ବ୍ରିଟେନରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଶକ୍ତ ହେଲା ଭିସା ନିୟମ: ଜାଣନ୍ତୁ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କର ଏପରି ପଦକ୍ଷେପ ପଛର କାରଣ

ନୂଆଦିଲ୍ଲୀ: ବ୍ରିଟେନ ସରକାର ଦେଶରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଏକ ଦୃଢ଼ ପଦକ୍ଷେପ ନେଇଥିବା ସୋମବାର ଘୋଷଣା କରିଛନ୍ତି। ଏଥିରେ ବିଦେଶୀ ଶ୍ରମିକମାନଙ୍କ ପାଇଁ ଦକ୍ଷତା ଭିତ୍ତିକ ଭିସା ପାଇବା ପାଇଁ ଅଦିକ ବେତନ ସୀମା ଧାର୍ଯ୍ୟ କରିବା ଉପରେ ରୋକ ଲଗାଯାଇଛି । ଏହା ସହିତ ପରିବାର ସଦସ୍ୟଙ୍କୁ ନିର୍ଭରଶୀଳ ଭାବରେ ଆଣିବା ଉପରେ ଏକ ନିଷେଧାଦେଶ ଜାରି କରାଯାଇଛି । ବ୍ରିଟେନର ଗୃହମନ୍ତ୍ରୀ ଜେମ୍ସ କ୍ଲିଭରଲି ବ୍ରିଟିଶ ସଂସଦର ଲୋୟର ହାଉସ ‘ହାଉସ ଅଫ୍ କମନ୍ସ’ରେ ଏ ନେଇ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି । ଏହି କାର୍ୟ୍ୟାନୁଷ୍ଠାନ ଅନୁଯାୟୀ ସ୍ୱାସ୍ଥ୍ୟ ଭିସା ଉପରେ ଡାକ୍ତରମାନେ ସେମାନଙ୍କ ପରିବାରର କୌଣସି ସଦସ୍ୟଙ୍କୁ ସାଙ୍ଗରେ ଆଣି ପାରିବେ ନାହିଁ ବୋଲି କୁହାଯାଇଛି। ତେବେ ଏହି ନିଷ୍ପତ୍ତି ଭାରତୀୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ।

ଏଥି ସହିତ ବ୍ରିଟିଶ ସରକାର କହିଛନ୍ତି ଯେ କୁଶଳୀ ଶ୍ରମିକ ଭିସା ମାଧ୍ୟମରେ ବ୍ରିଟେନକୁ ଆସିବାକୁ ଆବେଦନ କରୁଥିବା ବ୍ୟକ୍ତିଙ୍କ ଦରମା ବର୍ତ୍ତମାନର ୨୬,୨୦୦(ପ୍ରାୟ ୨୮ ଲକ୍ଷ ଟଙ୍କା) ବ୍ରିଟିଶ ପାଉଣ୍ଡରୁ ୩୮,୭୦୦(ପ୍ରାୟ ୪୦ ଲକ୍ଷ ଭାରତୀୟ ଟଙ୍କା) ବ୍ରିଟିଶ ପାଉଣ୍ଡକୁ ବୃଦ୍ଧି କରାଯିବ। ସମାନ ବେତନ ରାଶି ପରିବାର ଭିସା ବର୍ଗରେ ଆବେଦନ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । କ୍ଲିଭର୍ଲି ସଂସଦକୁ କହିଛନ୍ତି ଯେ- ‘ଇମିଗ୍ରେସନ ନୀତି ନିରପେକ୍ଷ, ସ୍ଥିର, ଆଇନଗତ ଏବଂ ସ୍ଥାୟୀ ହେବା ଆବଶ୍ୟକ।’ ଏହି ନୂଆ ନିୟମ ୨୦୨୪ ଆରମ୍ଭରେ କାର୍ୟ୍ୟକାରୀ ହେବ। ତେବେ ଏହି ଇମିଗ୍ରେସନ ନିୟମ କାରଣରୁ ପ୍ରତିବର୍ଷ ବ୍ରିଟେନକୁ ଯାଇଥିବା ଲୋକଙ୍କ ସଂଖ୍ୟାକୁ ବହୁମାତ୍ରାରେ ହ୍ରାସ କରିବ ବୋଲି ଆଶଙ୍କା କରାଯାଉଛି ।

ଟୋରୀ ସାଂସଦଙ୍କ ଚାପରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ୱରେ ବ୍ରିଟିଶ ସରକାର ସ୍ଥାନାନ୍ତରଣ ସ୍ତରକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ଘୋଷଣା କରିଛନ୍ତି। ତେବେ ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୩୦୦,୦୦୦ ଲୋକ ପ୍ରଭାବିତ ହେବେ ବୋଲି ବ୍ରିଟେନର ଗୃହ କାର୍ୟ୍ୟାଳୟ ସୂଚନା ଦେଇଛି । ସୁନାକ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ପ୍ରବାସୀମାନଙ୍କ ସଂଖ୍ୟା ବର୍ତ୍ତମାନ ଅଧିକ ରହିଥିବା କାରଣରୁ ସେ ଏହାକୁ କମ କରିବାକୁ ପ୍ରତିଶ୍ରୁତିବଦ୍ଧ । ସର୍ବମୋଟ ସ୍ଥାନାନ୍ତରଣରେ ଆମେ ବିରାଟ ପ୍ରତିବନ୍ଧକ ଘୋଷଣା କରିଛୁ । ଏହା ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏପରି କରିନାହାଁନ୍ତି।

ଏହା ସହିତ ବ୍ୟବସାୟୀମାନଙ୍କ ପାଇଁ ୨୦ ପ୍ରତିଶତ ବେତନ ରିହାତି ହଟାଇ ଏକ ଇମିଗ୍ରେସନ ବେତନ ତାଲିକା ପ୍ରସ୍ତୁତ କରାଯିବ। ତେବେ ଏହାକୁ ବର୍ଦ୍ଧିତ ବେତନ ସୀମା ଅନୁଯାୟୀ ଇମିଗ୍ରେସନ ପରାମର୍ଶଦାତା କମିଟି ଦ୍ୱାରା ସମୀକ୍ଷା କରାଯିବ । ସରକାର ଦାବି କରିଛନ୍ତି ଯେ ଏହି ପଦକ୍ଷେପ ସାମୂହିକ ଭାବରେ ଏହି ସିଦ୍ଧାନ୍ତକୁ ଦୃଢ଼ କରିଛନ୍ତି ଯେ ଯେଉଁମାନେ ବ୍ରିଟେନରେ ରହିବାକୁ ଏବଂ କାର୍ୟ୍ୟ କରିବାକୁ ଇଚ୍ଛୁକ ସେମାନେ ଆତ୍ମନିର୍ଭରଶୀଳ ହେବା ଉଚିତ । ଏଥି ସହିତ ଅର୍ଥନୀତିରେ ମଧ୍ୟ ସହଯୋଗ କରିବା ଉଚିତ ।