fbpx

ବାଲେଶ୍ବର ଓ ତିର୍ତ୍ତୋଲରେ ମତଦାନ ଜାରି

ବାଲେଶ୍ୱର,୩/୧୧(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । କୋଭିଡ କଟକଣାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ପ୍ରତି ବୁଥରେ ୧୫୦୦ ପରିବର୍ତ୍ତେ ଭୋଟ ଦେବେ ୧୦୦୦ ଭୋଟର । ବାଲେଶ୍ବର ନିର୍ବାଚନମଣ୍ଡଳୀ‌ରେ ବୁଥ ସଂଖ୍ୟା ୧୯୮ରୁ ୩୪୬କୁ ବୃଦ୍ଧି ପାଇଛି। ସେହିପରି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବୁଥ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି ପାଇଛି ।

ମତଦାନ ପୂର୍ବରୁ ସବୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି । ପୋଲିଂ କର୍ମଚାରୀ ପିପିଇ କିଟ୍‌ ପିନ୍ଧିବେ ଓ ଭୋଟର ପିନ୍ଧିବେ ଗ୍ଲୋଭସ । ବୁଥରେ କୋଭିଡ ନିୟମ ପରିଚାଳନା ପାଇଁ ରହିବେ ଆଶାକର୍ମୀ, ସ୍ବେଚ୍ଛାସେବୀ ।

ତେବେ ବାଲେଶ୍ବର ଓ ତିର୍ତ୍ତୋଲର ୨ଟି ଆସନରେ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪ ଲକ୍ଷ ୬୭ ହଜାର ୫୭୯ ଭୋଟର।
ବାଲେଶ୍ବରରେ ୬ ଓ ତିର୍ତ୍ତୋଲରେ ୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ବାଲେଶ୍ବରରେ ଭୋଟ୍‌ ଦେବେ ୨ ଲକ୍ଷ ୩୦ ହଜାର ୨୯୭ ଭୋଟର । ଅନ୍ୟପଟେ ତିର୍ତ୍ତୋଲରେ ଭୋଟ୍‌ ଦେବେ ୨ ଲକ୍ଷ ୩୭ ହଜାର ୨୮୨ ଭୋଟର ।

Get real time updates directly on you device, subscribe now.