fbpx

ଭୋଡାଫୋନ ଆଇଡିଆକୁ ୬୪୩୨ କୋଟିର କ୍ଷତି, ହ୍ରାସ ପାଇଲା ୟୁଜର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶର ତୃତୀୟ ବଡ଼ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆକୁ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୟ ମାସିକରେ ୬୪୩୨ କୋଟି ଟଙ୍କାର କ୍ଷତି ହୋଇଛି। ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୟ ମାସ ତୁଳନାରେ କ୍ଷତି କମ ହୋଇଛି। ଆର୍ଥିକ ବର୍ଷର ସମାନ ତ୍ରୟମାସରେ ଭୋଡାଫୋନ ଆଇଡିଆକୁ ୭୮୪୦ କୋଟି ଟଙ୍କାର କ୍ଷତି ହୋଇଥିଲା।

ଭୋଡାଫୋନ ଆଇଡିଆ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୟ ମାସ ଏପ୍ରିଲରୁ ଜୁନ ପାଇଁ ଫଳାଫଳ ଘୋଷଣା କରିଛି। ରେଗୁଲେଟରୀ ଫାଇଲିଙ୍ଗରେ କମ୍ପାନୀ କହିଛି ଯେ, ସେହି ଅପରେସନ୍ସରୁ ୧୦,୫୦୮.୩ କୋଟି ଟଙ୍କା ରହିଥିଲା। ଅର୍ଥାତ ଅପରେସନ୍ସରୁ ରେଭେନ୍ୟୁ ୧.୩ ପ୍ରତିଶତ ହ୍ରାସ ଘଟିଛି। ଭୋଡାଫୋନ ଆଇଡିଆର ଆଭରେଜ ରେଭେନ୍ୟୁ ପ୍ରତି ୟୁଜର ୧୪୬ ଟଙ୍କା ରହିଥିଲା, ଯାହା ଆର୍ଥିକ ବର୍ଷର ସମାନ ତ୍ରୟମାସିକରେ ୧୩୯ ଟଙ୍କା ରହିଥିଲା। ଭୋଡାଫୋନ ଆଇଡିଆର ସବସ୍କ୍ରାଇବର୍ସ ବେସ ୨୧୦.୧ ମିଲିୟନ ଥିଲା, ଯାହା ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସ ତୁଳନାରେ ୧୧.୩ ମିଲିୟନ ୟୁଜର୍ସ କମ୍ପାନୀର କ୍ଷତି ଘଟିଛି।

Get real time updates directly on you device, subscribe now.