fbpx

ଲୋକସଭା ନିର୍ବାଚନ ପାଇଁ CUET UG ୨୦୨୪ ପରୀକ୍ଷା ଘୁଞ୍ଚିବ କି? ବୟାନ ଜାରି କଲା NTA

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଏପ୍ରିଲ ମାସ ୧୯ ତାରିଖରୁ ଦେଶରେ ସାତଟି ପର୍ଯ୍ୟାୟରେ ମତଦାନ ହେବା ନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ତେବେ ଆଗକୁ ସିୟୁଇଟି ୟୁଜି ୨-୨୪ ପରୀକ୍ଷା ହେବାକୁ ଯାଉଛି । ତେଣୁ ଏପରି ସ୍ଥିତିରେ ନିର୍ବାଚନ ପାଇଁ ଏହି ପରୀକ୍ଷା ପ୍ରୋଗ୍ରାମକୁ ନେଇ କିଛି ପରିବର୍ତ୍ତନ ହେବ କି ନା ସେନେଇ ଏବେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ଆଶଙ୍କା ଘେରରେ ରହିଛନ୍ତି ।

ତେବେ ଏହା ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଲୋକସଭା ନିର୍ବାଚନ ପାଇଁ ସିୟୁଇଟି ୟୁଜି ପରୀକ୍ଷା ଘୁଞ୍ଚିବ ନାହିଁ କି ପରୀକ୍ଷା କାର୍ଯ୍ୟକ୍ରକ୍ରମରେ କୌଣସି ପରିବର୍ତ୍ତନ ହେବ ନାହିଁ । ପୂର୍ବରୁ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ ୧ରେ ସମାପ୍ତ ହେବ ଓ ଜୁନ୍ ୪ରେ ଫଳାଫଳ ଘୋଷିତ ହେବ ।

ସିୟୁଇଟି ୟୁଜି ୨୦୨୪ ପାଇଁ ଅସ୍ଥାୟୀ ଶିଡ୍ୟୁଲ ଅନୁସାର, ପରୀକ୍ଷା ମେ ୧୫ରୁ ୩୧ ମଧ୍ୟରେ ଆୟୋଜିତ ହେବ । ମେ ୧୫-୨୧ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଓ ମେ ୨୨-୩୧ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ । ଏପ୍ରିଲ ୧୯ରୁ ଲୋକସଭା ନିର୍ବାଚନ ଆରମ୍ଭ ହେଉଥିବା ବେଳେ ମେ ୧୫ରୁ ସିୟୁଇଟି ୟୁଜି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ତେଣୁ ଏପରି ସ୍ଥିତିରେ ପରୀକ୍ଷା କାର୍ଯ୍ୟକ୍ରମରେ ପରିବର୍ତ୍ତନ ନେଇ ସମସ୍ତଙ୍କ ମନରେ ସମ୍ଭାବନା ସୃଷ୍ଟି ହୋଇଥିଲା । ଏବେ ଏନଟିଏ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ସେସେବୁ ଆଶଙ୍କା ଦୂର ହୋଇଛି । ସୂଚନାଯୋଗ୍ୟ ଯେ, ଏନଟିଏ ଦ୍ୱାରା ଜାରି ହୋଇଥିବା ପରୀକ୍ଷା ତାରିଖ ଅସ୍ଥାୟୀ ଅଟେ । ତେଣୁ ଥରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏନଟିଏ ସିୟୁଇଟି ୟୁଜି ପରୀକ୍ଷାର ଚୂଡ଼ାନ୍ତ ତାରିଖ ଘୋଷଣା କରିବ ବୋଲି ୟୁଜିସି ମୁଖ୍ୟ ପୂର୍ବରୁ କହିଥିଲେ ।

Get real time updates directly on you device, subscribe now.