fbpx

(Video) ମୃତ୍ୟୁ ପୂର୍ବରୁ ଥିଲେ ମହିଳା, ମୃତ୍ୟୁ ପରେ ହୋଇଗଲେ ପୁରୁଷ! ପୋଷ୍ଟମର୍ଟମରୁ ଖୋଲିଲା ରହସ୍ୟ

ଦୁନିଆରେ ବେଳେବେଳେ ଏମିତି ଅନେକ ଆଶ୍ଚର୍ଯ୍ୟକର ଘଟଣା ଘଟିଯାଏ । ଯାହା ଆମେ ନିଜେ ନିଜ ଆଖିରେ ଦେଖିବା ପରେ ବି ବିଶ୍ୱାସ କରିବା ସହଜ ହୋଇ ନଥାଏ । ପରେ ଏହି ଘଟଣା ବିଷୟରେ ଭାବିଲେ ମନର ଭ୍ରମ କିମ୍ବା ଏକ ସ୍ୱପ୍ନ ଭଳି ମନେ ହୁଏ ଅନେକ ସତ ଘଟଣା । ସେହିଭଳି ଏକ ଖବର ଏବେ ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କର ପୋଷ୍ଟମର୍ଟମ ସମୟରେ ସେ ପୁରୁଷ ପାଲଟିଯାଇଛନ୍ତି । ଏଭଳି ଏକ ଘଟଣାକୁ ଡାକ୍ତରଙ୍କ ସମେତ ପାଖରେ ଥିବା କୌଣସି ବ୍ୟକ୍ତି ଗ୍ରହଣ କରିପାରି ନାହାନ୍ତି ।

ଏଭଳି ଏକ ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ, ହେଲେ ଏ ଘଟଣା ସମ୍ପୂର୍ଣ୍ଣ ସତ । ଜଣେ ମହିଳାଙ୍କର ମୃତଦେହ ପୋଷ୍ଟମର୍ଟମ ଚାଲିଥିବା ବେଳେ ସେହି ପୋଷ୍ଟମର୍ଟମ ଘରେ ହିଁ ମହିଳା ଜଣକ ହଠାତ୍ ପୁରୁଷରେ ପରିବର୍ତ୍ତନ ହୋଇଯାଇଛନ୍ତି । ଯାହା ଦେଖି ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିନାହାନ୍ତି । ଏଭଳି ଘଟଣା କିପରି ସମ୍ଭବ ହେଲା ବୋଲି ଘଟଣାସ୍ଥଳରେ ଭାଳେଣି ପଡ଼ି ଯାଇଥିଲା । ତେବେ ଏହା କେମିତି ସମ୍ଭବ ହେଲା? ଏହା ସତରେ କଣ ସମ୍ଭବ? ଏମିତି ଅନେକ ପ୍ରଶ୍ନ ସେଠାରେ ଉପସ୍ଥିତ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରେ ଏକ ଅଞ୍ଚଳରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା । ସ୍ଥାନୀୟ ଲୋକେ ଏହାର କାରଣ ଖୋଜିବାକୁ ଯାଇ ଗଳିତ ଶବ ପଡ଼ିଥିବାର ଦେଖିବାକୁ ପାଇଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସେଠାରୁ ମହିଳାଙ୍କ ଶବ ଉଦ୍ଧାର କରିଥିଲା । ଅଧା ତେବେ ମୃତଦେହର ଅଧା ଶରୀର ପାଣିରେ ପଡିରହିଥିବା ବେଳେ ହାତ ଗୋଡ଼ ଦେଖାଯାଉଥିଲା । । ତେଣୁ ଶବକୁ ଚିହ୍ନଟ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ଲମ୍ବା କେଶ, ନାଲି ରଙ୍ଗର କୁର୍ତ୍ତା ଓ ପାଇଜାମା ଜବତ କରିବା ପରେ ଏହା ଜଣେ ମହିଳାଙ୍କ ଶବ ବୋଲି ପୋଲିସ ରିପୋର୍ଟ କରିଥିଲା । ଏହାପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ପୋଲିସ୍ ।

କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ଚମକାଇ ଦେଇଛି । ଶବ ବ୍ୟବଚ୍ଛେଦ ପରୀକ୍ଷଣ ବେଳେ ଉଦ୍ଧାର ହୋଇଥିବା ମୃତଦେହ ଜଣେ ମହିଳାଙ୍କ ନୁହେଁ ବରଂ ଜଣେ ପୁରୁଷର ଶବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ତେବେ ପୋଲିସ୍ ଚିହ୍ନଟ ପ୍ରକ୍ରିୟା ଭୁଲ ଥିବା ଅର୍ଥାତ ଶବରେ ମହିଳା ଦର୍ଶାଯାଇଥିବାରୁ ଡାକ୍ତର ଶବ ବ୍ୟବଚ୍ଛେଦ କରିବାକୁ ମନା କରି ଦେଇଥିଲେ । ତେବେ ପରବର୍ତ୍ତୀ ରିପୋର୍ଟରେ ତ୍ରୁଟି ସଂଶୋଧନ କରାଯାଇଛି । ୭୨ଘଣ୍ଟା ପର୍ଯ୍ୟନ୍ତ ମୃତଦେହକୁ ଶବଗୃହରେ ରଖାଯିବା ପରେ ରିପୋର୍ଟ ସଂଶୋଧନ କରି ଶବକୁ ବ୍ୟବଚ୍ଛେଦ କରାଯାଇଛି ।

Get real time updates directly on you device, subscribe now.