fbpx

ଉଚ୍ଚ ରକ୍ତଚାପକୁ କରିବାକୁ ଚାହୁଁଛନ୍ତି କି ନିୟନ୍ତ୍ରଣ ? ଡାଇଟରେ କରନ୍ତୁ ଏହି ସବୁ ପରିବର୍ତ୍ତନ

ଭୁବନେଶ୍ୱର : ଉଚ୍ଚ ରକ୍ତଚାପର ବ୍ୟକ୍ତିଙ୍କୁ ଲୁଣ ବହୁତ କମ ପରିମାଣରେ ବ୍ୟବହାର କରାଯିବାକୁ ପରାମର୍ଶ ଦିଆଯାଉଛି । ଲୁଣ ଏକ ଜରୁରୀ ଖଣିଜ ପଦାର୍ଥ, ଯାହା ତରଳ ସନ୍ତୁଳନ ଏବଂ ସ୍ନାୟୁ ପାଇଁ ଜରୁରୀ ଅଟେ । କିନ୍ତୁ ଲୁଣ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଉଚ୍ଚ ରକ୍ତ ଚାପ ଜନିତ ରୋଗ ହୋଇଥାଏ । ଯାହାକୁ ହାଇପରଟେନ୍ସ ବୋଲି ମଧ୍ୟ କୁହାଯାଏ ।

ଶରୀର ବିଶେଷଜ୍ଞଙ୍କ ଅନୁସାରେ, କେତେକ ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ବଢିଯାଏ । ତେବେ ଜରୁରୀ ଏହା ଯେ ରକ୍ତଚାପ ବଢାଉଥିବା ଖାଦ୍ୟ ଠାରୁ ଦୂରେଇ ରହିବେ ଏବଂ ତାହାକୁ ଡାଇଟ ପ୍ଲାନରେ ଯୋଡ଼ିବେ ନାହିଁ ।

ଆସନ୍ତୁ ଜାଣିବା କେଉଁ ଜିନିଷ ବଢାଇଥାଏ ରକ୍ତଚାପ ?

ସବୁଜ ପତ୍ର ଥିବା ପରିବା : ଆମେ ସାଧାରଣତଃ ସବୁଜ ପତ୍ର ଥିବା ପରିବାକୁ ଶରୀର ପାଇଁ ଉତ୍ତମ ମନେ କରୁ । କିନ୍ତୁ କେତେକ ସବୁଜ ପରିବା ଅର୍ଥାତ ପାଳଙ୍ଗ, ଗାଜର ଏବଂ ବିଟ୍‌ରେ ଲୁଣର ମାତ୍ରା ଅଧିକ ଥାଏ । ଯାହାଫଳରେ ଆପଣଙ୍କ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣଙ୍କ ଶରୀରର ରକ୍ତଚାପ ଉଚ୍ଚ ରହୁଛି ତେବେ ଏହି ଜିନିଷ ଠାରୁ ଦୂରେଇ ରୁହନ୍ତୁ ।

ଚିଜ : ଏଥିରେ କ୍ୟାଲସିୟମ ଏବଂ ପ୍ରୋଟିନର ମାତ୍ରା ଅଧିକ ଥିବା ବେଳେ ଲୁଣର ମଧ୍ୟ ଅଧିକ ମାତ୍ରାରେ ରହିଛି । ଅଧିକ ମାତ୍ରାରେ ଚିଜ ଖାଇବା ଦ୍ୱାରା ରକ୍ତଚାପ ଏବଂ ମୋଟାପଣ ବଢିଥାଏ ।

ଡବାବନ୍ଦ ସୁପ : ଫ୍ଲେବରକୁ ବଢାଇବା ପାଇଁ ଏବଂ ବନ୍ଦ ଡବା ଭିତରେ ଥିବା ଜିନିଷ ଅଧିକ ଦିନ ଠିକ ଭାବେ ରହିବା ପାଇଁ ଏଥିରେ ଲୁଣର ମାତ୍ରା ଅଧିକ ପରିମାଣରେ ଦିଆଯାଇଥାଏ । ତେଣୁ ଆପଣ ଡବାବନ୍ଦ ଜିନିଷ ନଖାଇ ଡାଇଟରେ ତାଜା ଜିନିଷକୁ ଖାଆନ୍ତୁ ।

Packet ଫୁଡ : ଚିପ୍ସ, ବିସ୍କୁଟ ଏହି ପରି packet ଜାତୀୟ ଜିନିଷରେ ମାତ୍ରାଧିକ ଲୁଣ ରହିଥାଏ । ଏଥିଯୋଗୁଁ packet ଫୁଡ ଖାଇବା ଠାରୁ ଭଲ ଆପଣ ତାଜା ଖାଦ୍ୟ ଖାଇବେ ।

ବ୍ରେଡ ଏବଂ ପାଉରୁଟି ଜାତୀୟ ଜିନିଷ : ଏଥିରେ ଲୁଣର ମାତ୍ରା ଅଧିକ ଦେଇ ଏଗୁଡିକୁ ତିଆରି କରାଯାଏ । ତେଣୁ ବ୍ରେଡ କିମ୍ବା ପାଉରୁଟି ଜାତୀୟ ଜିନିଷ କିଣିବା ପୂର୍ବରୁ ଆପଣ ପ୍ରଥମେ ଲୁଣର ମାତ୍ରା ଦେଖି କିଣିବା ଉଚିତ ।

Get real time updates directly on you device, subscribe now.