ରିସର୍ଚ୍ଚରଙ୍କ ବଡ଼ ଖୁଲାସା; ରାତ୍ରୀଭୋଜନ ପରେ ଚଲାବୁଲା କରିବା ଠିକ୍ ନା ନୁହେଁ, ସତ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଜାଣନ୍ତୁ ଡିନର ପରେ ଚଲାବୁଲା କରିବା ଠିକ୍ ନା ଭୁଲ୍‌..

ଓଡ଼ିଶା ଭାସ୍କର: ସାଧାରଣତଃ ସମସ୍ତେ କୁହନ୍ତି ଯେ, ରାତ୍ରୀଭୋଜନ ପରେ ହାଲୁକା ଚଲାବୁଲା କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହାକୁ ଅନେକ ପାଳନ କରିଥାଆନ୍ତି ମଧ୍ୟ।

ହେଲେ ବର୍ତ୍ତମାନ ଡାକ୍ତରମାନେ ଏବଂ ନ୍ୟୁଟ୍ରିସନ ଏକ୍ସପର୍ଟସ ଆଉ କିଛି କହୁଛନ୍ତି। ସେମାନଙ୍କ କହିବାନୁଯାୟୀ, ଡିନର କରିବାର ସଙ୍ଗେ ସଙ୍ଗେ ଚାଲିବା ଏହା ପାଚନ ପ୍ରକ୍ରିୟାରେ ସୃଷ୍ଟି କରିପାରେ।

ଯେତେବେଳେ ଆମେ ଖାଦ୍ୟ ଖାଉଛୁ, ସେତେବେଳେ ଆମ ଶରୀର ଏହାକୁ ହଜମ କରିବାରେ ଲାଗିପଡେ। ଯଦି ଅମେ ସଙ୍ଗେ ସଙ୍ଗେ ଖାଦ୍ୟ ଖାଇବା ପରେ ଚାଲୁଛେ ତେବେ ଏହା ଓଲଟା ପ୍ରଭାବ ପକାଇଥାଏ।

କଣ କହୁଛି ବିଜ୍ଞାନ: ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟ ଖାଇବା ପରେ ଶରୀରକୁ ଅଳ୍ପ ଆରମ ଦେବା ଆବଶ୍ୟକ। ଯଦି ଆପଣ ଡିନରର ସଙ୍ଗେ ସଙ୍ଗେ ଚାଲୁଛନ୍ତି, ତେବେ ଏଥିରେ ରକ୍ତର ପ୍ରବାହ ଗୋଡ଼ ଆଡ଼କୁ ଚାଲିଯାଇଥାଏ, ଯେଉଁଥିରେ ପାଚନ ଧିମା ପଡିଯାଇଥାଏ। ଏଥିରେ ଗ୍ୟାସ, ବ୍ଲୋଟିଙ୍ଗ ବା ପେଟରେ ଭାରି ଭଳି ସମସ୍ୟା ହୋଇପାରେ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଡିନରର ୩୦-୪୦ ମିନିଟ ପରେ ହାଲୁକା ଚଳପ୍ରଚଳ କରିବା ଆବଶ୍ୟକ। ଏଥିରେ କେବଳ ପାଚନ ଭଲ ହୋଇନଥାଏ, ବରଂ ନୀଦ ମଧ୍ୟ ଭଲ ଆସିଥାଏ।

ଏଥିସହ ରାତିର ଖାଇବା ହାଲୁକା ରଖନ୍ତୁ। ଏହା ପେଟ ଉପରେ ଅଧିକ ପ୍ରଭାବ ପକାଇନଥାଏ। ଯଦି ଆପଣଙ୍କ ଏହି ଅଭ୍ୟାସ ବର୍ଷ ବର୍ଷ ଧରି ପୁରୁଣା ଅଛି, ତେବେ ଏହାକୁ ପରିବର୍ତ୍ତନ କରନ୍ତୁ।