fbpx

(Video) ନେପାଳୀ ଗୀତରେ କିଙ୍ଗ ବିରାଟ କୋହଲି ଆକର୍ଷଣୀୟ ନୃତ୍ୟ

ଓଡିଶା ଭାସ୍କର; ଏସିଆ କପ୍‌-୨୦୨୩ କ୍ରିକେଟର ସୁପର-୪ରେ ପ୍ରବେଶ କରିଛି ଭାରତ । ସୋମବାର ପାଲଲେକେଲେରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନରେ ନେପାଳକୁ ୧୦ ଉଇକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ନେପାଳ ୪୮.୨ ଓଭରରେ ୨୩୦ ରନ୍‌ରେ ଅଲଆଉଟ ହୋଇଥିଲା । ମାତ୍ର ଭାରତ ୨୦.୧ ଓଭରରେ କୌଣସି ଉଇକେଟ ନ ହରାଇ ରୋମାଞ୍ଚକ ଭାବେ ବିଜୟ ହାସଲ କରି ନେଇଥିଲା ।

ଇଣ୍ଡିଆ ଦଳ ଏହି ମ୍ୟାଚରେ ଭଲ ବ୍ୟାଟିଂ କରିଥିବା ବେଳେ ଫିଲ୍ଡିଂରେ ଅତି ସରଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଏପରିକି କିଙ୍ଗ ବିରାଟ କୋହଲି ଏକ ସରଳ କ୍ୟାଚ ମଧ୍ୟ ଛାଡିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ କୋହଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନାଚୁଥିବାର ଦେଖାଯାଇଛି । ଫିଲ୍ଡିଂ ବେଳେ କୋହଲି ଏହି ଆକର୍ଷଣୀୟ ନୃତ୍ୟ କରିଥିଲେ । ତେବେ ସେ ନାଚୁଥିବା ଗୀତଟି ନେପାଳୀ ଗୀତ ବୋଲି ଜଣାପଡିଛି । ଭାରତର ବିଜୟ ପରେ ଏହି ଭିଡିଓଟି ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ଦ୍ୱାରା ଖୁବ ଭାଇରାଲ ହେବାରେ ଲାଗିଛି ।

 

 

Get real time updates directly on you device, subscribe now.