fbpx

କେବଳ ୩ ସେକେଣ୍ଡରେ Voice Cloning ! ହୋଇପାରିବେ ଠକାମୀର ଶିକାର

Advertisement

ନୂଆଦିଲ୍ଲୀ: ଆଜିକାଲି ଭାରତରେ ବୈଷୟିକ ଜ୍ଞାନ କୌଶଳରେ ପ୍ରଗତି ଦେଖିବାକୁ ମିଳିଛି । ଅଧିକାଂଶ ସମୟରେ ଏହି ସବୁ ବୈଷୟିକ ଜ୍ଞାନ କୌଶଳ ମନୁଷ୍ୟ ସମାଜ ପାଇଁ ଯେତିକି ଲାଭବାନ ସେତିକି ଖରାପ ମଧ୍ୟ । ବର୍ତ୍ତମାନ ସବୁଆଡ଼େ AIକୁ ନେଇ ଚର୍ଚ୍ଚା । AIକୁ ବ୍ୟବହାର କରି ସାଇବର କ୍ରାଇମ ମାମଲା ମଧ୍ୟ ସାମ୍ନାକୁ ଆସିଛି । କିଛି ଦୁବୃତ୍ତମାନେ AI ଆପ୍ ବ୍ୟବହାର କରି ଭଏସ୍ କ୍ଲୋନିଂ ମାଧ୍ୟମରେ ଲୋକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି । ଏହି ନୂତନ AI ଟେକ୍ନୋଲୋଜି ଦ୍ୱାରା ବ୍ୟକ୍ତିଙ୍କ ପ୍ରକୃତ ଆୱାଜ ରେକର୍ଡ଼ କରାଯାଇପାରିବ । ତେବେ ଏହି ନକଲି ଆୱାଜକୁ ଚିହ୍ନିବା ଏକ ପ୍ରକାର ଅସମ୍ଭବ ।

କିପରି ହୋଇଥାଏ ଭଏସ୍ କ୍ଲୋନିଂ ?

ଆପଣଙ୍କ ଅଡିଓ କ୍ଲିପକୁ ବ୍ୟବହାର କରି ଦୁବୃତ୍ତମାନେ ଭଏସ୍ କ୍ଲୋନିଂ କରିଥାନ୍ତି । ସେମାନେ ଆପଣଙ୍କ ଅଡିଓକୁ AI ଟୁଲ୍ ସମ୍ପର୍କୀୟ ୱେବସାଇଟ୍ କିମ୍ବା ଆପ ମାଧ୍ୟମରେ ଅପଲୋଡ଼ କରିବା ପରେ ନୂତନ ରେକର୍ଡ଼ ଆୱାଜ୍ ନିର୍ମାଣ କରି ଡାଉନଲୋଡ୍ କରିଥାନ୍ତି । ଭଏସ୍ କ୍ଲୋନିଂ ପାଇଁ ଅନେକ ଗୁଡ଼ିଏ ଆପ୍ଲିକେସନର ବ୍ୟବହାର ହୋଇଥାଏ । ଏଥିମଧ୍ୟରୁ କିଛି ଆପ୍ଲିକେସନ୍ ମାଗଣା ଥିବା ବେଳେ ଅନ୍ୟ ଅପ୍ଲିକେସନ୍ ଉପରେ ୧୫ରୁ ୧୦୦ ଡଲାର ପ୍ରତି ମାସ ଖର୍ଚ୍ଚ ହୋଇଥାଏ ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ଠକମାନେ ମାତ୍ର ୩ ସେକେଣ୍ଡରେ ଭଏସ୍ କ୍ଲୋନିଂ କରିପାରିବେ । ଠକମାନେ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫମ୍ ଯଥା ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର, ୟୁଟୁ୍ୟବ କିମ୍ବା ଭିଡ଼ିଓ ରିଲ ମାଧ୍ୟମରୁ ଆପଣଙ୍କ ଅଡିଓ କ୍ଲିପ୍ ବ୍ୟବହାର କରିପାରିବେ । ଅନେକ କ୍ଷେତ୍ରରେ ଏମର୍ଜେନ୍ସି କହି ଲୋକଙ୍କୁ ଠକିବାରେ ସକ୍ଷମ ହୋଇଥାନ୍ତି ।

Get real time updates directly on you device, subscribe now.