fbpx

ହୋଲିରେ ନିଜକୁ Stylish ଲୁକ୍ ଦେବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଫେଶନ୍ ଟିପ୍ସ

ଓଡ଼ିଶା ଭାସ୍କର: ରଙ୍ଗର ଉତ୍ସବ ହୋଲି । ସମସ୍ତଙ୍କ ମନରେ ଉତ୍ସାହ ଭରି ଦିଏ । ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଉତ୍ସବକୁ ଉପଭୋଗ କରିଥାନ୍ତି । ସାଧାରଣତଃ ହୋଲିରେ ସମସ୍ତେ ପୁରୁଣା ପୋଷାକ ପିନ୍ଧିଥାନ୍ତି । ଏହି ଦିନ ଭଲ ପୋଷାକ ପିନ୍ଧି କେବଳ ଫଟୋ ଉଠାଇଥାନ୍ତି । କିନ୍ତୁ ଆଜିକାଲିର ଯୁବପିଢ଼ି ଫେଷ୍ଟିଭ୍ ସିଜିନରେ କୁଲ୍ ଏବଂ ଟ୍ରେଣ୍ଡି ଲୁକ୍ ପସନ୍ଦ କରିଥାନ୍ତି । ତେବେ ଏହି ଉତ୍ସର ମଜାକୁ ଦ୍ୱିଗୁଣିତ କରିବା ପାଇଁ ନିଜକୁ ଷ୍ଟାଇଲିଶ ଲୁକ୍ ଦେବା ପାଇଁ ଏହି ଟିପ୍ସ ଆପଣାଇ ପାରିବେ ।

୧. ପୋଷାକ: ହୋଲିରେ ବିଶେଷ କରି ହାଲୁକା ରଂଗର ପୋଷାକ ପରିଧାନ କରନ୍ତୁ । କାରଣ ଗାଢ଼ ରଙ୍ଗର ପୋଷାକ ରଙ୍ଗ ଦ୍ୱାରା ସହଜରେ ନଷ୍ଟ ହୋଇଥାଏ । ଧଳା, ହଳଦିଆ, ଗୋଲାପି, ସବୁଜ, ନୀଳ ଇତ୍ୟାଦି । ସବୁବେଳେ ଆରାମଦାୟକ ପୋଷାକ ପିନ୍ଧନ୍ତୁ । ଟ୍ରେଣ୍ଡି ଲୁକ୍ ପାଇଁ ରଙ୍ଗବେରଙ୍ଗ, ଫୁଲ, ପତ୍ର ଥିବା ପୋଷାକ ପିନ୍ଧି ପାରିବେ । ଆପଣ ହୋଲି ପାର୍ଟିକୁ ଯାଉଥିଲେ କୁର୍ତ୍ତା-ପାଇଜାମା, ସଲୱାର-କମିଜ୍‌, ଶାଢ଼ିରେ ନିଜକୁ ଟ୍ରେଡ଼ିସନାଲ ଲୁକ ଦେଇପାରିବେ ।

୨. ଏସେସୋରିଜ୍‌: ହୋଲିର ରଂଗରୁ ନିଜ ଚେହେରା ଏବଂ କେଶକୁ ରକ୍ଷା କରିବା ପାଇଁ ଷ୍ଟାଇଲିଶ୍ ଗଗଳ୍ସ ଏବଂ ମ୍ୟାଚିଂ ସ୍କାର୍ଫ ବ୍ୟବହାର କରିପାରିବେ । ସ୍କାର୍ଫ ସହ ହେଡ୍ ବ୍ୟଣ୍ଡ୍ ଏବଂ ହାତରେ ବ୍ରେସଲେଟ୍ ମଧ୍ୟ ବ୍ୟବହାର କରିବାରିବେ । ଏହା ଅପଣଙ୍କୁ ୟୁନିକ୍ ଲୁକ୍ ଦେଇଥାଏ । କଲରଫୁଲ୍ ଟୋପି ଏବଂ ମାସ୍କ ବ୍ୟବହାର କରିପାରିବେ । ରଙ୍ଗୀନ୍ ଫ୍ଲିପ୍ ଫ୍ଲପ୍ ଆପଣଙ୍କ ଲୁକକୁ କମ୍ପ୍ଲିମେଣ୍ଟ କରିଥାଏ ।

୩. ମେକଅପ୍‌: ହୋଲିର ରଂଗ ତ୍ୱଚାକୁ କ୍ଷତି ନ ପହଁଚାଇବା ପାଇଁ ହାଲୁକା ମେକଅପ୍ ନେଇପାରିବେ । ଏହା ସହ ନଖରେ ନେଲପଲିସ୍ ଏବଂ ଓଠରେ ହାଲୁକା ଲିପଷ୍ଟିକ୍ ବା ଲିପ୍ ବାମ୍ ଲଗାଇପାରିବେ । ଆପଣଙ୍କୁ ମେକଅପ୍ ପସନ୍ଦ ନଥିଲେ ସନସ୍କ୍ରିନ୍ କିମ୍ବା ମଇଶ୍ଚରାଇଜର ଲଗାଇପାରିବେ । କେଶକୁ ରଂଗରୁ ରକ୍ଷା କରିବା ପାଇଁ ନଡ଼ିଆ ତେଲ ଲଗାନ୍ତୁ । ଆପଣ ଚାହିଁଲେ ବିଭିନ୍ନ ପ୍ରକାର ହେୟାର ଷ୍ଟାଇଲ ବି କରିପାରିବେ ।

ତେବେ ହୋଲିରେ ଘରୁ ବାହାରିବା ପୂର୍ବରୁ ଏହି ସବୁ ଜରୁରୀ ଜିନିଷ ନିଜ ସହ ରଖିବା ପାଇଁ ଭୁଲିବେ ନାହିଁ

– ପାଣି ବୋତଲ
– ୱେଟ୍ ୱାଇପ୍ସ
– ମଇଶ୍ଚରାଇଜର
– ଟିସ୍ୟୁ ପେପର

 

Get real time updates directly on you device, subscribe now.