CHARIDHAM

Video: ବିଜୁଳି ଠାରୁ ତୀବ୍ର ଗତିରେ ଶୁଭମନ୍ ଗିଲ୍‌ଙ୍କୁ ଷ୍ଟମ୍ପିଂ କଲେ ଧୋନି: ହାସଲ କଲେ ବଡ଼ ରେକର୍ଡ

ଅହମଦାବାଦ: ଗୋଟିଏ ଦିନର ଅପେକ୍ଷା ପରେ ଆଇପିଏଲ୍ ୨୦୨୩ ରୋମାଞ୍ଚ ଆରମ୍ଭ ହୋଇଛି । ଏହି ମ୍ୟାଚ୍‌ରେ ଏମଏସ. ଧୋନି ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଏହାପରେ ୨୩ ବର୍ଷୀୟ ଶୁଭମାନ ଗିଲ ଦୁର୍ଦଶ ବ୍ୟାଟିଂ କରିଥିଲେ ଏବଂ ଚେନ୍ନାଇ ପାଇଁ ଟ୍ରଫି ଆଗରେ ଚଟାଣ ପରି ଛିଡ଼ା ହୋଇଥିଲେ । ଯଦିଓ ବୋଲର ଏବଂ ଫିଲ୍ଡରମାନେ ଗିଲଙ୍କ ସାମ୍ନାରେ ନରମି ଯାଇଥିଲେ କିନ୍ତୁ ଧୋନି ଶୁଭମନ୍ ଗିଲଙ୍କୁ ଆଖି ପିଛୁଳାକେ ଶିକାର କରିଥିଲେ ।

ପ୍ରଥମ ଇନିଂସ ଆରମ୍ଭରୁ ଦୀପକ ଚହର ଗିଲଙ୍କ କ୍ୟାଚ ହାତ ଛଡ଼ା କରିଥିଲେ। ଯାହା ପରେ ଗିଲ କ୍ରମାଗତ ଭାବରେ ଚେନ୍ନାଇ ବୋଲରଙ୍କୁ ପିଟୁଥିବାର ନଜର ଆସିଥିଲେ। ଏହାପରେ ରବିନ୍ଦ୍ର ଜାଡେଜା ମଧ୍ୟ ଗିଲ୍ ଆଉଟ୍ ହେବାର ସୁଯୋଗ ହାତଛଡ଼ା କରିଥିଲେ। କିନ୍ତୁ କ୍ୟାପଟେନ କୁଲ ୨୩ ବର୍ଷିୟ ଗିଲ୍‌ଙ୍କୁ ଆଖିରେ ଆଖିରେ ଶିକାର କରିଥିଲେ। ଗିଲ୍‌ ଜାଡେଜାଙ୍କ ଓଭରରେ ଆଗକୁ ଆସି ସଟ୍ ଖେଳିବାକୁ ଚାହୁଁଥିଲେ କିନ୍ତୁ ବଲ ମିସ କରିଯାଇଥିଲେ, ଏହାପରେ ଧୋନି ୱିକେଟ୍ ପଛରେ ଆଖି ପିଛୁଳାକେ ଗିଲ୍‌ଙ୍କ ପାଖରୁ ଫେରିବାର ସୁଯୋଗ ଛଡ଼ାଇ ନେଇଥିଲେ। ଯାହା ପରେ ଗୁଜୁରାଟର ପ୍ରଥମ ୱିକେଟ୍ ହରାଇଥିଲା।

ଧୋନି ଏହି ଷ୍ଟମ୍ପିଂ କରିବା ପାଇଁ ମାତ୍ର ୦.୧ ସେକେଣ୍ଡରେ ରିଆକ୍ସନ କରିଥିଲେ। ଏଠି ସହିତ ଧୋନି ଟି -୨୦ ରେ ଶୁବମାନ ଗିଲଙ୍କୁ ତାଙ୍କର ୩୦୦ ତମ ଶିକାର କରିଛନ୍ତି। ଅହମ୍ମଦାବାଦରେ ଶୁଭମାନ ଗିଲ ଗୁଜୁରାଟର ଟ୍ରମ୍ପ କାର୍ଡ ହୋଇ ଖେଳୁଥିଲେ। ଗିଲ ଏହି ସିଜିନରେ ଅହମ୍ମଦାବାଦରେ ୩ ଅର୍ଦ୍ଧ ଶତକ ଏବଂ ୨ ଶତକ ସହାୟତାରେ ପ୍ରାୟ ୬୦୦ ରନ୍ ସ୍କୋର କରିଛନ୍ତି।