fbpx

ସୁନ୍ଦର ଘନ କେଶ ଚାହାଁନ୍ତି କି ? ଆପଣାନ୍ତୁ ଏହିସବୁ ଘରୋଇ ଉପାୟ, ମିଳିବ ବଢିଆ ରେଜଲ୍ଟ

ଓଡିଶା ଭାସ୍କର: ଆଜିକାଲି ସମସ୍ତେ ଘନ ଓ ସୁନ୍ଦର କେଶ ଲାଗି ବିଭିନ୍ନ ପ୍ରକାରର ପଦ୍ଧତି ଅବଲମ୍ବନ କରୁଛନ୍ତି । ବିଭିନ୍ନ କମ୍ପାନୀର ସାମ୍ପୁ ଓ ଅନ୍ୟାନ୍ୟ କେମିକାଲ ମିଶା ମାସ୍କ ବ୍ୟବହାର କରି କେଶକ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହା ଅନେକ ସମୟରେ ସୁଫଳ ଦେବା ପରିବର୍ତ୍ତେ କେଶକୁ ନଷ୍ଟ କରିଦେଉଛି । ତେବେ ଯଦି ଆପଣମାନଙ୍କର କେଶ ଅଧିକ ଶୁଷ୍କ ହୋଇଯାଉଛି ବା ଝଡି ଯାଉଛି, ତେବେ ଏଥିପାଇଁ କେମିକାଲ ବଦଳରେ ଆପଣ ଘରୋଇ ଉପଚାର କରିପାରିବେ । ଘରୋଇ ମାସ୍କ ପ୍ରସ୍ତୁତ କରି ବ୍ୟହାର କରନ୍ତୁ, ଏହା ଆପଣଙ୍କ କେଶକୁ ମଜବୁତ ରଖିବା ସହ ଚମକ ଆଣିଥାଏ । ଆସନ୍ତୁ ଜାଣିବା କିଛି ଘର ତିଆରି ମାସ୍କର ପ୍ରସ୍ତୁତି …

କଦଳୀରେ ପ୍ରସ୍ତୁତ ମାସ୍କ- ଆପଣମାନେ ଯଦି ବଜାରରୁ ମିଳୁଥିବା କେମିକାଲ ସାମ୍ପୁଠାରୁ ଘରୋଇ ମାସ୍କକୁ ବେଶି ପସନ୍ଦ କରନ୍ତି, ତେବେ ଆପଣ କଦଳୀରେ ପ୍ରସ୍ତୁତ ଏକ ମାସ୍କ ତିଆରି କରି କେଶରେ ମାଲିସ କରନ୍ତୁ । ଏହା ଦ୍ୱାରା କେଶ ସୁସ୍ଥ ଓ ଚିକ୍ ଚିକ୍ କରିଥାଏ । କଦଳୀରେ ଅଧିକ ପୋଟାସିୟମ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଏଥିସହ କେଶକୁ ମଧ୍ୟ ସୁସ୍ଥ ରଖିଥାଏ । ଆପଣମାନେ ପାଚିଲା କଦଳୀକୁ ନେଇ ମଧ୍ୟ ମାସ୍କ ପ୍ରସ୍ତୁତ କରି ଭଲ ଭାବରେ କେଶରେ ମାଲିସ କରିପାରିବେ । ଏହାର ଫରକ କିଛିଦିନ ମଧ୍ୟରେ ଆପଣଙ୍କୁ ଜଣାପଡିଯିବ ।

କଦଳୀ କେଶକୁ କିପରି ଲାଭ ଯୋଗାଇଥାଏ – ଏକ ରିପୋର୍ଟ ଅନୁସାରେ, କଦଳୀରେ ସିଲିକା ମିନେରାଲସ ରହିଥିବାରୁ ଏହା ଶରୀରକୁ ଶକ୍ତି ଯୋଗାଇବା ସହ କେଶକୁ ମୂଳରୁ ମଜବୁତ କରିଥାଏ । ଏଥିସହିତ ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ । ଏଥିରେ ଭିଟାମିନ୍-ଏ, ଭିଟାମିନ-ବି, ଭିଟାମିନ-ସି, ମ୍ୟାଗ୍ନେସିୟମ, ପୋଟାସିୟମ ଆଣ୍ଟି-ଅକ୍ସିଡେଣ୍ଟ ଭଳି ପୋଷଣ ଥିବାରୁ କେଶକୁ ଶକ୍ତ କରିଥାଏ । ଏଥିରେ ଥିବା ପୋଟାସିୟମ ଠିକ ଭାବରେ ରକ୍ତ ସଞ୍ଚାଳନ କରାଇଥାଏ ଏବଂ କେଶର ଫୋଲିକ ଗୁଡିକୁ ଉନ୍ନତମାନର ପୋଷଣ ଯୋଗାଇଥାଏ । ଏହା ଦ୍ୱାରା କେଶ ଭଲ ବଢିବା ସହ ଝଡିବା ସମସ୍ୟା ଦୂର ହୋଇଥାଏ ।

ବନ୍ଧାକୋବି ମାସ୍କ- ଏଥିରେ ପ୍ରସ୍ତୁତ ମାସ୍କ ବ୍ୟବହାର କଲେ ବୁଢା ହେବା ପର୍ଯ୍ୟନ୍ତ ଆପଣମାନଙ୍କର କେଶ କଳା ରହିବା ସହ ଶକ୍ତ ରହିଥାଏ । ବନ୍ଧାକୋବିକୁ ବାଟି କେଶରେ ମାଲିସ କରିବା ଦ୍ୱାରା ଦୁର୍ବଳ କେଶ ଗୁଡିକ ମଜବୁତ ହୋଇଥାଏ । ଏହାଦ୍ୱାରା କେଶ ଅଧିକ ସମୟ ପର୍ଯ୍ୟନ୍ତ କଳା ରହେ ଏବଂ ଘନ ହୋଇଥାଏ । ଏହାକୁ ୩୦ ମିନିଟ ମାରିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ, ଏହାକୁ ଦୁଇ ମାସରେ ଥରେ ଲଗାନ୍ତୁ କିଛିଦିନ ଭିତରେ ଫରକ ବୁଝିଯିବେ ।

Get real time updates directly on you device, subscribe now.