100x ସୁପର୍ ଜୁମ ସହିତ ଲଞ୍ଚ ହେଲା VIVO 5G ସ୍ମାର୍ଟଫୋନ୍, Samsung, OnePlus, Xiaomi ର ବଢିଲା ଟେନସନ୍
ଭାରତରେ ଲଞ୍ଚ ହେଲା Vivo ର ଧମାକାଦାର ଫୋନ୍। ଗତ କିଛି ମାସ ଧରି ଚର୍ଚ୍ଚାରେ ରହୁଆସୁଥିବା ଭିଭୋର ନୂତନ 5G ସ୍ମାର୍ଟଫୋନ୍ T4 Ultra ଭାରତରେ ଲଞ୍ଚ କରିଛି ।
ଓଡ଼ିଶା ଭାସ୍କର: ଭାରତରେ ଲଞ୍ଚ ହେଲା Vivo ର ଧମାକାଦାର ଫୋନ୍। ଗତ କିଛି ମାସ ଧରି ଚର୍ଚ୍ଚାରେ ରହୁଆସୁଥିବା ଭିଭୋର ନୂତନ 5G ସ୍ମାର୍ଟଫୋନ୍ T4 Ultra ଭାରତରେ ଲଞ୍ଚ କରିଛି । ଏହି Vivo ଫୋନ୍ 100x ସୁପର ଜୁମ୍ ସମେତ ଅନେକ ଉନ୍ନତ ଫିଚର୍ସ ପ୍ରଦାନ କରିଛି। କ୍ୟାମେରା ଦୃଷ୍ଟିରୁ, ଏହା Samsung, OnePlus, Xiaomi ଭଳି ବ୍ରାଣ୍ଡର ପ୍ରିମିୟମ୍ ଫୋନକୁ ଟକ୍କର ଦେବ ।
ଏହି ଫୋନରେ 12GB RAM ଏବଂ 512GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ସହିତ ଏନେକ ଉନ୍ନତ ଫିଚର୍ସ ଦିଆଯାଇଛି। ଏହି Vivo ଫୋନ୍ ଗତବର୍ଷ ଲଞ୍ଚ ହୋଇଥିବା Vivo T3 Ultra ର ଅପଗ୍ରେଡ୍ ଭର୍ସନ।
Vivo T4 Ultra ମୂଲ୍ୟ
ଏହି Vivo ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ ହୋଇଛି। ଏହି ଫୋନ୍ 8GB RAM + 256GB, 12GB RAM + 256GB ଏବଂ 12GB RAM + 512GB ରେ ଉପଲବ୍ଧ। ଏହି Vivo ଫୋନ୍ ର ପ୍ରାରମ୍ଭିକ ମୂଲ୍ୟ 37,999 ଟଙ୍କା। ସେହି ସମୟରେ, ଏହାର ଅନ୍ୟ ଦୁଇଟି ଭାରିଆଣ୍ଟ ଯଥାକ୍ରମେ 39,999 ଟଙ୍କା ଏବଂ 41,999 ଟଙ୍କା ରହିଛି। ଏହି ସମାନ ମୂଲ୍ୟରେ ଆସୁଥିବା Realme GT 7 କୁ କଡ଼ା ଟକ୍କର୍ ଦେଇପାରେ।
Vivo T4 Ultra ର ଅଫର ମୂଲ୍ୟ
8GB RAM + 256GB =37,999 ଟଙ୍କା (ଅଫର ମୂଲ୍ୟ =34,999 ଟଙ୍କା)
12GB RAM + 256GB = 39,999 ଟଙ୍କା(ଅଫର ମୂଲ୍ୟ =36,999 ଟଙ୍କା)
12GB RAM + 512GB = 41,999 ଟଙ୍କା (ଅଫର ମୂଲ୍ୟ =38,999 ଟଙ୍କା)
Vivo T4 Ultra ର ପ୍ରଥମ ସେଲ୍ ବା ବିକ୍ରି 18 ଜୁନ୍ ଦିନ 12 ଟାରେ ଇ-କମର୍ସ ୱେବସାଇଟ୍ Flipkart କୁ ଛାଡ଼ି କମ୍ପାନୀର ଅଫିସିଆଲ୍ ଇ-ଷ୍ଟୋର ଏବଂ ଅଫଲାଇନ୍ ଷ୍ଟୋରଗୁଡ଼ିକରେ ଆରମ୍ଭ ହେବ। ଏହି ଫୋନଟି ପ୍ରଥମେ Meteor Grey ଏବଂ Phoenix Gold ରଙ୍ଗରେ ମାର୍କେଟକୁ ଆସିବ। ଏହା ସହିତ ଫୋନ୍ କ୍ରୟ ଉପରେ 3,000 ଟଙ୍କାର ଇଷ୍ଟାଣ୍ଟ୍ ବ୍ୟାଙ୍କ ରିହାତି ପ୍ରଦାନ କରାଯାଉଛି।
Vivo T4 Ultra 5G ର ଫିଚର୍ସ
ଏହି ଫୋନରେ MediaTek Dimensity 9300+ ପ୍ରୋସେସର ଅଛି। ଏହା ସହିତ, 12GB RAM ଏବଂ 512GB ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଷ୍ଟୋରେଜ୍ ଉପଲବ୍ଧ। ଏହି Vivo ଫୋନଟି Android 15 ଉପରେ ଆଧାରିତ FuntouchOS 15 ଉପରେ କାର୍ଯ୍ୟ କରେ। ଏହି ଫୋନଟି Google Gemini ଉପରେ ଆଧାରିତ AI ଫିଚର୍ସଗୁଡ଼ିକ ଅଛି, ଯେଉଁଥିରେ Circle to Search, AI Translate ଭଳି ଫିଚର୍ସ ଅନ୍ତର୍ଭୁକ୍ତ।
ଏହି ଫୋନର ପଛ ଭାଗରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଅଛି। ଏଥିରେ ଏକ 50MP ର ମେନ୍ OIS କ୍ୟାମେରା ଅଛି। ଏହା ସହିତ, ଏକ 50MP ର ପେରିସ୍କୋପିକ୍ ଟେଲିଫୋଟୋ କ୍ୟାମେରା ଆପଣଙ୍କୁ ମିଳିବ, ଯାହା 100x ସୁପର ଜୁମ୍ ସପୋର୍ଟ କରେ। ଏହା ବ୍ୟତୀତ, ଫୋନରେ ଏକ 8MP ୱାଇଡ୍ ଆଙ୍ଗଲ୍ କ୍ୟାମେରା ରହିଛି। ଏବଂ ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ଏକ 32MP ର କ୍ୟାମେରା ଉପଲବ୍ଧ।
ଏହି ଫୋନଟି 6.67-ଇଞ୍ଚର 1.5K କ୍ୱାଡ୍ କର୍ଭଡ୍ AMOLED ଡିସପ୍ଲେ ସହିତ ଲଞ୍ଚ କରିଛି। ଫୋନର ଡିସପ୍ଲେରେ 120Hz ରିଫ୍ରେସ୍ ରେଟ୍ ଫିଚର୍ସ ରହିଛି। ସେହି ସମୟରେ, ଏହି ଫୋନଟି 5000 nits ପର୍ଯ୍ୟନ୍ତ ସର୍ବାଧିକ ଉଜ୍ଜ୍ୱଳତା ବା ବ୍ରାଇଟନେସକୁ ସପୋର୍ଟ କରେ।