fbpx

କୁନି ପିଲାଙ୍କୁ ପଚାରିଲେ ପ୍ରଧାନମନ୍ତ୍ରୀ , ମୋଦୀଜୀଙ୍କୁ ତୁମେମାନେ ଜାଣିଛ ? ହଁ, ଆମେ ଆପଣଙ୍କୁ ପରା ଟିଭିରେ ଦେଖିଛୁ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଖିଳ ଭାରତୀୟ ଶିକ୍ଷା ସମାଗମ ୨୦୨୩ର ଉଦଘାଟନ ଅବସରରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ଏହି ସମୟରେ ମୋଦୀ ସେଠାରେ ଉପସ୍ଥିତ କିଛି ଛୋଟ ପିଲାଙ୍କ ସହିତ ଖୁବ୍ ଖୁସିରେ କିଛି ସମୟ ଧରି ଆଳାପ କରିଥିଲେ । ପିଲାଙ୍କ ସହ ହୋଇଥିବା କିଛି ମୁହୂର୍ତ୍ତର ଅନ୍ତରଙ୍ଗ ଆଳାପର ଭିଡିଓ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ପ୍ରଧାନମନ୍ତ୍ରୀ ଯେତେବେଳେ ସେଠାରେ ଲାଗିଥିବା ଏକ ପ୍ରଦର୍ଶନୀରେ ପହଞ୍ଚଛନ୍ତି ସେତେବେଳେ ପିଲାମାନେ ତାଙ୍କୁ ଦେଖି ଖୁସି ହୋଇ ଯାଉଛନ୍ତି ଓ ତାଙ୍କ ପାଖକୁ ଯାଇ ତାଙ୍କୁ ନମସ୍ତେ କହୁଛନ୍ତି । ଏହି ସମୟରେ କିଛି ଛୋଟ ପିଲା ତାଙ୍କ ଉପରକୁ ଆଉଜି ମଧ୍ୟ ପଡୁଥାନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପଚାରିଛନ୍ତି ତୁମେମାନେ ମୋଦୀଜୀଙ୍କୁ ଜାଣିଛ ? ତତକ୍ଷଣାତ୍ ପିଲାମାନେ ଉତ୍ତର ଦେଇଛନ୍ତି , ହଁ ଆମେ ଆପଣଙ୍କୁ ପରା ଟିଭିରେ ଦେଖିଛୁ ।

Get real time updates directly on you device, subscribe now.