କଟକ: ଲଗାଣ ବର୍ଷା ସାଜିଲା କାଳ। ଭୁଶୁଡ଼ି ପଡ଼ିଲା ଶିଶୁ ଭବନର ନୂଆ ବିଲଡିଂ କାନ୍ଥ। ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହୁଥିବା ବେଳେ, ଆସନ୍ତାକାଲିଠୁ ଟ୍ୱିନସିଟିରେ ବର୍ଷାର ପ୍ରକୋପ ଦେଖିବାକୁ ମିଳୁଛି।
ଆଉ ଏହାରି ଭିତରେ ଆଜି ସକାଳୁ କଟକରେ ବର୍ଷା ଛାଡ଼ିବାର ନାଁ ଧରୁନି। ଫଳରେ କଟକର ଶିଶୁ ଭବନର ନୂଆ ବିଲଡିଂ କାନ୍ଥ ଭୁଶୁଡ଼ି ପଡ଼ିଛି।
ବିଲଡିଂ କାନ୍ଥ ଭୁଶୁଡ଼ିବାରୁ ଚାପି ହୋଇଯାଇଛି କିଛି ବାଇକ୍। ହେଲେ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର କୌଣସି ଗୁରୁତର କିମ୍ୱା ଆହତ ହୋଇଥିବା ଖବର ଜଣାପଡିନାହିଁ।