fbpx

ନିଜ ପିଲାର ମସ୍ତିଷ୍କ ତୀବ୍ର କରିବାକୁ ଚାହୁଁଛନ୍ତି କି ? ତେବେ ଖେଳାନ୍ତୁ ଏହି ବ୍ରେନ୍‌ ଗେମ୍

Advertisement

ଶିଶୁର ମସ୍ତିଷ୍କ ପ୍ରଖର ଅଛି ଏବଂ ସେ ଜିନିଷକୁ ଖୁବ୍ ଶୀଘ୍ର ବୁଝି ପାରୁଛି। କିନ୍ତୁ ଅଧିକାଂଶ ପିତାମାତାଙ୍କ ଅଭିଯୋଗ ରହିଥାଏ କି, ତାଙ୍କର ପିଲା ପାଠପଢାରେ ଧ୍ୟାନ ଦେଇ ପାରେ ନାହିଁ। ତାର କନ୍ସଟ୍ରେସନ ସ୍ତର ଖୁବ୍ କମ୍ ଅଛି। ଯେଉଁଥି ପାଇଁ ସେ ପୂରା ସିଲାବସ୍ ପଢି ପାରେ ନାହିଁ ଏବଂ କମ୍ ମାର୍କ୍ସ ଆସେ। ଯଦି ଆପଣଙ୍କ ଶିଶୁ ମଧ୍ୟ ଧ୍ୟାନ ପୂର୍ବକ ପାଠ ପଢି ପାରେ ନାହିଁ ତ, ତାକୁ ଏହି ବ୍ରେନ୍ ଗେମ୍ ଖେଳିବାର ଅଭ୍ୟାସରେ ପକାନ୍ତୁ।

ଯାହାର ସାହାଯ୍ୟରେ ଶିଶୁକୁ କନ୍ସଟ୍ରେସନରେ ସାହାଯ୍ୟ ମିଳିବ, ଏହାସହ ଶିଶୁର ମସ୍ତିଷ୍କ ମଧ୍ୟ ପ୍ରଖର ହେବ।

ସୁଡୋକୁ – ଶିଶୁର ମସ୍ତିଷ୍କ ପ୍ରଖର କରିବାକୁ ହେଲେ ଏବଂ ତାକୁ ପାଠପଢାରେ ଫୋକସ କରାଇବା ଶିଖାଇବାକୁ ହେଲେ ପ୍ରତିଦିନ କିଛି ସମୟ ପାଇଁ ସୁଡୋକୁ ଖେଳିବା ଶିଖାନ୍ତୁ। ସୁଡୋକୁ କନ୍ସଟ୍ରେସନ ବଢାଇବା ପାଇଁ ଫେବରେଟ୍ ଗେମ୍। ଏହାର ସାହାଯ୍ୟରେ ଶିଶୁ ଭିତରେ ଲଜିକ୍, ଫୋକସ ଡେଭଲପ୍ ହୋଇଥାଏ, ଏହାସହ ମ୍ୟାଥ୍ ସ୍କିଲ୍ ମଧ୍ୟ ଭଲ ହୋଇଥାଏ।

ଚେସ୍ – ଚେସ୍ ବା ସତରଞ୍ଜକୁ ଫୋକସ ଓ କନ୍ସଟ୍ରେସନର ଗେମ୍ କହନ୍ତି। ଗ୍ରୀଷ୍ମଛୁଟି ଶେଷ ହୋଇ ଯାଇଛି। କିନ୍ତୁ ଶିଶୁର ଚେସ୍ ଖେଳିବାର ଅଭ୍ୟାସ ପ୍ରତିଦିନ କରାନ୍ତୁ। ପ୍ରତିଦିନ ଘଣ୍ଟାଏ ଯଦି ଶିଶୁଟି ବସି ଚେସ୍ ଖେଳେ ତ ଏଥିରେ ଶିଶୁ ଠାରେ ଅଧ୍ୟୟନ କରିବା ସମୟରେ ଫୋକସ କରିବାରେ ମଧ୍ୟ ସାହାଯ୍ୟ ମିଳିବ। ଶିଶୁର ମେମୋରୀରୁ ନେଇ ଲଜିକ୍ ଲଗେଇବା ଓ ମ୍ୟାଥ୍କୁ ସୁଧାରିବାରେ ଏହି ଗେମ୍ ସାହାଯ୍ୟ କରିଥାଏ।

ଯୋଗ – ଶିଶୁକୁ କିଛି ଷ୍ଟ୍ରେଚିଂ ଏକ୍ସରସାଇ୍ ମଧ୍ୟ ନିଶ୍ଚୟ କରାନ୍ତୁ। ଯେଉଁଥିରେ ଶିଶୁର ବ୍ରେନ୍ ଡେଭଲପ୍ ହେବ। ବୃକ୍ଷାସନ, ବାଲାସନ, ତାଡାସନ ଭଳି ଯୋଗ ମୁଦ୍ରା ଶିଶୁକୁ ପ୍ରତିଦିନ କରାନ୍ତୁ। ଏହା ପିଲାର ଫିଜିକାଲ ସହ ମେଣ୍ଟାଲ ହେଲଥ୍ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ ।

ପଜଲ- ପଜଲ , ୱାର୍ଲଡ ପଜଲ ଏହି ଗେମ୍ ବ୍ରେନର ଗେମ୍। ଏହାକୁ ଖେଳିବା ଦ୍ୱାରା ଶିଶୁର ମେମୋରୀ ପାୱାର ବଢିଥାଏ। ଏହାସହ ଶିଶୁ ଅନେକ ଗୁଡ଼ିଏ ଲଜିକ୍ ଲଗାଇ ଥାଏ। ଯେଉଁଥିରେ ପ୍ରୋବ୍ଲେମକୁ ସଲଭ୍ କରାଯାଇ ପାରେ। ଏହିସବୁ ଗେମ୍କୁ ଗ୍ରୀଷ୍ମ ଛୁଟିରେ ଶିଶୁ ଠାରୁ ଦୂରେଇ ଦିଅନ୍ତୁ ନାହିଁ। ବରଂ ଏହାକୁ ଖେଳିବାକୁ ପ୍ରମୋଟ କରାନ୍ତୁ। ସେତେବେଳେ ଯାଇ ଶିଶୁର ମାଇଣ୍ଡ ପ୍ରଖର ଓ ପ୍ରବ୍ଲେମ ସଲଭିଂ ହେବ।

Get real time updates directly on you device, subscribe now.