fbpx

Vivo T3 Ultra ସ୍ମାର୍ଟଫୋନ୍ ଚଳିତ ମାସରେ ଲଞ୍ଚ ହେବ: କମ୍ ଦାମ୍ ସାଙ୍ଗକୁ ମିଳିବ ଦମଦାର ଫିଚର୍ସ

ନୂଆଦିଲ୍ଲୀ: ଭିଭୋ ଖୁବଶୀଘ୍ର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଏହା କମ୍ପାନୀର ଟି-ସିରିଜର ଏକ ଅଂଶ ଭାବେ ମାର୍କେଟକୁ ଆସିବ । ଏହି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ଦମଦାର ପ୍ରୋସେସର, ବଢ଼ିଆ କ୍ୟାମେରା, ବଡ଼ ବ୍ୟାଟେରୀ ଓ ଫାଷ୍ଟ ଚାର୍ଜିଂ ପରି ଅନେକ ଫିଚର୍ସ ମିଳିବ । କମ୍ପାନୀ ଗ୍ରାହକଙ୍କୁ ଏକ ‘ଫୁଲ ପ୍ୟାକେଜ’ ଡିଭାଇସ ମିଡ ରେଞ୍ଜ ବଜେଟରେ ଅଫର କରୁଛି । ଏହା ଟି-ସିରିଜର ସବୁଠାରୁ ମହଙ୍ଗା ଫୋନ ହେବ, ଯେଉଁଥିରେ ମିଡ ରେଞ୍ଜ ଫ୍ଲାଗଶିପ ଲେବଲର ଫରଫର୍ମାନ୍ସ ମିଳିବ । କମ୍ପାନୀ ଟି-ସିରିରେ ଫରଫର୍ମାନ୍ସ ଉପରେ ଫୋକସ୍ କରୁଛି ।

ଏଥିସହିତ ଏହି ସ୍ମାର୍ଟଫୋନରେ ଭିଭୋର ସ୍ଲିମ ଡିଜାଇନ ଲାଙ୍ଗୁଏଜ ଦେଖିବାକୁ ମିଳିବ । ଏହି ଫୋନକୁ କମ୍ପାନୀ ଚଳିତ ମାସ ପ୍ରାରମ୍ଭରେ ଲଞ୍ଚ କରିବାର ସମ୍ଭାବନା ରହିଛି । ଲଞ୍ଚ ହେବା ପୂର୍ବରୁ ଏହି ସ୍ମାର୍ଟଫୋନର ଅନେକ ଡିଟେଲ୍ସ ସାମ୍ନାକୁ ଆସିଛି । ଭିଭୋ ଟି୩ ଅଲଟ୍ରାରେ ମେଡିଆଟେକ ଡାଇମେନସିଟି ୯୨୦୦ ପ୍ଲସ ପ୍ରୋସେସର ମିଳିବ । ଏହି ପ୍ରୋସେସର ଭିଭୋର ଅନ୍ୟ ଫୋନ୍ସରେ ମଧ୍ୟ ଦେଖିବାକୁ ମିଳିଥିଲା । ନିକଟରେ ଲଞ୍ଚ ହୋଇଥିବା ଭିଭୋ ଭି୪୦ ସିରିଜରେ କମ୍ପାନୀ ଏହାକୁ ବ୍ୟବହାର କରିଥିଲା । ପ୍ରକୃତ କଥା ହେଉଛି, ଭି-ସିରିଜରେ କମ୍ପାନୀ କ୍ୟାମେରା ଉପରେ ଫୋକସ କରୁଥିବା ବେଳେ ଟି-ସିରିଜରେ ଫରଫର୍ମାନ୍ସ ଉପରେ ଫୋକସ କରୁଛି । ଭିଭୋ ଟି୩ ଅଲଟ୍ରା ହ୍ୟାଣ୍ଡସେଟ ୩୦ରୁ ୩୫ ହଜାର ଟଙ୍କାର ବଜେଟରେ ଲଞ୍ଚ ହେବ । େବେ ଏହାର ବିକ୍ରି ଉପରେ କିଛି ବ୍ୟାଙ୍କ ଅଫର ମଧ୍ୟ ରହିଛି । ଦୁଇଟି କଲର ଅପ୍ସନରେ କମ୍ପାନୀ ଏହାକୁ ଲଞ୍ଚ କରିବ ।

Get real time updates directly on you device, subscribe now.