fbpx

ପାକିସ୍ତାନ ଉପରେ ଜୋରଦାର ପ୍ରହାର କଲେ କେନ୍ଦ୍ର ମନ୍ତ୍ରୀ, କହିଲେ ପାକିସ୍ତାନକୁ ଅଲଗା କରି ଦିଆଯିବା ଉଚିତ

ନୂଆଦିଲ୍ଲୀ:ବୁଧବାର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ହାମଲା ପରେ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ପାକିସ୍ତାନ ଉପରେ ଜୋରଦାର ପ୍ରହାର କରିଛନ୍ତି । ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ବି ପାକିସ୍ତାନକୁ ଅଲଗା  କରିଦିଆଯିବା ଉଚିତ । ସେ କହିଛନ୍ତି ଯେ ପର୍ଯ୍ୟନ୍ତ ଆମେ ପାକିସ୍ତାନକୁ ଅଲଗା  କରିନାହୁଁ ସେ ଏହାକୁ ସାମାନ୍ୟ ଘଟଣା ବୋଲି ଭାବୁଥିବ । ଆମେ ଯଦି ତା’ ଉପରେ ଚାପ ପକାଇବାକୁ ଚାହୁଁଛେ ତେବେ ତାକୁ ଭାଙ୍ଗି ଅଲଗା କରିଦେବା ଉଚିତ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପାକିସ୍ତାନ ଏହା ଜାଣିବା ଉଚିତ ଯେ, ଯେପର୍ଯ୍ୟନ୍ତ ସେ ନିଜେ ସ୍ୱଭାବିକ ଅବସ୍ଥାକୁ ଆସିନାହିଁ ସେ ପର୍ଯ୍ୟନ୍ତ ତାହା ସହିତ କୌଣସି ବି ସ୍ୱଭାବିକ ସଂପର୍କ ତିଷ୍ଠି ରହିପାରିବ ନାହିଁ ।

ଜାମ୍ମୁକାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶୀଷ ଧୋନକ, ଡିଏସପି ହୁମାୟୁ ଭଟ୍ଟ ସହୀଦ ହେବା ଘଟଣାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଜେନେରାଲ ଭିକେ ସିଂହ ଏପରି ବୟାନ ରଖିିଛନ୍ତି ।ସେ କହିଛନ୍ତି ପାକିସ୍ତାନକୁ ଅଲଗା  କରିଦେଲେ ଯାଇ କିଛି ହେବ । ପାକିସ୍ତାନ ଉପରେ ଅଧିକ ଚାପ ପକାଇବାକୁ ହେବ । କେତେବେଳେ କେହି ଫିଲ୍ମବାଲା ପାକିସ୍ତାନରୁ ଏଠାକୁ ଆସିବ ତ ପୁଣି କେତେବେଳେ କେହି କ୍ରିକେଟବାଲା । ଏସବୁ ଆଉ ଚଳିବ ନାହିଁ । ପୁରା ପାକିସ୍ତାନକୁ ଭାଙ୍ଗିଦେବାକୁ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ ବୁଧବାର ଅନନ୍ତନାଗ ଜିଲ୍ଲା କୋକେରନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ସାମ୍ନାସାମ୍ନି ବେଳେ ୧୯ ରାଷ୍ଟ୍ରୀୟ ରାଇଫଲର କମାଣ୍ଡିଂ ଅଫିସର, ଏକ ପ୍ରମୁଖ ର‌୍ୟାଙ୍କର ଅଧିକାରୀ ଓ ଜଣେ ପୋଲିସ ଉପାଧ୍ୟକ୍ଷ ସହୀଦ ହୋଇଯାଇଛନ୍ତି । ଗୁରୁବାର ଜାମ୍ମୁ କାଶ୍ମୀର ପୋଲିସ କହିଛି ସେମାନେ ଅନନ୍ତନାଗ ଜିଲ୍ଲାରେ ୨ ଜଣ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.