fbpx
BSKY SKY
BSKY SKY

ଭୋଡାଫୋନ୍‌-ଆଇଡିଆ ଲଞ୍ଚ କଲା ଡବଲ ଫାଇଦାବାଲା ପ୍ଲାନ୍‌, ୮ଜିବି ଡାଟା ସହିତ ମାଗଣାରେ ଡିଜନୀ ପ୍ଲସ୍ ହଟଷ୍ଟାର

BSKY

ଓଡ଼ିଶା ଭାସ୍କର: ଭୋଡାଫୋନ୍‌-ଆଇଡିଆ(VI) ଏହାର ଗ୍ରାହକଙ୍କ ଲାଗି ଧମାକାଦାର ପ୍ଲାନ୍ ଲଞ୍ଚ କରିଛି । ଭିଆଇ ୟୁଜର୍ସଙ୍କ ଲାଗି ୧୬୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ଜାରି କରିଛି । ଏହି ଶସ୍ତା ପ୍ଲାନରେ କମ୍ପାନୀ ବହୁ ଜବରଦସ୍ତ ଅଫର ଦେଉଛି । ଭାରତର ଟେଲିକମ୍ ସେକ୍ଟରରେ VI ତୃତୀୟ ବୃହତ୍ତ କମ୍ପାନୀ । ଗତ କିଛିମାସ ମଧ୍ୟରେ ଭିଆଇ ଏହାର ଗ୍ରାହକଙ୍କ ଲାଗି ଦମଦାର ପ୍ଲାନ ଜାରି କରିଛି । ତେବେ ପୁଣି ଆଜି ଭିଆଇ ଏକ ନୂଆ ଦମଦାର ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି । VIର ଏହି ପ୍ଲାନରେ ଆପଣ ନିଜ ଓଟିଟି ଖର୍ଚ୍ଚ ବଞ୍ଚାଇ ପାରିବେ ।

VI ର ଏହି ୧୬୯ଟଙ୍କିଆ ପ୍ରିପେଡ୍ ପ୍ଲାନରେ କମ୍ପାନୀ ୨୮ ଦିନ ପରିବର୍ତ୍ତେ ୩୦ ଦିନର ଭ୍ୟାଲିଡିଟି ପ୍ରଦାନ କରୁଛି । ଏଥିରେ କମ୍ପାନୀ ଗ୍ରାହକଙ୍କୁ ମୋଟ ୮ଜିବି ଡାଟା ପ୍ରଦାନ କରୁଛି । ଏହି ଡାଟା ବିନା କୌଣସି ଡେଲି ଲିମିଟ୍‌ରେ ଅଫର କରାଯାଉଛି । ଅର୍ଥାତ୍ ଆପଣ ଚାହିଁଲେ ଏହାକୁ ପୁରା ୩୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ କିମ୍ବା ଆପଣ ଏହାକୁ ଗୋଟିଏ ଦିନରେ ହିଁ ଶେଷ କରିପାରିବେ ।

ଭିଆଇର ଏହି ନୂଆ ପ୍ଲାନ୍ ଡବଲ ଫାଇଦା ଦେଇଥାଏ । ଏଥିରେ ଡାଟା ସହିତ କମ୍ପାନୀ ଓଟିଟି ସବସ୍କ୍ରିପସନ ମଧ୍ୟ ଦେଉଛି । କମ୍ପାନୀର ଏହି ପ୍ଲାନ ଏକ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଯେଉଁଥିରେ କମ୍ପାନୀ ଏହାର ଗ୍ରାହକଙ୍କୁ ଡିଜନୀ ପ୍ଲସ ହଟଷ୍ଟାରର ମାଗଣା ସବସ୍କ୍ରିପସନ ଦେଉଛି । ଡିଜନୀ ପ୍ଲସ ହଟଷ୍ଟାରର ମାଗଣା ସବସ୍କ୍ରିପସନ ଆପଣଙ୍କୁ ପୁରା ୯୦ ଦିନ ପାଇଁ ମିଳିବ । କିନ୍ତୁ ଏହି ପ୍ଲାନରେ କମ୍ପାନୀ ଆପଣଙ୍କୁ କଲିଂ ଓ ଏସଏମଏସ୍ ସୁବିଧା ଦେବ ନାହିଁ ।

Get real time updates directly on you device, subscribe now.