fbpx

Warmest Month of The World: ସର୍ବାଧିକ ତାପମାତ୍ରାରେ ରେକର୍ଡ ରଚିଲା ‘ମାର୍ଚ୍ଚ ୨୦୨୪’

ନୂଆଦିଲ୍ଲୀ: ୟୁରୋପୀୟ ସଂଘର ଜଳବାୟୁ ଏଜେନ୍ସି ବର୍ତ୍ତମାନ ଏକ ବଡ଼ ରେକର୍ଡ ଉପରୁ ପରଦା ଉଠାଇଛି । ଅଲ-ନିନୋ ସ୍ଥିତି ଏବଂ ମନୃଷ୍ୟକୃତ ଜଳବାୟୁ ପରିବର୍ତ୍ତନର ସଂଯୁକ୍ତ ପ୍ରଭାବ ଯୋଗୁଁ ମାର୍ଚ୍ଚ ମାସରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଦୁନିଆରେ ଏହି ମାସରେ ସବୁଠାରୁ ଅଧିକ ଗରମ ଅନୁଭୂତ ହୋଇଛି । ତେବେ ଗତବର୍ଷ ଜୁନ୍ ମାସ ପରେ ଲଗାତାର ଦଶମ ମାସ ଭାବରେ ମାର୍ଚ୍ଚ ମାସରେ ତାପମାତ୍ରା ନୂଆ ରେକର୍ଡ ସୃଷ୍ଟି କରିଛି । ଗତ ୧୨ ମାସ(ଏପ୍ରିଲ ୨୦୨୩- ମାର୍ଚ୍ଚ ୨୦୨୪)ରେ ବିଶ୍ୱର ହାରାହାରି ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଏହା ୧୯୯୧-୨୦୨୦ର ହାରାହାରି ତାପମାତ୍ରା ଅପେକ୍ଷା ୦.୭୦ ଡିଗ୍ରୀ ସେଲସିୟସ ଅଧିକ ରହିଛି ।

କପରନିକସ କ୍ଲାଇମେଟ ଚେଞ୍ଜ ସର୍ଭିସ(C3S) ତରଫରୁ କୁହାଯାଇଛି ଯେ, ୧୮୫୦-୧୯୦୦ର ମାର୍ଚ୍ଚ ମାସରେ ହାରାହାରି ତାପମାତ୍ରା ୧୪.୧୪ଡିଗ୍ରୀ ସେଲସିୟସ ରହିଥିଲା । ସେହିପରି ୧୯୯୧-୨୦୨୦ ମସିହା ମାର୍ଚ୍ଚ ମାସରେ ହାରାହାରି ତାପମାତ୍ରାରେ ୦.୭୩ ଡିଗ୍ରୀ ବୃଦ୍ଧି ରେକର୍ଡ କରାଯାଇଛି । ତେବେ ୨୦୧୬ ମାର୍ଚ୍ଚ ମାସରେ ୦.୧୦ ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇଛି । ଗତ ଜାନୁୟାରୀରେ ପ୍ରଥମ ଥର ସମଗ୍ର ବର୍ଷ ପାଇଁ ବିଶ୍ୱରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ସୀମା ଅତିକ୍ରମ କରିଥିଲା । ତେବେ ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁଁ ପୂର୍ବରୁ ମଧ୍ୟ ଏପରି ସୀମା ଅତିକ୍ରମ ହେଉଥିବା ପ୍ୟାରିସ ଚୁକ୍ତିରେ କୁହାଯାଇଛି ।

World Warmest Month: मार्च 2024 अब तक का सबसे गर्म महीना, 12 महीने के औसत तापमान ने नए रिकॉर्ड को छुआ

ଜଳବାୟୁ ପରିବର୍ତ୍ତନ ବୈଜ୍ଞାନିକଙ୍କ ଅନୁସାରେ, ଜଳବାୟୁ ପରିବର୍ତ୍ତନର ସବୁଠାରୁ ଖରାପ ପ୍ରଭାବରୁ ରକ୍ଷା ପାଇବା ପାଇଁ ସମସ୍ତ ଦେଶକୁ ଏକଜୁଟ ହେବାକୁ ପଡ଼ିବ । ବିଶ୍ୱରେ ହାରାହାରି ତାପମାତ୍ରା ବୃଦ୍ଧି ପ୍ରକ୍ରିୟାକୁ ପୂର୍ବ-ଉଦ୍ୟୋଗିକ କାଳରୁ ୧.୫ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖିବା ଆବଶ୍ୟକ ରହିଛି । ବାୟୁମଣ୍ଡଳରେ ଗ୍ରୀନ୍ ହାଉସ ଗ୍ୟାସରେ ବିଶେଷ କରି କାର୍ବନ ଡାଇ-ଅକ୍ସାଇଡ ଏବଂ ମିଥେନ୍ ବୃଦ୍ଧି ବିଶ୍ୱରେ ତାପମାତ୍ରା ବଢିବାର ମୁଖ୍ୟ କାରଣ ପାଲଟିଛି । ସେହିପରି ମାର୍ଚ୍ଚ ମାସରେ ପବନର ତାପମାତ୍ରା ଏବଂ ସମୁଦ୍ର ପତନର ତାପମାତ୍ରା ଉଭୟରେ ଜଳବାୟୁ ରେକର୍ଡରେ ଲଗାତାର ହ୍ରାସ ପରିଲକ୍ଷିତ ହୋଇଛି । ଚଳିତବର୍ଷ ଦଶମ ଥର ପାଇଁ ତାପମାତ୍ରା ଏହି ରେକର୍ଡ ଭାଙ୍ଗିଛି ।

Get real time updates directly on you device, subscribe now.