fbpx

ଶୁକ୍ରାଣୁ ବୃଦ୍ଧି କରିବାକୁ ଚାହୁଁଛନ୍ତି କି? ପଢନ୍ତୁ…ଓ ଏହି ଉପାୟ ଆପଣାନ୍ତୁ

ଓଡିଶା ଭାସ୍କର: ବର୍ତ୍ତମାନ ବ୍ୟସ୍ତ ବହୁଳ ଜୀବନଶୈଳୀ ଓ ବିଭିନ୍ନ ପରିବର୍ତ୍ତନ କାରଣରୁ ଶରୀର ଉପରେ ଗଭୀର ପ୍ରଭାବ ପଡୁଛି। ବିଶେଷକରି ଆପଣଙ୍କର ନୁହେଁ ବରଂ ବିଶ୍ୱର ଅନେକ ଦେଶରେ ଲୋକଙ୍କ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଉଛି। ଯାହା ଏବେ ଏକ ଅତ୍ୟନ୍ତ ଚିନ୍ତାଜ୍ୱନକ ବିଷୟ। ତେବେ ଏହି ଶୁକ୍ରାଣୁ ହ୍ରାସ ଶରୀର ଓ ପ୍ରଜନନ କ୍ଷମତାରେ ମଧ୍ୟ ପ୍ରଭାବ ପକାଇଥାଏ। ସେହିପରି ଏହା ଅନେକ ରୋଗର ମୁଖ୍ୟ କାରଣ, ତଥା ଟେଷ୍ଟିକୁଲାର କର୍କଟ ହେବାର ସମ୍ଭାବନା ବଢ଼ାଇଥାଏ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଶୁକ୍ରାଣୁ ସଂଖ୍ୟା ହ୍ରାସ ହେବା ମଧ୍ୟ ଆୟୁଷକୁ ହ୍ରାସ କରିଥାଏ। ତେବେ ଏଭଳି ପରିସ୍ଥିତି ଶୂକ୍ରାଣୁର ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ। ଯଦି ଆପଣ ଶୁକ୍ରାଣୁକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏକ ଫଳ ପ୍ରତିଦିନ ଖାଇବାକୁ ପଡିବ।

ସୂଚନା ଅନୁଯାୟୀ, ବିଶ୍ୱର ପ୍ରାୟ ୭୦ ନିୟୁତ ଲୋକ ବନ୍ଧ୍ୟାକରଣ ସମସ୍ୟାରେ ପୀଡିତ ଅଛନ୍ତି । ଏଥିମଧ୍ୟରୁ ୩୦ରୁ ୫୦ ପ୍ରତିଶତ ବନ୍ଧ୍ୟାକରଣ ପୁରୁଷଙ୍କ ଦ୍ୱାରା ହୋଇଥାଏ । ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଆପଣ ପ୍ରତିଦିନ ଅତି କମରେ ୭୫ ଗ୍ରାମ walnuts(ଅଖରୋଟ୍) ଖାଆନ୍ତି, ତେବେ ଆପଣଙ୍କ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି ପାଇବ, ପୁରୁଷ ବନ୍ଧ୍ୟାକରଣ ସମସ୍ୟା ହ୍ରାସ ପାଇବ।

ଅଖରୋଟ୍ : ଏହା ହେଉଛି ଏକ Dry Fruit ଯାହା ଶରୀରର ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ମେଦବହୁଳତା ପାଇଁ ଅନେକ ଡାଇଟିସିଆନ୍ ଖାଦ୍ୟରେ ଅଖରୋଟ୍ ସାମିଲ୍ କରିବା ପାଇଁ ପରାମର୍ସ ଦେଇଥାନ୍ତି । କାରଣ ଏହା ଶରୀରରେ ପ୍ରୋଟିନ୍ ମାତ୍ରା ଅଧିକ କରିଥାଏ ଓ କ୍ୟାଲୋରି ସ୍ତରକୁ କମାଇବାରେ ସାହାର୍ୟ୍ୟ କରିଥାଏ । ସେହିପରି ଦିନକୁ ୨-୩ଟି ଅଖରୋଟ୍ ଖାଇବା ଦ୍ୱାରା ତାହା ଆପଣଙ୍କ ବ୍ଲଡ୍ ସୁଗାର୍ ଲେବଲ୍ କଣ୍ଟ୍ରୋଲରେ ରଖିଥାଏ। ଏହା ସହିତ ଅଖରୋଟ୍ ତ୍ୱଚାକୁ ସବୁବେଳେ ସତେଜ୍ ଓ ସୁନ୍ଦର ମଧ୍ୟ ରଖିଥାଏ। ଅନ୍ୟପଟେ ଅଧ୍ୟୟନରୁ ଜଣାପଡିଛି ଯେ ଦୈନନ୍ଦିନ ଖାଦ୍ୟରେ ମୁଠାଏ ଅଖରୋଟ୍ ଖାଇବା ଦ୍ୱାରା ପୁରୁଷଙ୍କୁ ଏକ ବଡ଼ ଲାଭ ମିଳିଥାଏ ଅର୍ଥାତ ସେମାନଙ୍କ ଶୁକ୍ରାଣୁ ବୃଦ୍ଧି ପାଇଥାଏ।

ସୂଚନା ଯୋଗ୍ୟ, ଅଖରୋଟ୍ ବ୍ୟତୀତ ଖଜୁରୀ, ମସୁର ଡାଲି, ଅଶ୍ୱଗନ୍ଧା, ଡାର୍କ ଚକୋଲେଟ୍, ବେରି, କଦଳୀ ଖାଇବା ଦ୍ୱାରା ମଧ୍ୟ ଶୁକ୍ରାଣୁ ବୃଦ୍ଧି ପାଇଥାଏ ।

shree murli California Walnuts/Akhrot Giri, 250g : Amazon.in: Grocery &  Gourmet Foods
Walnuts increases male fertility….

Get real time updates directly on you device, subscribe now.