ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ହେଉଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଆଜି ୧୦ ଜିଲ୍ଲାର ୫୭ ଆସନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପାଖାପାଖି ୨ କୋଟି ୧୫ ଲକ୍ଷ ଭୋଟର । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ସକାଳୁ ସକାଳୁ ପୋଲିଂ ବୁଥରେ ପହଞ୍ଚି ମତଦାନ କରିଛନ୍ତି ଯୋଗୀ । ଏହା ସହ ନିର୍ବାଚନରେ ସମସ୍ତେ ମତଦାନ କରନ୍ତୁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।
मेरी आप सभी से अपील है कि डबल इंजन की भाजपा सरकार ने पिछले 5 वर्षों में सुरक्षा, विकास और सुशासन के माध्यम से गरीब कल्याण योजनाओं का प्रभावी क्रियान्वयन किया है।
राष्ट्रवाद और सुशासन को और प्रखर बनाने हेतु अधिक से अधिक संख्या में मतदान कर अपना महत्वपूर्ण योगदान दें।
— Yogi Adityanath (@myogiadityanath) March 3, 2022
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଷଷ୍ଠ ପର୍ଯ୍ୟାୟରେ ମତଦାନେ ଅବଶ୍ୟ କରନ୍ତୁ ବୋଲି ନିବେଦନ କରିଛନ୍ତି । ସେ ଏନେଇ ଟ୍ୱିଟ୍ କରି କହିଛନ୍ତି ଯେ, ‘ଉତ୍ତରପ୍ରଦେଶରେ ଲୋକତନ୍ତ୍ର ଉତ୍ସବ ଆଜି ଷଷ୍ଠ ପର୍ଯ୍ୟାୟରେ ପ୍ରବେଶ କରିଛି । ସମସ୍ତ ଭୋଟରଙ୍କୁ ମୋର ନମ୍ର ଅନୁରୋଧ କି ସେମାନେ ନିଜ ଭୋଟ ସହିତ ଏହି ଉତ୍ସବରେ ଅଂଶଗ୍ରହଣ କରନ୍ତୁ । ଆପଣଙ୍କର ଗୋଟିଏ ଗୋଟିଏ ଭୋଟ୍, ଲୋକତନ୍ତ୍ରର ଶକ୍ତି ।’
उत्तर प्रदेश में लोकतंत्र का उत्सव आज अपने छठे चरण में प्रवेश कर चुका है। सभी मतदाताओं से मेरा विनम्र आग्रह है कि वे अपने वोट के साथ इस उत्सव में जरूर शामिल हों। आपका एक-एक मत, लोकतंत्र की ताकत!
— Narendra Modi (@narendramodi) March 3, 2022