fbpx

ଦିଲ୍ଲୀର ଏହି ଅଞ୍ଚଳରେ ଜୁଲାଇ ୧୮ରେ ଦେଖାଯିବ ଜଳ ସଂକଟ, ଜାଣନ୍ତୁ କେତେ ଘଣ୍ଟା ପରେ ଆରମ୍ଭ ହେବ ସପ୍ଲାଇ

ନୂଆଦିଲ୍ଲୀ: ଜୁଲାଇ ୧୮ରେ ଦିଲ୍ଲୀର ଅନେକ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ହେବା ନେଇ ମଙ୍ଗଳବାର ଦିଲ୍ଲୀ ଜଲ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ରେଡିସନ୍ ବ୍ଲୁ ହୋଟେଲ ନିକଟରେ ‘ଓାଟର ଗେଟ୍ ଭାଲ୍ଭ’ ବନ୍ଦ ହେତୁ ଗୁରୁବାର ଦିଲ୍ଲୀର ଅନେକ ଅଞ୍ଚଳରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଜଳ ଯୋଗାଣରେ ବାଧା ସୃଷ୍ଟି ହେବ ବୋଲି ଦିଲ୍ଲୀ ଜଲ ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି ।

ଦିଲ୍ଲୀ ଜଲ ବୋର୍ଡ଼ କହିବାନୁଯାୟୀ ଗୁରୁବାର ଅର୍ଥାତ ଜୁଲାଇ ୧୮ରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜିଏଚ୍ ୧ ମିଲନସର ଆପାର୍ଟମେଣ୍ଟ, ଜିଏଚ୍ ୧ ଅର୍ଚ୍ଚନା ଆପାର୍ଟମେଣ୍ଟ, ଶୁଭମ ଏନକ୍ଲେଭ୍‌, ଡବଲ ଟ୍ୱିନ୍ ୱାଟର ଟ୍ୟାଙ୍କ୍ ପାଖରେ ଥିବା RBI କଲୋନୀ, ଜି ବ୍ଲକ୍ ପୁଷ୍କର ଏନକ୍ଲେଭ୍‌, ଷ୍ଟେଟ୍ ବ୍ୟାଙ୍କ ନଗର ଆଉଟର ରିଙ୍ଗ୍ ରୋଡ୍‌, ମୀରା ବାଗ୍ ବି- ବ୍ଲକ୍‌, ଜିଏଚ୍‌-୪ ଡିଡିଏ ଫ୍ଲାଟ୍ସ, ମୀରା ବାଗ୍ ଜେଜେସି ପଶ୍ଚିମ ବିହାର, ଜିଏଚ୍ ୫ ଏବଂ ୭ରୁ ଜିଏଚ୍ ୧୪ରେ ଜଳ ଯୋଗାଣ ବନ୍ଦ ରହିବ । ଏହା ସହ ସୁନ୍ଦର ବିହାର, ଅମ୍ବିକା ବିହାର, ଭେରା ଏନକ୍ଲେଭ୍‌, ପୀରାଗଡ଼ି, ଜ୍ୱାଲାପୁରୀ, ମିୟାଁୱାଲି ନଗର, ଗୁରୁ ହରିକିଶନ ନଗର, ସେୟଦ ନାଙ୍ଗଲୋଇ ଗାଓଁ ଏବଂ ଆଖପାଖ ଅଞ୍ଚଳରେ ଜଳ ଯୋଗାଣ ପ୍ରଭାବିତ ହେବ । ପ୍ରକାଶ ଯେ ରେଡିସନ୍ ବ୍ଲୁ ହୋଟେଲ ପାଖରେ ୬୦୦ ମିମି ବ୍ୟାସ ବିଶିଷ୍ଟ ସୁଇସ୍ ଭାଲ୍ଭ ବନ୍ଦ ରହିବା ଯୋଗୁଁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେବେ । ତେଣୁ ଦିଲ୍ଲୀ ଜଲ ବୋର୍ଡ଼ ପକ୍ଷରୁ ଜଳ ସଂଞ୍ଚୟ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜଳ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଗଲେ ୧୯୧୬ ନମ୍ବରରେ କଲ୍ କରିପାରିବେ । ଏହା ବ୍ୟତୀତ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଏବଂ ଗ୍ରାହକ ସେବା ହେଲ୍ପଲାଇନ୍ ନମ୍ବର ୦୧୧-୨୩୬୩୪୪୬୯, ୯୬୫୦୨୯୧୦୨୧ ନମ୍ବର କିମ୍ବା NWS ଟୋଲ ଫ୍ରି ନମ୍ବର ୧୮୦୦୧୨୧୭୭୪୪ରେ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.