fbpx

ଜାମ୍ମୁ କାଶ୍ମୀରରେ ନୂଆ EVM ମେସିନରେ ହେବ ଭୋଟ୍! ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗ ଡେମୋ ଦେଖାଇବେ

ନୁଆଦିଲ୍ଲୀ: ଖୁବ୍ ଶୀଘ୍ର ଜାମ୍ମୁ-କାଶ୍ମୀରରେ ନିର୍ବାଚନ ହୋଇ ନୂଆ ସରକାର ଗଠନ ହେବାକୁ ଯାଉଛି। ଏହାର ସଙ୍କେତ ଭାରତୀୟ ନିର୍ବାଚନ କମିଶନ ଦେଇଛନ୍ତି। ସୋମବାର ରାଜ୍ୟର ସମସ୍ତ ରାଜନୈତିକ ଦଳକୁ ଆୟୋଗ ବିଜ୍ଞାନ ଭବନକୁ ଆମନ୍ତ୍ରଣ କରିଛନ୍ତି। ଯେଉଁଠାରେ ନୁଆ ଭୋଟିଂ ମେସିନ୍‌ର ବିଷୟରେ ବେଷୟିକ ସୂଚନା ଦିଆଯିବ।

ଏହି ନୁଆ ଇଭିଏମ୍ ମେସିନ୍ ଭୋଟ୍ ବୁଥ ନିକଟରେ ନପହଞ୍ଚି ମଧ୍ୟ ନିଜର ମତଦାନ କରିପାରିବେ । ଯାହା ଜାମ୍ମୁ-କାଶ୍ମୀର ଭଳି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ସୁବିଧା କରାଇବ । ସୂଚନା ମିଳିଛି ଯେ, ଖୁବଶୀଘ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ କେନ୍ଦ୍ର ସରକାର ନିର୍ବାଚନ କରାଇବାକୁ ଚାହୁଁଛନ୍ତି । ଯଦିଓ ନିର୍ବାଚନ ଆୟୋଗ ଏହି ବୈଠକରେ କିମ୍ବା ଇଭିଏମ୍ ପ୍ରଦର୍ଶନୀକୁ ବିଧାନସଭା ନିର୍ବାଚନ ସହିତ ଯୋଡି ନାହାଁନ୍ତି । ଏହି ପ୍ରଦର୍ଶନୀ ପାଇଁ ପିଡିପ ଏବଂ ନ୍ୟାସନାଲ କନଫରେନ୍ସକୁ ନିମନ୍ତ୍ରଣ ମଧ୍ୟ ପଠାଯାଇଛି । ଏଭଳି ପରିସ୍ଥିତିରେ ସୋମବାର କେଉଁ ଦଳ ଆସୁଛନ୍ତି ତାହା କେନ୍ଦ୍ର ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।

ଜାମ୍ମୁ କାଶ୍ମୀରର ଶେଷ ଭୋଟର ତାଲିକା ୨୫ ନଭେମ୍ବରରେ ପ୍ରକାଶ ପାଇ ନିର୍ବାଚନ ପାଇଁ ବାଟ ଖୋଲିଥିଲା । ୨୦୧୯ ରେ ଧାରା ୩୭୦ ର ନିୟମାବଳୀକୁ ରଦ୍ଦ କରିବା ଏବଂ ୨୦୧୯ ରେ ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ପରେ ରାଜ୍ୟରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.