fbpx

ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ: ୯ ଲକ୍ଷ ନୂଆ ଭୋଟର ହେଲେ ସାମିଲ୍

ଭୁବନେଶ୍ୱର: ୨୦୨୨ ମସିହା ପାଇଁ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟର ତାଲିକାରେ ୯ ଲକ୍ଷ ୫୦ ହଜାର ୭୮୯ ନୂଆ ଭୋଟର ସାମିଲ ହୋଇଥିବାବେଳେ ତାଲିକାରୁ ୩ ଲକ୍ଷ ୪୪ ହଜାର ୯୪୪ ଜଣଙ୍କୁ ବାଦ୍ ପଡ଼ିଛନ୍ତି । ରାଜ୍ୟର ସମୁଦାୟ ଭୋଟର ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ । ରାଜ୍ୟରେ ପୁରୁଷ ଭୋଟର ସଂଖ୍ୟା ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଏବଂ ମହିଳା ଭୋଟର ସଂଖ୍ୟା ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ ରହିଛି । ଚୂଡ଼ାନ୍ତ ତାଲିକାରେ ରାଜ୍ୟରେ ୩ୟ ଲିଙ୍ଗ ଭୋଟର ସଂଖ୍ୟା ୩୦୨୫ । ୧୮-୧୯ ବର୍ଷ ବୟସ ବର୍ଗର ତାଲିକା ବୃଦ୍ଧି ପାଇ ୫, ୨୩, ୭୪୪ ଛୁଇଁଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ସେପଟେ ରାଜ୍ୟରେ ମଧ୍ୟ ତ୍ରି-ସ୍ତରୀୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବାଲାଟ ପେପର ସବୁ ଜିଲ୍ଲାକୁ ପଠାଯାଉଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପଞ୍ଚାୟତ ନିର୍ବାଚନର ପରିଚାଳନା ଓ ପ୍ରସ୍ତୁତି ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଷ୍ଟ୍ରଙ୍ଗରୁମ୍, ଭୋଟ ଗଣତି ସ୍ଥାନ, ସମୟ, ଗଣନା ଅଧିକାରୀଙ୍କ ନିଯୁକ୍ତି, କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପ୍ରାର୍ଥୀଙ୍କ ଏଜେଣ୍ଟ ନିଯୁକ୍ତି, ସୁରକ୍ଷା ବ୍ୟବସ୍ଥା, ବାଲଟ ବାକ୍ସ ପରିବହନ, ଭୋଟ ଗଣତି, ପୁନଃ ଗଣତି, ବାଲଟ ପେପର ସିଲ ଆଦି ବିଷୟରେ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ୨୦୧୭ ଭଳି ଚଳିତ ଥର ଭୋଟରମାନେ ବାଲଟ ପେପରେ ନିଜର ମତଦାନ ସାବ୍ୟସ୍ତ କରିବେ । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଅଲଗା ଅଲଗା ରଙ୍ଗର ପେପର ରହିବ ।

Get real time updates directly on you device, subscribe now.