ପ୍ରତିଦିନ ୨ କିଲୋମିଟର ଚାଲିବା ଦ୍ୱାରା ଶରୀରକୁ ମିଳିଥାଏ ଗଜବ ଫାଇଦା, ନିୟନ୍ତ୍ରଣକୁ ଆସିଯିବ ବ୍ଳଡ ପ୍ରେସର

ଭାରତରେ ହୃଦ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅଳ୍ପ ବୟସରେ ଲୋକମାନେ ହୃଦଘାତରେ ପୀଡିତ ହେଉଛନ୍ତି । ଏବେ ପ୍ରଶ୍ନ ହେଉଛି ଏହାର ମୁଖ୍ୟ କାରଣ କ’ଣ? ରୋଗରେ ପୀଡିତ ଥିବା ଲୋକଙ୍କ ମୁଖ୍ୟ କାରଣ ହେଉଛି ଖରାପ ଖାଦ୍ୟକୁ ଖାଇଥାନ୍ତି । ଅତ୍ୟଧିକ ତେଲ ଜାତୀୟ ଖାଦ୍ୟ ଖାଇବା, ବ୍ୟାୟାମ ନକରିବା ଏବଂ ଧୂମପାନ କରିବା ଭଳି ଖରାପ ଅଭ୍ୟାସ ଶରୀରକୁ ରୋଗିଣା କରିଥାଏ ।

ଯଦି ପ୍ରତ୍ୟେକ ବ୍ୟକ୍ତି ସବୁଜ ପନିପରିବା କିମ୍ବା ଫଳ ଖାଇବା ଏବଂ କିଛି ସମୟ ପାଇଁ ଏକ୍ସରସାଇଜ୍‌ କରିବା ଦ୍ୱରା ଶରୀର ସୁସ୍ଥ ରହିଥାଏ । ଯଦି ଆପଣ ଦୈନିକ ମାତ୍ର ୨ କିଲୋମିଟର ଚାଲୁଛନ୍ତି ତେବେ ଏହା ଶରୀରକୁ ଦୁଇଗୁଣ ଲାଭ ଦେଇଥାଏ । ବିଶେଷଜ୍ଞଙ୍କ ମତରେ, ହୃଦ ରୋଗୀମାନେ ବିଶେଷ ଭାବରେ ୨ କିଲୋମିଟର ପ୍ରତିଦିନ ଚାଲିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ୨ କିଲୋମିଟର ଚାଲିବା ଦ୍ୱାରା ଶରୀରରେ କ’ଣ ଲାଭ ହୋଇଥାଏ ।

ବ୍ରିସ୍କ ଓ୍ୱାକ୍‌ କ’ଣ?

ଏହା ଏକ ପ୍ରକାର ଚାଲିବା, ଏଥିରେ ଆପଣ ଧୀରେ ଧୀରେ ନ ଚାଲି ଶୀଘ୍ର ହାତ ଗୋଡ଼ ହଲାଇ ଚାଲିବା । ମନେରଖନ୍ତୁ ଯେ ଏଥିରେ ଆଦୌ ଦଉଡିବା ଉଚିତ୍‌ ନୁହେଁ । ଏଥିରେ ଜଣେ ସାଧାରଣ ବ୍ୟକ୍ତି ଏକ ଘଣ୍ଟାରେ ୩ ମାଇଲ୍‌ ଚାଲିଥାନ୍ତି କିମ୍ବା ପ୍ରତି ମିନଟରେ ୧୦୦ ଷ୍ଟେପ୍‌ ନେବାକୁ ପଡିଥାଏ । ଏହି ସମୟରେ ହୃଦସ୍ପନ୍ଦନ ପ୍ରତି ମିନିଟରେ ୧୧୦ ରୁ ୧୨୦ ଥର ବିଟ୍‌ ହୋଇଯାଏ । ଡାକ୍ଟରଙ୍କ ମତରେ ସନ୍ଧ୍ୟା ସମୟରେ ଚାଲିବ ଦ୍ୱାରା ଏହା ଶରୀରକୁ ସୁସ୍ଥ ରଖିଥାଏ ।

ପ୍ରତିଦିନ ୨ କିଲୋମିଟର ଚାଲିବାର ଫାଇଦା :

ଯଦି ପ୍ରତିଦିନ ୨ କିଲୋମିଟର ଚାଲୁଛନ୍ତି ତେବେ ଏହା ଆପଣଙ୍କ ହାର୍ଟ ଏବଂ ଫୁସଫୁସକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହା କରିବା ଦ୍ୱାରା ଆମର ବଢୁଥିବା ଓଜନ ମଧ୍ୟ କମ୍‌ ହୋଇଥାଏ । ଏହାକୁ ପ୍ରତିଦିନ କରିବା ଉଚିତ୍‌ ।

ବ୍ଳଡ ପ୍ରେସର ନିୟନ୍ତ୍ରଣ :
ବ୍ରିସ୍କ ଓ୍ୱାକ୍‌ କରିବା ଦ୍ୱାରା ବ୍ଲଡ ପ୍ରେସର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଏହା ସଠିକ୍‌ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ କିମ୍ବା ଏହାକୁ ଉନ୍ନତ ରଖିଥାଏ । ଦ୍ରୁତ ଗତିରେ ଚାଲିବା ଦ୍ୱାରା ହୃଦରୋଗର ଆଶଙ୍କା କମ୍ ରହିଥାଏ ।

ଗଣ୍ଠି ପାଇଁ ଲାଭ :
ଆଜିକାଲି ଲୋକମାନେ ଅଳ୍ପ ବୟସରେ ଗଣ୍ଠି ଯନ୍ତ୍ରଣା ଭଳି ଗମ୍ଭୀର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ୟୁରିକ୍‌ ଏସିଡ୍‌ ବୃଦ୍ଧି କିମ୍ବା ଆଥ୍ର୍ରାଇଟିସ୍‌ ସହିତ ଅନ୍ୟାନ୍ୟ ସମସ୍ୟା ହେତୁ ଏହା ହୋଇପାରେ । ଏଥିରୁ ମୁକ୍ତି ପାଇପା ପାଇଁ, ପ୍ରତିଦିନ ସକାଳୁ ୨ କିଲୋମିଟର ଚାଲିବା ଆବଶ୍ୟକ ।

ଓଜନ ନିୟନ୍ତ୍ରଣର ଲାଭ :
ଯଦି ସପ୍ତାହରେ ୫ ଥର ୩୦ ମିନିଟ୍‌ ପର୍ଯ୍ୟନ୍ତ ଶୀଘ୍ର ଶୀଘ୍ର ଚାଲୁଛନ୍ତି, ତେବେ ଏହା ଓଜନକୁ ନିୟନ୍ତ୍ରଣ ରଖିବା ସହ ଓଜନ ହ୍ରାସ ମଧ୍ୟ କରିଥାଏ । ପ୍ରତିଦିନ ଚାଲିବା ଦ୍ୱାରା ଚର୍ବି କମ ହୋଇଥାଏ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଚାଲିବା ସମୟରେ ହଠାତ୍‌ ବସି ପଡିବା ଶରୀର ପାଇଁ ଠିକ୍‌ ନୁହେଁ । ଏହା ସହିତ ଚାଲିକି ଆସିବା ପରେ ପାଣି ପିଇବା ଉଚିତ୍‌ ନୁହେଁ କାରଣ ଏହା କରିବା ଦ୍ୱାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚି ଥାଏ ।