ସେକ୍ସ, ଡ୍ରଗ୍ସ, ବ୍ଲାକମେଲ୍…ଏହାକୁ ବ୍ୟବହାର କରି ମସ୍କଙ୍କୁ ଫସାଇବାକୁ ହୋଇଥିଲା ଷଡଷନ୍ତ୍ର!

ପୂର୍ବତନ ଏଫବିଆଇ ଏଜେଣ୍ଟଙ୍କ ବଡ଼ ଦାବି ।

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ଥିବା ଏଲୋନ ମସ୍କଙ୍କ ବିଷୟରେ ଜଣେ ପୂର୍ବତନ ଆମେରିକୀୟ ଗୁପ୍ତଚର ଏଜେଣ୍ଟ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଋଷ ଏଲୋନ ମସ୍କଙ୍କୁ ଟାର୍ଗେଟ କରିଥିଲା।

ରୁଷିଆ ଗୁଇନ୍ଦା ସଂସ୍ଥାଗୁଡ଼ିକ ମସ୍କଙ୍କ ଯୌନ, ନିଶା ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ଭଳି ଦୁର୍ବଳତାର ଫାଇଦା ନେବାକୁ ଚେଷ୍ଟା କରିଥିଲେ । ଆମେରିକୀୟ ଗୁଇନ୍ଦା ସଂସ୍ଥା ଏଫବିଆଇର ଜଣେ ପୂର୍ବତନ ଏଜେଣ୍ଟ ଦାବି କରିଛନ୍ତି ଯେ ମସ୍କଙ୍କ ବିରୋଧରେ ଏହି ଷଡ଼ଯନ୍ତ୍ର ନିଜେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରଚନା କରିଥିଲେ ଏବଂ ସେ ଏହି ସମ୍ପୂର୍ଣ୍ଣ ଅପରେସନରେ ତାଙ୍କ ଗୁପ୍ତଚରମାନଙ୍କୁ ମାର୍ଗଦର୍ଶନ କରୁଥିଲେ ।

ଜୋନାଥନଙ୍କ ବୟାନ- ଜୋନାଥନ ବୁମା ୧୬ ବର୍ଷ ଧରି FBI ପାଇଁ କାମ କରିଛନ୍ତି । ଜର୍ମାନ ପ୍ରସାରକ ZDF ସହିତ ଏକ ସାମ୍ପ୍ରତିକ ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି । ଜୋନାଥନ କହିଛନ୍ତି, “ଯଦି ପୁଟିନ ରୁଷିଆ ଗୁପ୍ତଚର ଏଜେନ୍ସିଗୁଡ଼ିକର ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ଜାଣି ନଥାନ୍ତେ, ତେବେ ରୁଷିଆ ଏଜେନ୍ସିଗୁଡ଼ିକ କେବେ ଏତେ ବଡ଼ ପଦକ୍ଷେପ ନେଇ ନଥାନ୍ତେ ।”

ମସ୍କଙ୍କ ଦୁର୍ବଳତା କଣ- ଜୋନାଥନ କହିଥିଲେ ଯେ ମହିଳା ଏବଂ ଡ୍ରଗ୍ସ ଏଲୋନ ମସ୍କଙ୍କ ଦୁର୍ବଳତା। ରୁଷୀୟ ଏଜେନ୍ସିଗୁଡ଼ିକ ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବରେ ଦେଖିଲେ ଏବଂ ମସ୍କଙ୍କୁ ଫସାଇବାକୁ ଚେଷ୍ଟା ଆରମ୍ଭ କଲେ । ମୁଁ ଏସବୁ ଥଟ୍ଟାରେ କହୁନାହିଁ । ଏହି ତଥ୍ୟଗୁଡ଼ିକୁ ପ୍ରମାଣ କରିବା ପାଇଁ ଅନେକ ପ୍ରମାଣ ଅଛି ବୋଲି ସେ କହିଛନ୍ତି ।

କାହିଁକି ଟାର୍ଗେଟରେ ଥିଲେ ମସ୍କ- ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧରେ, ଏଲୋନ ମସ୍କ ସର୍ବଦା ୟୁକ୍ରେନ ସପକ୍ଷରେ ରହିଛନ୍ତି । 2022 ମସିହାରେ, ସେ ୟୁକ୍ରେନୀୟ ସେନାକୁ ମାଗଣା ଷ୍ଟାରଲିଙ୍କ ସାଟେଲାଇଟ୍ ସେବା ମଧ୍ୟ ପ୍ରଦାନ କରିଥିଲେ ।

ତଥାପି, ୨୦୨୪ ମସିହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନରେ ବାହାରିବା ପରେ ମସ୍କ ୟୁକ୍ରେନକୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ଏଲୋନ ମସ୍କ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ରହିଛନ୍ତି ।