fbpx

ରାହୁଲ ଦ୍ରାବିଡଙ୍କ ପରେ ଭିଭିଏସ୍ ଲକ୍ଷ୍ମଣ ହୋଇପାରନ୍ତି ପରବର୍ତ୍ତୀ ଟିମ୍ ଇଣ୍ଡିଆ କୋଚ୍: ରିପୋର୍ଟ

ମୁମ୍ବାଇ: ବିସିସିଅଆଇ ସହିତ ଚୁକ୍ତି ସମାପ୍ତ ହେବା ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବେ ଭିଭିଏସ୍ ଲକ୍ଷ୍ମଣ। ବର୍ତ୍ତମାନ କୋଚ୍ ଥିବା ରାହୁଲ ଡ୍ରାଭିଡଙ୍କ ସହିତ ବିସିସିଆଇ ଚୁକ୍ତିକୁ ବଢାଇବାକୁ ଚାହୁଁ ନଥିବା ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିବା ନ୍ୟୁଜ୍‌୧୮ କ୍ରିକେଟ୍‌ନେକ୍ସଟ୍ ରିପୋର୍ଟ କରିଛି। ରାହୁଲଙ୍କ ବଦଳରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀର ନିର୍ଦେଶକ ଥିବା ଲକ୍ଷ୍ମଣଙ୍କୁ ପରବର୍ତ୍ତି କୋଚ୍ କରାଯାଇ ପାରେ ବୋଲି ଆଲୋଚନା ହେଉଛି।

ଡ୍ରାବିଡଙ୍କ ଅନୁପସ୍ଥିତିରେ ୪୮ ବର୍ଷିୟ ଲକ୍ଷ୍ମଣଙ୍କୁ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା। ଜୁନ୍ ୨୦୨୨ରେ ଆୟରଲ୍ୟାଣ୍ଡ ଦ୍ୱିପାକ୍ଷିକ ଶୃଙ୍ଖଳା ସହିତ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଏବଂ ଜିମ୍ବାୱେ ଗସ୍ତରେ ମଧ୍ୟ ଭାରତୀୟ ଟିମ୍‌ର କୋଚ୍ ରହିଥିଲେ।

ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଟି -୨୦ ଏସିଆ କପ୍ ର ୨୦୨୨ ସିଜନ୍ ପାଇଁ ମଧ୍ୟ ଲକ୍ଷ୍ମଣ ଭାରତୀୟ ଦଳ ସହିତ ଥିଲେ ଯେତେବେଳେ ଦ୍ରାବିଡ କରୋନା ଭାଇରସ୍ ପଜିଟିଭ୍ ହୋଇଥିଲେ। କିଛି ସମୟ ପରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲେ।

ନଭେମ୍ବର ୨୦୨୧ ରେ ରବି ଶାସ୍ତ୍ରୀଙ୍କ ଠାରୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଦ୍ରାବିଡ଼ ଭାରତୀୟ ଦଳ ସହ କାର୍ଯ୍ୟ କରିଆସୁଛନ୍ତି। ସେହିପରି ଦ୍ରାବିଡ଼ କୋଚ ହେବା ପରେ ଏନସିଏରେ ନିର୍ଦେଶକ ପଦବୀରେ ଲକ୍ଷ୍ମଣ ମଧ୍ୟ ସମାନ ସମୟରେ ଦାୟିତ୍ୱ ଗ୍ରହଣ କରିଥିଲେ, ଏହା ସହିତ ସମୟ ସମୟେ ସେ ଭାରତୀୟ ଟିମ୍ ସହିତ ବିଭିନ୍ନ ଗସ୍ତରେ ଯାତ୍ରା କାରୀଟିଲେ।

Get real time updates directly on you device, subscribe now.