fbpx

ଓଡ଼ିଶାକୁ ମହାନଦୀର ଜଳପ୍ରବାହ କମୁଛି, ପ୍ରଶ୍ନ ଘେରରେ ଜଳସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେସନର ୮ମ ଦିନ । ଗୃହରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ଚାଲିଥିବା ବେଳେ ପୁଣି ଉଠିଛି ମହାନଦୀ ପ୍ରସଙ୍ଗ । ମହାନଦୀ ଜଳ ପ୍ରବାହ କମିବାକୁ ନେଇ ପ୍ରଶ୍ନ କରାଯାଇଛି । ଏନେଇ ପ୍ରଶ୍ନ କରିଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ପ୍ରଶ୍ନ ଘେର ମଧ୍ୟରେ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ।

ଛତିଶଗଡ଼ର ବଦମାସୀ ଯୋଗୁଁ ଓଡ଼ିଶାକୁ ମହାନଦୀର ଜଳପ୍ରବାହ କମୁଛି । ସୂଚନା ଅନୁସାରେ ୧୯୯୧ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ହୀରାକୁଦ ଠାରେ ଜଳପ୍ରବାହ ୧.୯୨ ନିୟୁତ ଏକର ଫୁଟ ରହିଥିଲା । ତେବେ ୨୦୦୫ ରୁ ୨୦୧୫ ପର୍ଯ୍ୟନ୍ତ ପ୍ରବାହ ୧.୨୫୨ ନିୟୁତ ଏକର ଫୁଟକୁ କମିଥିଲା । ସେହିପରି ୨୦୧୬-୧୭ ମସିହାରୁ ୨୧-୨୨ ପର୍ଯ୍ୟନ୍ତ ଜଳପ୍ରବାହ ୧.୧୮୭ ନିୟୁତ ଏକର ଫୁଟକୁ କମିଛି ।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ବ୍ୟାରେଜ ନିର୍ମାଣ ଯୋଗୁଁ ଅଣମୌସୁମୀ ସମୟରେ ଓଡ଼ିଶାକୁ ମହାନଦୀରେ ଜଳ ପ୍ରବାହ କମୁଛି । ସେହି ସମୟରେ ଛତିଶଗଡ଼ରେ ଯଥେଷ୍ଟ ପାଣି ଥିଲେ ମଧ୍ୟ ଓଡ଼ିଶାରେ ଜଳ କମ୍ ରହୁଛି । ଆଜି ଏହି ପ୍ରଶ୍ନ ଘେର ମଧ୍ୟରେ ଅଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ । ଦୀର୍ଘ ୪ ବର୍ଷ ହେବ ରାୟ ଆସି ପାରୁନାହିଁ । ମହାନଦୀରେ ଜଳ କମିବା ଦ୍ୱାରା ଡ୍ୟାମରେ ବିଦ୍ୟୁତ ସୃଷ୍ଟି କରିବାରେ ଅଶୁବିଧା ଉପୁଜୁଛି ।

Get real time updates directly on you device, subscribe now.