କରସନ ଘାଭରି ଖୋଲିଲେ BCCIର ଗୁମର: ଜଣାପଡ଼ିଲା କ’ଣ ପାଇଁ ହଠାତ୍ ଟେଷ୍ଟ ମ୍ୟାଚରୁ ଅବସର ଘୋଷଣା କରିଥିଲେ ବିରାଟ-ରୋହିତ
ବିରାଟ-କୋହଲି ଚାହୁଁଥିଲେ ଖେଳିବାକୁ ଟେଷ୍ଟମ୍ୟାଚ୍ । ଷଡଯନ୍ତ୍ର ପାଇଁ ଆଗୁଆ ଘୋଷଣା କଲେ ଅବସର ।
ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ରେ ଭାରତୀୟ କ୍ରିକେଟ ଟିମର ରନ୍ ମେସିନ୍ ବିରାଟ କୋହଲି ଏବଂ କ୍ୟାପ୍ଟେନ୍ ରୋହିତ ଶର୍ମା ହଠାତ୍ ଟେଷ୍ଟ ମ୍ୟାଚରୁ ଅବସର ଘୋଷଣା କରିଦେଲେ ।
ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେବା ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଜଣାପଡ଼ୁଛି ଭାରତୀୟ କ୍ରିକେଟ ଟିମର ଏହି ଦିଗ୍ଗଜ ଖେଳାଳି ନେଇଥିବା ଏତେ ବଡ଼ ନିଷ୍ପତ୍ତି ପଛର କାରଣ ।
ତେବେ ଏ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ କ୍ରିକେଟର କରସନ ଘାଭରି । ବିରାଟ ରୋହିତ ଉଭୟେ ଦୀର୍ଘଦିନ ପର୍ଯ୍ୟନ୍ତ ମ୍ୟାଚ ସହ ଯୋଡ଼ି ହୋଇ ରହିବାକୁ ଚାହୁଁଥିଲେ । କିନ୍ତୁ ବିସିସିଆଇରେ ଅନ୍ତଃ ରାଜନୀତି ପାଇଁ ଦୁଇ ଖେଳାଳି ଏବେ ବଡ଼ ନିଷ୍ପତ୍ତି ନେଇଥିଲେ।
ବିସିସିଆଇ ଅଧିକାରୀ ବିରାଟ ଓ କୋହଲିଙ୍କୁ ବାଧ୍ୟ କରାଯାଇଥିଲା ଅବସର ନେବା ପାଇଁ । ସେମାନେ ଅବସର ଘୋଷଣା କରିବା ପରେ ବିସିସିଆି ପକ୍ଷରୁ ସେମାନଙ୍କୁ ଫେୟାରୱେଲ ଦିଆଯାଇ ନ ଥିଲା ।
ସେମାନେ କେବେ ସମୟ ପୂର୍ବରୁ ଟେଷ୍ଟ କ୍ରିକେଟ ଛାଡ଼ିବାକୁ ଚାହୁଁ ନ ଥିଲେ । ହେଲେ ସେମାନଙ୍କୁ ବାହାର କରାଯାଇଥିବା ଦୃଢ଼ତାର ସହିତ କହିଛନ୍ତି ଘାବରି । ରିପୋର୍ଟ ମୁତାବକ ବିରାଟ ଓ ରୋହିତ ଖୁବଶୀଘ୍ର ODI ମ୍ୟାଚରୁ ବିଦା ହେବାକୁ ଯାଉଛନ୍ତି ।