେ ରହିଛି । ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି ପାକିସ୍ତାନ । ବୋର୍ଡର ଚେୟାରମ୍ୟାନ୍ ମହମ୍ମଦ ନକବୀ ଷ୍ଟାଡିୟମ ଗୁଡ଼ିକର ମରାମତି କାମ ମଧ୍ୟ ଜାରି ରଖିଛନ୍ତି । କିନ୍ତୁ ଏହାପୂର୍ବରୁ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିବା ବେଳେ ବାବର ଆଜମ୍ ବର୍ତ୍ତମାନର ସର୍ବଶ୍ରେଷ୍ଠ ବ୍ୟାଟର ରହିଛନ୍ତି । ଏହାପରେ ମଧ୍ୟ ଚମ୍ପିଆନ୍ସ ଟ୍ରଫି ପୋଷ୍ଟରରେ ବିରାଟ କୋହଲିଙ୍କ ଫଟୋକୁ ସ୍ଥାନ ଦିଆଯାଇଛି ।

ସୂଚନା ଅନୁସାରେ, ଆସନ୍ତା ଚମ୍ପିଆନ୍ସ ଟ୍ରଫିର ଆୟୋଜକ ରହିଛି ପାକିସ୍ତାନ । ସେହିପରି ଦିନିକିଆ ରାଙ୍କିଙ୍ଗରେ ସର୍ବଶ୍ରେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ରହିଛନ୍ତି ପାକ୍ ଅଧିନାୟକ ବାବର ଆଜମ । କିନ୍ତୁ ଆୟୋଜକ ଦଳର ଅଧିନାୟକ ତଥା ଦିନିକିଆ ଫର୍ମାଟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ବାଦ୍ ଦେଇ ବିରାଟ କୋହଲିଙ୍କ ଫଟୋକୁ ଚମ୍ପିଆନ୍ସ ଟ୍ରଫିର ପୋଷ୍ଟେରରେ ସାମିଲ କରାଯାଇଛି । ଏହାବ୍ୟତୀତ ବିରାଟ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ମଧ୍ୟ ନାହାନ୍ତି । ଏହାପରେ ମଧ୍ୟ ବିରାଟଙ୍କ ଫଟୋ ଏଥିରେ ସାମିଲ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୋସିଆଲ୍ ମିଡିଆରେ ଚମ୍ପିଆନ୍ସ ଟ୍ରଫିର ଏକ ପୋଷ୍ଟର ଅପଳୋଡ ହୋଇଛି, ଏହା ଷ୍ଟାର ସ୍ପୋର୍ଟସ ତରଫରୁ ଜାରି ହୋଇଥିବା ଦାବି ହୋଇଛି । ଏହି ଟୁର୍ଣ୍ଣାମେଣ୍ଟର ଅଫିସିଆଲ ବ୍ରଡକାଷ୍ଟର ରହିଛି ଷ୍ଟାର ସ୍ପୋର୍ଟସ ଏବଂ ଏହି ଚ୍ୟାନେଲରେ ହିଁ ଦର୍ଶକ ଟୁର୍ଣ୍ଣାମେଣ୍ଟ ଦେଖିପାରିବେ । ଭାିରାଲ ହେଉଥିବା ଏହି ପୋ୍େଟରରେ ଷ୍ଟାର ସ୍ପୋର୍ଟସ ଆୟୋଜକ ଦଳ(ପାକିସ୍ତାନ)ର ନାମ ଉଲ୍ଲେଖ କରିଛନ୍ତି । କିନ୍ତୁ ଦଳର ଅଧିନାୟକ ତଥା ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟର(ବର୍ତ୍ତମାନ) କିମ୍ବା ଅନ୍ୟ କୌଣସି କ୍ରିକେଟରଙ୍କୁ ସ୍ଥାନ ଦେଇନାହିଁ । ସେହିପରି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହି ପୋଷ୍ଟରରେ ସ୍ଥାନ ପାଇନାହାନ୍ତି । ଏହି ପୋଷ୍ଟରରେ ବିରାଟ କୋହଲିଙ୍କ ଫଟୋ ସାମିଲ କରିଛି ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସ ।

ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଏହା ଅଫିସିଆଲ ପୋଷ୍ଟର କି ନୁହେଁ, ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଷ୍ଟାର ସ୍ପୋର୍ଟସ ଏଭଳି କୌଣସି ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିନାହିଁ । ଏହାବ୍ୟତୀତ ଆଇସିସିର ଅଫସିଆଲ ପୋଷ୍ଟର ରିଲିଜ କରିନାହିଁ ।

Get real time updates directly on you device, subscribe now.