କଟକ: ବାରବାଟୀରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ବିରାଟ କୋହଲି ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ମାତ୍ର ୫ ରନ୍ କରି ଆଉଟ୍ ହୋଇଛନ୍ତି କୋହଲି ।
ମ୍ୟାଚ୍ରେ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶୁଭମନ ଗିଲ୍ ଥିବାବେଳେ ଗିଲ୍ ଅର୍ଦ୍ଧଶତକ କରି ଆଡଟ୍ ହୋଇଥିଲେ । ଏହାପରେ ଫିଲ୍ଡକୁ ଓହ୍ଲାଇଥିଲେ ବିରାଟ । କିନ୍ତୁ ବେଶୀ ସମୟ ସେ ପଡ଼ିଆରେ ତିଷ୍ଟି ପାରି ନ ଥିଲେ ।
ମାତ୍ର ୫ ରନ୍ କରି ତାଙ୍କୁ ଆଉଟ୍ ହେବାକୁ ପଡ଼ିଥିଲା । ଅନ୍ୟପଟେ ରୋହିତ କିନ୍ତୁ ନିଜ ଫର୍ମ ବଜାୟ ରଖିଛନ୍ତି । କଟକ ବାରବାଟୀରେ ଛକା ଚୌକା ବୃଷ୍ଟି କରିବାରେ ଲାଗିଛନ୍ତି ରୋହିତ ।
ବର୍ତ୍ତମାନ ସୁଦ୍ଧା ୨୩ ଓଭର ଶେଷ ହୋଇଥିବାବେଳେ ଭାରତ ୨ଟି ୱିକେଟ୍ ହରାଇଛି ।
ବର୍ତ୍ତମାନ ଫିଲ୍ଡରେ ରୋହିତ ଓ ଶ୍ରେୟଶଙ୍କ ଯୋଡ଼ି ଦେଖିବାକୁ ମିଳିଥିବାବେଳେ ଏବେସୁଦ୍ଧା ଭାରତ ୧୭୩ ରନ୍ କରିପାରିଛି ।