୧୮ ବର୍ଷ ଯାଏଁ ଅପେକ୍ଷା.. ଆଇପିଏଲ ଚାମ୍ପିୟନ ହେବା ପରେ ବିରାଟଙ୍କ ପ୍ରଥମ ପୋଷ୍ଟ
ଆଇପିଏଲରେ ଆରସିବି ଜିତିବା ପରେ ବିରାଟଙ୍କ ପ୍ରଥମ ପୋଷ୍ଟ
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଆଇପିଏଲ ୨୦୨୫ର ବିଜୟ ସ୍ୱପ୍ନ ସତ ହୋଇଛି। ଏହି ଐତିହାସିକ ବିଜୟ ପରେ ବିରାଟ କୋହଲି ନିଜ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ନିଜର ଭାବନାକୁ ସେୟାର କରିଛନ୍ତି।
୪ ଜୁନ ୨୦୨୫ ସକାଳ ୮ଟାରେ ସେୟାର କରାଯାଇଥିବା ଏହି ପୋଷ୍ଟରେ ବିରାଟ କେବଳ ନିଜର ଖୁସି ବ୍ୟକ୍ତ କରିନାହାନ୍ତି, ବରଂ ଫ୍ୟାନ୍ସ ଏବଂ ଏହି ଲଙ୍ଗ ଜର୍ଣ୍ଣିକୁ ମଧ୍ୟ ମନେପକାଇଛନ୍ତି।
ପୋଷ୍ଟରେ ସେ ଭାବାବେଗ କଥା ଏବଂ ଟ୍ରଫି ସହ ତାଙ୍କର ଫଟୋ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି। ତାଙ୍କର ଏହି ପୋଷ୍ଟ କିଛି ମିନିଟରେ ଖୁବ ଭାଇରାଲ ହୋଇଛି।
ବିଜୟ ବିରାଟଙ୍କ ପ୍ରଥମ ପୋଷ୍ଟ: ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଆରସିବି ଚାମ୍ପିୟନ ହେବାର କିଛି ଫୋଟୋ ସେୟାର କରିଛନ୍ତି ସେହିପରି ଏକ ଫଟୋରେ ସେ ଲାଲ ରଙ୍ଗର ଆରସିବି ଜର୍ସୀ ପିନ୍ଧିଥିବା ଏବଂ ଗର୍ବରେ ଆଇପିଏଲ ୨୦୨୫ର ଟ୍ରଫିକୁ ଧରିଛନ୍ତି।
ଏହି ଫଟୋ ସହ ସେ ଏକ ଭାବାବେଗ ମେସେଜ ଲେଖିଛନ୍ତି, ଯେଉଁଥିରେ ସେ ନିଜ ଟିମ, ଫ୍ୟାନ୍ସ ଏବଂ ଏହି ୧୮ ବର୍ଷର ଜର୍ଣ୍ଣିକୁ ମନେପକାଇଛନ୍ତି। ମାତ୍ର ୧ ଘଣ୍ଟା ମଧ୍ୟରେ ଏହି ପୋଷ୍ଟ୫ ମିଲିୟନରୁ ଅଧିକ ଲାଇକ୍ସ ଏବଂ ହଜାର ହଜାର କମେଣ୍ଟ୍ସ ମିଳିଛି।
ନିଜ ପୋଷ୍ଟରେ ବିରାଟ ଲେଖିଛନ୍ତି ଯେ, ଏହି ଟିମ ସ୍ୱପ୍ନକୁ ସତ କରିଛି। ଏହା ଏକ ଏଭଳି ସିଜନ ଯାହାକୁ ମୁଁ କେବେ ଭୁଲିବିନି। ଆମେ ଗତ ୨.୫ ମାସରେ ଏହି ସଫରର ଭରପୁର ଆନନ୍ଦ ନେଇଛୁ।
ଏହା ଆରସିବିର ଫ୍ୟାନ୍ସଙ୍କ ପାଇଁ, ଯେଉଁମାନେ ଖରାପ ସମୟରେ ଆମ ସାଥ୍ ଛାଡ଼ିନାହାନ୍ତି। ଏହା ସବୁ ବର୍ଷର ହୃଦୟ ଭାଙ୍ଗିବା ଏବଂ ହତାଶ ପାଇଁ। ଏହା ଏହି ଟିମ ପାଇଁ ଖେଳି ଏବଂ ମଇଦାନରେ କରାଯାଇଥିବା ସବୁ ପ୍ରୟାସ ପାଇଁ।
ଯେଉଁଠି ଆଇପିଏଲ ଟ୍ରଫିର ପ୍ରଶ୍ନ-ଆପଣମାନେ ମୋତେ ୧୮ ବର୍ଷ ଅପେକ୍ଷା କରିବାକୁ ବାଧ୍ୟ କରିଛ ଯେ, ମୁଁ ଆପଣଙ୍କୁ ଉଠାଇ ପାରିବି ଏବଂ ମୋ ବନ୍ଧୁଙ୍କ ସହ ସେଲିବ୍ରେଟ୍ କରିପାରିବି, କିନ୍ତୁ ଏହି ସଂପୂର୍ଣ୍ଣ ଅପେକ୍ଷା ମୂଲ୍ୟବାନ ଥିଲା।
View this post on Instagram