fbpx
BSKY
BJD MC SKY
BJD MS SKY

(video)ଆଖି ପିଛୁଳାକେ ୩ ପ୍ରାଣୀଙ୍କୁ ଗିଳିଦେଲା ଅଜଗର: ପରେ ଦେଖନ୍ତୁ କ’ଣ ହେଲା ଭୟାନକ ପରିସ୍ଥିତି

ଦୁନିଆରେ ବିଭିନ୍ନ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ । କିଛି ସାପଙ୍କ ଶରୀରରେ ବିଷ ନଥାଏ ତ ଆଉ କିଛି ଶିକାର କରିବା ପାଇଁ ଚୋଟ ମାରିଥାନ୍ତି । ତେବେ ଅଜଗର ସମେତ ଆଉ କିଛି ସାପ ନିଜ ଶିକାର ମାନଙ୍କୁ ଗିଳି ଦେଇଥାଏ । ତେଣୁ ଅଜଗର ସାପର ଏହି ରୂପ ଖୁବ ଭୟଙ୍କର ହୋଇଥାଏ । ବଡ ବଡ ଜୀବଜନ୍ତୁଙ୍କୁ ଗିଳିଦେବାର କ୍ଷମତା ରକିଥାଏ ଏହି ସାପ । ଠିକ ସେହିଭଳି ଏକ ଭିଡିଓ ଏବେ ଭାଇରାଲ ହେଉଛି । ଗୋଟିଏ ଅଜଗର ଏକା ସାଙ୍ଗରେ ୩ଟି ପ୍ରାଣୀଙ୍କୁ ଗିଳି ଦେବା ପରେ ସାପର ପରିସ୍ଥିତି ସଙ୍ଗୀନ ହୋଇଯାଇଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଅଜଗରର ଭୟାନକ ରୂପ ଦେଖିବାକୁ ମିଳିଛି । ଏକା ସାଙ୍ଗରେ ଦୁଇଟି ଠେକୁଆ ଏବଂ ଗୋଟିଏ କୁକୁଡା ଗିଳି ଦେଇଥିବା ଏହି ଭିଡିଓରେ ରେକର୍ଡ ହୋଇଛି । ତେବେ ଏହି ସମୟରେ କିଛି ଲୋକ ସେଠାରେ ପହଞ୍ଚି ବହୁତ ଜୋରରେ ଶବ୍ଦ କରିବା ଆରମ୍ଭ କରିଥିଲେ । ତେଣୁ ଭୟରେ ସେଠାରୁ ଯଥା ଶୀଘ୍ର ଖସିଯିବା ପାଇଁ ଅଜଗର ଚେଷ୍ଟା କରିଥିଲା । କିନ୍ତୁ ଅତ୍ୟଧିକ ଖାଦ୍ୟ ଯୋଗୁଁ ତା’ ଶରୀରର ଓଜନ ବଢି ଯାଇଥିଲା । ଯାହା ଫଳରେ ଅଧିକ ବେଗରେ ସେ ଚାଲିଯିବା ପାଇଁ ସକ୍ଷମ ହେଉ ନଥିଲା ।ସେପଟେ ଲୋକମାନଙ୍କୁ ଦେଖି ମୃତ୍ୟୁର ଭୟ ମଧ୍ୟ ତାକୁ ବ୍ୟଥିତ କରି ଦେଇଛି । ଏହାପରେ ସେ ନିଜ ଶରୀରରେ ଯନ୍ତ୍ରଣା ଅନୁଭବ କରିଛି ଏବଂ ଏହି ସବୁ ଅସୁବିଧାରୁ ମୁକ୍ତି ପାଇବା ପାଇଁ ଉପାୟ ଖୋଜିବା ଆରମ୍ଭ କରିଥିଲା । ତେବେ ଶେଷରେ ସେ ଏକ ଉପାୟ ପାଇଥିଲା । ଗିଳି ଦେଇଥିବା ସମସ୍ତ ଜୀବକୁ ଗୋଟ ଗୋଟି କରି ବାହାର କରିଛି ଏହି ଅଜଗର । ଶରୀରର ଓଜନ କମ କରିବା ପାଇଁ ୨ ଠେକୁଆ ଏବଂ କୁକୁଡାଟିକୁ ମଧ୍ୟ କୁହଁରୁ ବାହାର କରିଥିବା ଦେଖାଯାଇଛି ।

ଅଜଗରର ଏହି ଭିଡିଓ ଭୟଙ୍କର ହେଲେ ବି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖୁଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ କରିଛନ୍ତି । ତେବେ ଏହି ଭିଡିଓର ପ୍ରତିକ୍ରିୟା େଅନକ ୟୁଜର ଭିନ୍ନ ଭିନ୍ନ ମେଣ୍ଟ ମଧ୍ୟ ଦେଇଛନ୍ତି । ତେବେ ଅପଲୋଡ ହେବା ପରଠୁ ଅଜଗରର ଏହି ଭିଡିଓ ଖୁବ ଭାଇରାଲ ବେହାରେ ଲାଗିଛି ।

Get real time updates directly on you device, subscribe now.