fbpx

(Video)ଚଳନ୍ତା ଅଟୋରେ ଟାୟାର ବଦଳାଇଲେ ଡ୍ରାଇଭର, ଭିଡିଓ ଦେଖିଲେ ଉଡିଯିବ ହୋସ୍

Advertisement

ନୂଆଦିଲ୍ଲୀ: ଯେକୌଣସି ଯାନର ଟାୟାର ପଙ୍କଚର୍ ହେବା ମାତ୍ରେ ତାହାକୁ ବଦଳାଇବା ଜରୁରୀ, ଯେଉଁଥିପାଇଁ ଷ୍ଟାଣ୍ଡବାଇରେ ଷ୍ଟେପ୍ନି ଆବଶ୍ୟକ । କିନ୍ତୁ ଆପଣ ଚଳନ୍ତା ଯାନର ଟାୟାର ବଦଳାଇବା ବିଷୟରେ କେବେ ଦେଖିଛନ୍ତି କି ଶୁଣିଛନ୍ତି କି? ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କର ବି ହୋସ୍ ଉଡିଯିବ ।

ଭିଡିଓରେ ଜଣେ ଯୁବକ ଚଳନ୍ତା ଅଟୋରେ ଟାୟାର ବଦଳାଉଥିବା ନଜର ଆସିଛନ୍ତି । ଭିଡିଓରେ ଅଟୋଟି ଗୋଟିଏ ପାଶ୍ୱର୍ରେ ଝୁଲନ୍ତା ଅବସ୍ଥାରେ ଚାଲୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଯୁବକ ଜଣକ ରେଞ୍ଚ ବ୍ୟବହାର କରି ଟାୟାର ବୋଲ୍ଟ ଖୋଲୁଥିବା ନଜର ଆସିଛି ।

ସେହିପରି ଅବସ୍ଥାରେ ସେ ନଟକୁ ଢ଼ିଲା କରି ଟାୟାରକୁ ବାହାର କରିଦେଇଥିଲେ । ଏହାରି ମଧ୍ୟରେ ଆଉ ଜଣେ ଯୁବକ ଟାୟାର ନେଇ ଅନ୍ୟ ଏକ ଅଟୋରେ ଆସି ସେଠାରେ ପହଞ୍ଚିଥିଲେ । ପ୍ରଥମ ଯୁବକ ଜଣକ ଅତିରିକ୍ତ ଟାୟାରକୁ ଧରି ଗାଡ଼ିରୁ ବାହାର କରିଥିବା ଟାୟାରକୁ ଦ୍ୱିତୀୟ ଯୁବକଙ୍କୁ ଦେଇଥିଲେ । ସେ ତୁରନ୍ତ ଷ୍ଟେପନିକୁ ଅଟୋରେ ଟିକ୍ କରିଥିଲେ, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ଚକରେ ଚାଲୁଥିଲା । ଟ୍ୱିଟରରେ ସେୟାର କରାଯାଇଥିବା ଭିଡିଓଟି ପୁରୁଣା ହୋଇଥିବା ବେଳେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.