fbpx

ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ ଭୋଟ୍ । ମତଦାନ ପାଇଁ ପିପିଲିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେଡିରୁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ରୁଦ୍ର, ଆଶ୍ରିତ ଓ ବିଶ୍ୱକେଶନଙ୍କ ମଧ୍ୟରେ ହେବ କଡ଼ା ଟକ୍କର ।

ଏହି ଉପନିର୍ବାଚନରେ ମୋଟ ୨ଲକ୍ଷ ୨୯ହଜାର ୮୮୯ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୩୪୮ଟି ବୁଥରେ ମତଦାନର ବ୍ୟବସ୍ଥା ହୋଇଛି । ୧୭୫ଟି ବୁଥରେ ମତଦାନର ସିଧାପ୍ରସାରଣ ହେବ । ୩୪୮ଟି ବୁଥରୁ ୨୦୧ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ ଟି ସମ୍ୱେଦନଶୀଳ ତାଲିକାରେ ରହିଛି ।

ପ୍ରତି ବୁଥ୍‌ରେ ହଜାରେ ଭୋଟରଙ୍କ ମତଦାନ ଲାଗି ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି । ଭୋଟରଙ୍କ ଲାଗି ମାସ୍କ ଓ ହ୍ୟାଣ୍ଡ୍‌ ଗ୍ଲୋବ୍‌ସର ମଧ୍ୟ ବ୍ୟବସ୍ଥା କରାଯାଇଛି । କରୋନା କାଳରେ ନିର୍ବାଚନ ହେଉଥିବାରୁ ଅନେକ ଦିଗ ଉପରେ ଦୃଷ୍ଟି ଦିଆଯାଇ ପ୍ରସ୍ତୁତି କରାଯାଇଛି । କୋଭିଡ୍‌ ଲକ୍ଷଣ ଥିବା ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଲିସ୍‌ କର୍ମଚାରୀଙ୍କ ନେତୃତ୍ୱ ଏସ୍‌ପି ନେଉଛନ୍ତି । ତାଙ୍କୁ ଏଥିପାଇଁ ୩ ଜଣ ଅତିରିକ୍ତ ଏସ୍‌ପି ଓ ୭ ଜଣ ଡିଏସ୍‌ପି ସହଯୋଗ କରୁଛନ୍ତି । ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ମତଦାନ ବେଳେ ଯେପରି କିଛି ବିଶୃଙ୍ଖଳା ନହେବ ସେଥିପାଇଁ ଅତିରିକ୍ତ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.