ଯେତେ ଶୋଇଲେ ମିଳିବ ସେତେ ଲକ୍ଷ, ଅଦ୍ଭୁତ ଚାକିରି, ଏଠି ଭଲ କାମ ହେଉଛି ୯ ଘଣ୍ଟା ଶୋଇବା

ୱେକଫିଟ୍ ଅଦ୍ଭୁତ ଇଣ୍ଟନସିପ୍ ନେଇ ଆସିଛି।

ଓଡ଼ିଶାଭାସ୍କର: ଟିକିଏ ଭାବନ୍ତୁ ସକାଳୁ ଆଲରାମ ଲଗାଇ ଆପଣ ଅଫିସ ଯିବାକୁ ଉଠୁଛନ୍ତି। ହେଲେ କେହି କହିବ ତୁମେ ସୁଅ ତୁମକୁ ଟଙ୍କା ମିଳିବ ତେବେ କ’ଣ କରିବେ ଆପଣ।

ନା ଲାପଟପ ଖୋଲିବାର ଟେନସନ୍‌, ନା ମିଟିଂର ଟେନସନ୍‌, ନା ବସର ଗାଳି ଶୁଣିବା ଟେନସନ୍‌। ଖାଲି ବେଡରେ ସୋଇ ରୁହନ୍ତୁ। ମାସ ଶେଷରେ ବ୍ୟାଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ପାଆନ୍ତୁ।

ଶୁଣିବାକୁ ଆପଣଙ୍କୁ ଏହ ସ୍ୱପ୍ନ ଭଳି ଲାଗିବ କିନ୍ତୁ ଏହା ହିଁ ସତ ଆଉ ବାସ୍ତବ।

ଦେଶର ଜଣାଶୁଣା ଫର୍ଣ୍ଣିଚର କମ୍ପାନୀ ଏବଂ ଗଦି ତିଆରି କରୁଥିବା କମ୍ପାନୀ ୱେକଫିଟ୍ ଅଦ୍ଭୁଦ ଇଣ୍ଟନସିପ୍ ନେଇ ଆସିଛି। ଯେଉଁଠି ଆପଣଙ୍କ କାମ ଖାଲି ଶୋଇବା।

ଆମେ ସମସ୍ତେ ଜାଣିଛୁ ୮ରୁ ୯ ଘଣ୍ଟା ଅଫିସରେ ବସିବା ସମୟରେ ଆମ ଆଖି ଲାଗି ଯାଏ। କେଉଁଠି ଥାଆନ୍ତି ନିଦ୍ରାଦେବୀ ମାଡ଼ି ବସନ୍ତି। ଆଖି କି ଜବରଦସ୍ତି ଖୋଲା ରଖିକି କାମ କରିବାକୁ ପଡ଼େ।

ଟିକେ ଭାବନ୍ତୁ ଯଦି ସେହି ନିଦକୁ ନେଇ ଆପଣଙ୍କ ଚାକିରି ହେବ ଆଉ ମୋଟା ଅଙ୍କର ପଇସା ମିଳିବ ତେବେ କ’ଣ କରିବେ ଆପଣ।

କମ୍ପାନୀ ନିଜର ସ୍ଲିପ୍ ଇଣ୍ଟନସିପର ୫ମ ସିଜିନ୍ ଆରମ୍ଭ କରିଛି। ଏଥିରେ ବଛାଯାଇଥିବା ଲୋକଙ୍କୁ କମ୍ପାନୀ ନୂଆ ଗଦି ଦେବ ଆଉ ୯ ଘଣ୍ଟା ଧରି ଶୋଇବାକୁ କହିବ।

ଏହା ପରେ ଶୋଇବା ସମୟରେ ଗଦିରେ ଆପଣଙ୍କ ଅନୁଭୂତି କିପରି ରହିଛି କମ୍ପାନୀକୁ କହିବାକୁ ପଡ଼ିବ। ଆପଣଙ୍କ ନିଦ ଦେବ କମ୍ପାନୀକୁ ଫାଇଦା ଆଉ ଆପଣଙ୍କୁ ମୋଟା ଅଙ୍କର ଟଙ୍କା।

କେତେ ମିଳିବ ଟଙ୍କା

ଏବେ ପ୍ରଶ୍ନ ନିଦ ଚାକିରି ପାଇଁ ଆପଣଙ୍କ ରୋଜଗାର କେତେ ହେବ। କମ୍ପାନୀ ସ୍ପଷ୍ଟ କହିଛି କି ବଛାଯାଇଥିବା ଇଣ୍ଟନସିପ୍ ପିଲାଙ୍କୁ ୧୦ ଲକ୍ଷ ମିଳିବ।

ମୋଟାମୋଟି କହିବାକୁ ଗଲେ ଆପଣ ଯେତେ ଭଲରେ ଶୋଇବେ ଆପଣଙ୍କ ପକେଟରେ ସେତେ ଅଧିକ ମୋଟା ଟଙ୍କା ପଶିବ।

ଏହା ପ୍ରଥମ ଥର ନୁହେଁ ବେକାଫିଟ୍ ଏପରି ଅଫର ଆଣିଛି। ପୂର୍ବରୁ ୪ଟି ସିଜିନରେ ଏଭଳି ଭିନ୍ନ କାମ କରି ଲୋକେ ମୋଟା ଅଙ୍କର ଦରମା ମଧ୍ୟ ନେଇଛନ୍ତି।

ପୁଣେର ପୁଜା ମାଧ୍ୟବ ଗତ ବର୍ଷ ୯.୧ ଲକ୍ଷ ଟଙ୍କା ରୋଜଗାର କରିଥିଲେ।

କିଏ କରିପାରିବ ଆପ୍ଲାଏ?

ଯଦି ଆପଣଙ୍କୁ ଲାଗୁଛି ଶୋଇବାରେ ଆପଣ ଚାମ୍ପିୟାନ ତେବେ ଏହି ମୌକାକୁ ହାତଛଡ଼ା କରନ୍ତୁ ନାହିଁ।

କମ୍ପାନୀ ପକ୍ଷରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଫର୍ମ ପୁରଣ କରିବା ପାଇଁ ଅନଲାଇନରେ ଆପଣଙ୍କୁ ୱେକ୍‌ଫିଟ୍ ସ୍ଲିପ୍ ଇଣ୍ଟନିସିପ୍ ସର୍ଚ୍ଚ କରିବାକୁ ପଡ଼ିବ।

ସବୁଠାରୁ ଉପରେ ଆସୁଥିବା ଲିଙ୍କରେ କ୍ଲିକ୍ କରିବେ। ଯେଉଁଠାରେ ଆପ୍ଲାଏ ନାଓ ଅପ୍ସନରେ ଦେଖାଯିବ।

ଏହା ଉପରେ କ୍ଲିକ କଲେ ଏକ ଫର୍ମ ଖୋଲିବ। ଯେଉଁଥିରେ ଆପଣ ଡିଟେଲ୍ସ ଭରି ସବମିଟ୍ କରିପାରିବେ।

ଫର୍ମରେ ଆପଣଙ୍କୁ ପଚରାଯିବ ଆପଣଙ୍କୁ କମ୍ପାନୀ କାହିଁକି ବାଛିବ। ଅର୍ଥାତ ଆପଣ କାହିଁକି ଏତେ ସମୟ ଶୋଇବାକୁ ଭଲ ପାଆନ୍ତି ତାକୁ କମ୍ପାନୀକୁ କହିବାକୁ ହେବ। ଆପଣଙ୍କ ଉତ୍ତର କମ୍ପାନୀକୁ ପସନ୍ଦ ଆସିଲେ ଆପଣ ସିଲେକ୍ସନ ହେବେ।