fbpx

‘ପୁଟିନଙ୍କୁ ବିଦେଶରେ ଗିରଫ କରିବା ଅର୍ଥ ଯୁଦ୍ଧ ଘୋଷଣା କରିବା’: ଚେତାବନୀ ଦେଲେ ଋଷର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିମିନାଲ କୋର୍ଟ(ଆଇସିସି) ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିବା ପରେ ସମଗ୍ର ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଆଇସିସିର ଏହି ଅର୍ଡର ପରେ ଋଷ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଋଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ତଥା ଋଷର ପୁର୍ବତ୍ତନ ରାଷ୍ଟ୍ରପତି ଦିମିତ୍ରୀ ମେଡଭେଡେଭ ଆଇସିସି କାର୍ଯ୍ୟାଳୟରେ ମିସାଇଲ ମାଡ଼ କରିବାର ଧମକ ଦେଇଛନ୍ତି । ଏହା ସହିତ ସେ ୟୁରୋପୀୟ ଦେଶ ଗୁଡ଼ିକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ଆଇସିସି ଦ୍ୱାରା ଜାରି ୱାରେଣ୍ଟ ପରେ ରୁଷ ରାଷ୍ଟ୍ରପତିଙ୍କୁ ବିଦେଶରେ ଗିରଫ କରିବାକୁ ଉଦ୍ୟମ କଲେ ରୁଷ ଏହାକୁ “ଯୁଦ୍ଧ ଘୋଷଣା” ରୂପେ ଦେଖିବ ବୋଲି ଦିମିତ୍ରୀ ମେଡଭେଡେଭ କହିଛନ୍ତି । ସେ କହିଛନ୍ତି ଯେ ଏପରି କୌଣସି ଦୁଃସାହସିକ କାର୍ଯ୍ୟ ‘ଯୁଦ୍ଧ’ ଆଣି ଠିଆ କରିବ । ବୁଧବାର ବିଳମ୍ବିତ ରାତିରେ ସେ କହିଛନ୍ତି ଯେ ଯଦି ପୁଟିନଙ୍କୁ ଗିରଫ କରାଯାଏ ତେବେ ଋଷର ଅସ୍ତ୍ର ଏହି ଆକ୍ରମଣରୁ ବଞ୍ଚିତ ହେବ ନାହିଁ ।

ନେଦରଲ୍ୟାଣ୍ଡରେ ଥିବା ଆନ୍ତର୍ଜାତୀୟ କ୍ରିମିନାଲ କୋର୍ଟ(ଆଇସିସି) ଗତ ସପ୍ତାହରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପରେ ୟୁକ୍ରେନ୍‌ରେ ଯୁଦ୍ଧ ଆପରାଧ ଅଭିଯୋଗ ଲଗାଇ ତାଙ୍କ ବିରୋଧରେ ଗିରଫ ପାଇଁ ୱାରେଣ୍ଟ ଜାରି କରିଥିଲେ । ଯାହା ପରେ ସାରା ବିଶ୍ୱରେ ଗଣମାଧ୍ୟମରେ ଏଭଳି ଖବର ଆସିବାକୁ ଲାଗିଲା ଯେ ଯଦି ପୁଟିନ ଋଷ ବାହାରାକୁ କୌଣସି ସ୍ଥାନକୁ ଯାଆନ୍ତି ତେବେ ତାଙ୍କୁ ସେଠାରେ ଗିରଫ କରାଯାଇପାରିବ । ଆଇସିସିର ଏଭଳି ୱାରେଣ୍ଟରେ ଉପରେ ଋଷର ପୁର୍ବତ୍ତନ ରାଷ୍ଟ୍ରପତି ଥିବା ଦିମିତ୍ରୀ ମେଡଭେଡେଭ ଆଇସିସିରେ କ୍ଷେପଣାସ୍ତ୍ର ନିକ୍ଷେପ କରିବାକୁ ଧମକ ଦେଇଥିଲେ ।

Get real time updates directly on you device, subscribe now.