fbpx

କଟକ ମୁଣ୍ଡଳିରେ କମୁଛି ଜଳ ପ୍ରବାହ, ଗତକାଲି ୯ ଲକ୍ଷରୁ ଅଧିକ ଜଳ ହେଉଥିଲା ପ୍ରବାହିତ

କଟକ: ଲଘୁଚାପ ପ୍ରଭାବରୁ ରାଜ୍ୟରେ ଗତ ୫ ଦିନ ଧରି ଲଗାତାର ବର୍ଷା ହେବା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆଜି କଟକ ମୁଣ୍ଡଳିରେ ଜଳସ୍ତର କମିବା ନେଇ ସୂଚନା ରହିଛି । ଗତକାଲି ୯ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା ।

ସୂଚନା ଅନୁଯାୟୀ, ଗତକାଲି ରାତି ୧୧ଟା ପରେ ମୁଣ୍ଡଳିରେ ଜଳ ପ୍ରବାହ କମିଛି । ବର୍ତ୍ତମାନ ମୁଣ୍ଡଳିରେ ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଏପରି ଜଳସ୍ତର କମିବାକୁ ନେଇ ବନ୍ୟା ବିପଦ ଆଶଙ୍କା କମିଛି । ଅନ୍ୟପଟେ ମହାନଦୀରେ ୨୦ ଫୁଟର ଘାଇ ହୋଇଛି । କୁଜଙ୍ଗ ବ୍ଲକ ତେରମାଣପୁର ଗାଁ ନିକଟରେ ୨୦ ଫୁଟର ଘାଇ ପରିସ୍ଥିତି ଦେଖାଦେଇଛି ।

ବୈତରଣୀ ନଦୀର ବିପଦସଂକେତ ୧୭.୮୩ମିଟର ଥିବାବେଳେ ଏବେ ଏଠାରେ ୧୯.୪୪ ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ଆନନ୍ଦପୁରରେ ମଧ୍ୟ ‌ବୈତରଣୀ ଖସୁଛି। ଜେନାପୁରରେ ବ୍ରାହ୍ମଣୀର ବିପଦ ସଂକେତ ୨୩ମିଟର ଥିବାବେଳେ ଏବେ ଏଠାରେ ୨୨.୨୦ମିଟର ଅଛି। ବାଲେଶ୍ୱରର ମଥାନିଠାରେ ଜଳକା ନଦୀ ବିପଦସଂକେତ ଉପରେ ବହୁଥିଲେ ମଧ୍ୟ ଏଠାରେ ଜଳ ସ୍ତର କମୁଛି। ହେଲେ ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ପାଣି ମାଡ଼ିଥିବାରୁ ଏହା ଉପରେ ନଜର ରଖିବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Get real time updates directly on you device, subscribe now.